ହେଡଲାଇନସ୍:

ବିପିନ ବିହାରୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବେଗୁନିଆ : ଆଦର୍ଶ ଶିକ୍ଷକ ବିପିନ ବିହାରୀ ସୁନ୍ଦରାୟଙ୍କ ସ୍ମୃତିରେ ଆୟୋଜିତ ଚତୁର୍ଥ ଟ୍ୱେଂଟିଟ୍ୱେଂଟି କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି  । ମୁଖ୍ୟଅତିଥି ରାମଚଣ୍ଡୀ ପ୍ରସାଦ ରଣସିଂହ ପ୍ରଦୀପ ପ୍ରଜ୍ୱଳନ କରି ଟୁର୍ଣ୍ଣାମେଂଟ ଉଦଘାଟନ କରିଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ ନିବାସ ସୁନ୍ଦରାୟ, ଶିଶିର ସାମନ୍ତରାୟ, ସୁଜିତ ସୁନ୍ଦରାୟ, ସମୀର ସୁନ୍ଦରାୟ ଯୋଗ ଦେଇଥିଲେ  ।

ଉଦଘାଟନୀ ମ୍ୟାଚରେ ବୋତଳମା ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂର ନିଷ୍ପତି ନେଇଥିଲା  । ବୋତଳମା ଦଳ ୧୫୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ନିରାକାରପୁର ଦଳ ୧୯ ରନରେ ପରାସ୍ତ ହୋଇଥିଲା  । ବୋତଳମାର କୁଳଦୀପ ପଟ୍ଟନାୟକ ମ୍ୟାନ ଅଫ ଦ ମ୍ୟାଚ ଭାବେ ବିବେଚିତ ହୋଇଥିଲେ  । ଅପରପକ୍ଷରେ  ସଂଜୟ ପ୍ରଧାନ ଓ ଅନୀଲ ସୁନ୍ଦରାୟ ଅମ୍ପାୟାର ଥିବାବେଳେ ରାମଚଣ୍ଡୀ କ୍ରିକେଟ କ୍ଲବର ସଭାପତି ସୂର୍ଯ୍ୟକାନ୍ତ ଯୁଝାରସିଂହ ଓ ସମ୍ପାଦକ ଅସିତ ଅମ୍ଲାନ ବଳିୟାରସିଂହ ଟୁର୍ଣ୍ଣାମେଂଟ ପରିଚାଳନା କରିଥିଲେ  ।

0
0
0
s2sdefault