ହେଡଲାଇନସ୍:

କୁନ୍ଦୁଲି ଗଣଦୁଷ୍କର୍ମ ପ୍ରସଙ୍ଗରେ ରାଜ୍ୟ ମହିଳା କମିଶନଙ୍କ ନୀରବତା, ବହୁ ସନେ୍ଦହ ସୃଷ୍ଟି କରୁଛି: ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୩ ଜଣିଆ ବିଜେପି କେନ୍ଦ୍ରୀୟ ତଦନ୍ତ କମିଟି ଆସନ୍ତାକାଲି ଓଡିଶାରେ ପହଂଚିବେ

ଭୁବନେଶ୍ୱର, : ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ଦୋହଲାଇ ଦେଇଛି । ନ୍ୟାୟ ପାଇଁ ସଂଗ୍ରାମ କରୁଥିବା ପୀଡିତା ଜଣକ ଶେଷରେ ନିରାଶ ହୋଇ ମୃତୁ୍ୟବରଣ କରିବା ନିଶ୍ଚିତ ଭାବେ ସଭ୍ୟ ସମାଜ ପାଇଁ ଲଜ୍ଜା । କେବଳ ଯେ କୁନ୍ଦୁଲି ପୀଡିତା କ୍ଷେତ୍ରରେ ନୁହେଁ, ବରଂ ବାରମ୍ବାର ଘଟୁଥିବା ଏଭଳି ନିନ୍ଦନୀୟ ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପଦାରେ ପକାଇଛି । ରାଜ୍ୟର ଅଗଣିତ ମାଁ ଓ ଭଉଣୀମାନେ ଆଜି ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଦୋଷୀକୁ ଚିହ୍ନଟ କରି ଉପଯୁକ୍ତ ଦଣ୍ଡ ପ୍ରଦାନ କରିବା ବଦଳରେ ଦୋଷୀକୁ ଘଂଟ ଘୋଡାଇବା କାରଣରୁ ଆଇନ ଶୃଙ୍ଖଳା ପରିସ୍ଥିତି ରାଜ୍ୟ ସରକାରଙ୍କ ନିୟନ୍ତ୍ରଣର ବାହାରକୁ ଚାଲିଗଲାଣି । ଅନ୍ଧ, ମୁକ, ବଧିର ସାଜିଥିବା ଅପାରଗ, ସ୍ଥାଣୁ ଓ ନିଷ୍କ୍ରିୟ ରାଜ୍ୟ ସରକାରଙ୍କ ଶାସନ କାରଣରୁ ମାଁ ଓ ଭଉଣୀମାନଙ୍କୁ ଆଜି ଅସୁରକ୍ଷିତ ।  ସେହି ଭଳି ମହିଳାମାନଙ୍କୁ ତାଙ୍କର ମୈାଳିକ ଅଧିକାରର ସୁରକ୍ଷା ପ୍ରଦାନ କରିବାକୁ ଗଠିତ ରାଜ୍ୟ ମହିଳା କମିଶନ ଆୟୋଗ ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି । ସମ୍ବେଦନଶୀଳ କୁନ୍ଦୁଲି ଗଣଦୁଷ୍କର୍ମ ପ୍ରସଙ୍ଗରେ ବର୍ତମାନ ସୁଦ୍ଧା ରାଜ୍ୟ ମହିଳା କମିଶନ କୈାଣସି କାର୍ଯାନୁଷ୍ଠାନ  କିମ୍ବା ପଦକ୍ଷେପ ଗ୍ରହଣ କରିନାହାନ୍ତି । ପୋଲିସ, ପ୍ରଶାସନକୁ ହାତବାରିସୀ କରି ଶାସକ ବିଜେଡି କୁନ୍ଦୁଲି ପ୍ରସଙ୍ଗକୁ ଚାପି ଦେବାର ଅପଚେଷ୍ଟା କରୁଥିବାବେଳେ ରାଜ୍ୟ ମହିଳା କମିଶନ ମଧ୍ୟ ଏହି ଚକ୍ରାନ୍ତରେ ସାମିଲ ହୋଇଛନ୍ତି ବୋଲି ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି ।

