ହେଡଲାଇନସ୍:

କ୍ରିଷ୍ଣା କପ୍ କ୍ରିକେଟ୍ ଉଦଘାଟିତ: ସେମିରେ ଉପରବାହାଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର: ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ଉପରବାହାଲ ଦଳ କଲଙ୍ଗାପାଲି ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ଖଇରପାଲି ଦଳ ଗସ୍ତିଡିହି ଦଳକୁ ହରାଇ କ୍ବାଟର ଫାଇନାଲ ରେ ପ୍ରବେଶ କରିଥିଲେ। କ୍ବାଟର ଫାଇନାଲ ମ୍ୟାଚ ରେ ଖଇରପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୫ ଉଇକେଟ ରେ ୯୭ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ଉପରବାହାଲ ୨ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ। ଆଜିର ଉଦଘାଟନୀ ଉତ୍ସବରେ ବିରେନ୍ଦ୍ର ସାହୁ ମୁଖ୍ୟ ଅତିଥି ଏବଂ ନରେନ୍ଦ୍ର ବରିହା, ନରେନ୍ଦ୍ର ପ୍ରଧାନ ଓ କିଶୋର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟିତ କରିଥିଲେ। ମ୍ୟାଚ ଶେଷରେ ସୁଶାନ୍ତ ସେଠ ଅତିଥି ରୂପେ ଯୋଗଦେଇ ଉପରବାହାଲ ଦଳର ଉଜଲଙ୍କୁ ମେନ ଅଫ ଦି ମେଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ଉମେଶ, ଅନୀଲ, ଆଲୋକ, ହନୁ ଓ ସନମ ଅମ୍ପାୟାରିଂ, ସ୍ବରାଜ ଓ ସୁଜିତ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ରିଙ୍କୁ ଓ ଆନନ୍ଦ ଧାରାବିବରଣୀ ପ୍ରଦାନ କରିଥିଲେ। କ୍ରିଷ୍ଣା, ହରେଶ, ନିରନ, ସ୍ବୟମ, ନିଖିଳ, ପ୍ରୀତମ, ଛୋଟୁ ଆଦି ସହଯୋଗ କରିଥିଲେ।

0
0
0
s2sdefault