ପଦ୍ମପୁର(ଶାସକ ପ୍ରଶାସକ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୯ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ କଲଙ୍ଗାପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮ ଓଭରରେ ୯ ଉଇକେଟରେ ୧୬୩ ରନ ସଂଗ୍ରହ କରିଥିଲେ। ଏହାର ଜବାବ ରେ ତାଲପଦର ଦଳ ୧୩ ଓଭରରେ ସମସ୍ତ ଉଇକେଟ ହରାଇ ୭୫ ରନ ସଂଗ୍ରହ କରି ପରାଜିତ ହୋଇଥିଲେ। ମ୍ୟାଚ ପରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜଗନ୍ନାଥ ସେଠ ଏବଂ ସମ୍ମାନିତ ଅତିଥି ରୂପେ ନରେନ୍ଦ୍ର ପ୍ରଧାନ, ଓ କିଶୋର ପାତ୍ର ଯୋଗଦେଇ ବିଜେତା ଦଳକୁ ୧୨୦୦୦ ଟଙ୍କା ସହ ଟ୍ରଫି ଓ ଉପ ବିଜେତା ଦଳକୁ ୭୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। କଲଙ୍ଗାପାଲି ଦଳର ଲିଙ୍ଗରାଜ ମେନ ଅଫ ଦି ସିରିଜ ଓ ମଣ୍ଟୁ ମେନ ଅଫ ଦି ମେଚ ବିବେଚିତ ହୋଇଥିଲେ। ଆଜିର ମ୍ୟାଚରେ ଅନୀଲ ଓ ତୀର୍ଥ ଅମ୍ପାୟାରିଂ ଏବଂ ସ୍ବରାଜ ଓ ସୁଜିତ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ଦେବାଶିଷ ଚକ୍ରବର୍ତ୍ତୀ ଓ ଦେବାଶିଷ ପଣ୍ଡା ଧାରାବିବରଣୀ ପ୍ରଦାନ କରିଥିଲେ। ଜଗନ, ଶିଶିର, ବିଜୟ, ଖଗେଶ୍ବର, ମାଧବ, ନିଳାମ୍ବର, ସୁନୀଲ, ରବିନ୍ଦ୍ର, ସାନୁ, ନିଶିଥ, ଲୋଚନ ବିଶେଷ ସହଯୋଗ କରିଥିଲେ। ଶେଷରେ ଭୂମିରାଜ ଧନ୍ୟବାଦ ଅର୍ପଣ କରିଥିଲେ।
ଖେଳ
କ୍ରିଷ୍ଣା କପ୍ କ୍ରିକେଟ୍ ଉଦଯାପିତ: କଲଙ୍ଗାପାଲି ଚମ୍ପିୟାନ
- Hits: 993