ରାଜ୍ୟ ମହିଳା କମିଶନଙ୍କ ଏଭଳି ଆଭିମୁଖ୍ୟକୁ ବିରୋଧ କରି ଆଜି ବିଜେପି ରାଜ୍ୟ ସଭାନେତ୍ରୀ ଶ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ଶତାଧିକ ମହିଳା ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ । କମିଶନଙ୍କ ନିଷ୍କ୍ରିୟତା ଓ ନୀରବତାକୁ ବିରୋଧ କରି ବିଜେପି ତରଫରୁ ତାଙ୍କୁ ଚୁଡି ଭେଟି କରାଯାଇଥିଲା । ଆଗାମୀ ୨୪ ଘଂଟା ମଧ୍ୟରେ ନିରପେକ୍ଷ ତଦନ୍ତ ରିପୋର୍ଟ ପ୍ରଦାନ କରିବେ ବୋଲି କମିଶନଙ୍କ କାର୍ଯ୍ୟାଳୟ ପ୍ରତିଶୃତି ଦିଆଯାଇଛି । ଯଦି କମିଶନଙ୍କ ତରଫରୁ ପ୍ରତୃଶୃତି ପୂରଣ କରିବାରେ ଖିଲାପ କରାଯାଏ, ତେବେ ଏହି ଅନେ୍ଦାଳନ ଆହୁରି ତୀବ୍ର ଓ ବ୍ୟାପକ କରାଯିବ ବୋଲି ଶ୍ରୀମତୀ ପରିଡା ଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟବିଜେପି ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାନେତ୍ରୀ କାନନବାଲା ପଟ୍ଟନାୟକ, କୋଷାଧ୍ୟକ୍ଷା ବିଜୟଲକ୍ଷ୍ମୀ ମହାପାତ୍ର, ଭୂବନେଶ୍ୱର ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀ, ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ, ଜୋତ୍ସାରାଣୀ ମର୍ଦ୍ଧରାଜ, ସୁନୀତା ମହାନ୍ତି, ନିରିପମା ଜେନା, ମୀନା ସେଠୀ, ସୁବାଷିନୀ ପୃଷ୍ଟି, ପୂର୍ଣ୍ଣମା ଦାଶ ପ୍ରମୁଖଙ୍କ ସମେତ ବହୁ ମହିଳା କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

ଅନ୍ୟପକ୍ଷରେ  ଗଣ ଦୁଷ୍କର୍ମ ପୀଡିତାର ମୃତ୍ୟୁ  ଘଟଣାର ସରଜମିନ ତଦନ୍ତ କରିବା ପାଇଁ କେନ୍ଦ୍ରୀୟ ବିଜେପି ପ୍ରତିନିଧି ଦଳର ୩ ଜଣିଆ ସଦସ୍ୟ ଆସନ୍ତକାଲି ଆସି ଓଡିଶାରେ ପହଂଚିବେ । ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶ  କ୍ରମେ ଗଠିତ ଏହି ପ୍ରତିନିଧି ଦଳରେ ରାଷ୍ଟ୍ରୀୟ ସାଧାରଣ ସଂପାଦିକା ସୁଶ୍ରୀ ସରୋଜ ପାଣ୍ଡେ, ରାଷ୍ଟ୍ରୀୟ ସଂପାଦିକା ତଥା ସାଂସଦ ଜ୍ୟୋତି ଧ୍ରୁବେ ଏବଂ ଲୋକସଭା ସାଂସଦ ଶ୍ରୀମତି ଅଂଜୁ ବାଲା ସଦସ୍ୟା ଅଛନ୍ତି । ୩ ଦିନିଆ ଗସ୍ତରେ ଆସି ଆସନ୍ତା କାଲି ଦିନ୧ଟା ୧୦ ମିନିଟରେ ଏହି ପ୍ରତିନିଧୀ ଦଳ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବେ । ପରେ ସଂଧ୍ୟାରେ ଟ୍ରେନ ଯୋଗେ କୋରାପୁଟ ଗସ୍ତ କରିବେ । ଆସନ୍ତା ଫେବୃଆରୀ ୩ ତାରିଖ ଶନିବାର ଦିନ ଏହି ପ୍ରତିନିଧି ଦଳ କୁନ୍ଦୁଲି ଯାଇ ଘଟଣା ସ୍ଥଳରେ ପହଂଚି ଘଟଣାର ସରଜମିନ ତଦନ୍ତ କରିବେ । କେଉଁ କାରଣରୁ ପୀଡିତା ଆତ୍ମହତ୍ୟା କଲା ତାହାର ପୁଙ୍ଖାନୁପୁଙ୍ଗ ତଦନ୍ତ କରିବା ସହ ମୃତ ପୀଡିତାର ପରିବାର ସଦସ୍ୟଙ୍କ ସହ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିବେ । ଫେବୃଆରୀ ୪ ତାରିଖ ଦିନ ଏହି ପ୍ରତିନିଧି ଦଳ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗସ୍ତ ସଂପର୍କରେ ସୁଚନା ପ୍ରଦାନ କରିବେ । ଅପରାହ୍ନରେ ବିଜେପିର ଏହି ପ୍ରତିନିଧି ଦଳ ଦିଲ୍ଲୀ ପ୍ରତ୍ୟାବର୍ତନ କରି ଗସ୍ତ ରିପୋର୍ଟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହାଙ୍କୁ ପ୍ରଦାନ କରିବେ । ଏହି କେନ୍ଦ୍ରୀୟ ପ୍ରତିନିଧୀ ଦଳ ସହ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡା, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ବିଜେପି ସଂପାଦିକା ଡ.ଲେଖାଶ୍ରୀ ସାମନ୍ତ ସିଂହାର, ମହିଳା ମୋର୍ଚ୍ଚା ଉପ ସଭାପତି ସ୍ମୃତି ପଟ୍ଟନାୟକ, ରାଜ୍ୟ ସାଧାରଣ ସଂପାଦିକା ପ୍ରତିଭା ଶତପଥୀ ଏବଂ ଡ ଐଶ୍ୱର୍ଯ୍ୟ ବିଶ୍ୱାଳ  ପ୍ରମୁଖ ସାମିଲ ରହିବେ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପରିଡା ସୁଚନା ଦେଇଛନ୍ତି ।

0
0
0
s2sdefault