ହେଡଲାଇନସ୍:

ଜଳସେଚନ ବିଭାଗ ନିଷ୍କ୍ରିୟ, ଜଳସଙ୍କଟର ସମ୍ମୁଖୀନ ହେବେ ରାଜ୍ୟବାସୀ: ଭୃଗୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(Balakrishna Panigrahi, Gajpati)  : ମୁଖ୍ୟମନ୍ତ୍ରୀ ରାଜ୍ୟରେ ପ୍ରବାହିତ ହେଉଥିବା ନଦୀମାନଙ୍କ ଜଳକୁ ସୁରକ୍ଷା ଦେଇ ପାରୁନାହାଁନ୍ତି । ଓଡିଶା ସରକାରଙ୍କ ଅପାରଗତା ଓ ସ୍ଥାଣୁତା କାରଣରୁ ପଡୋଶୀ ଆନ୍ଧ୍ର ପ୍ରଦେଶ ସରକାର ଅତି ଚତୁରତାର ସହ ପ୍ରବାହିତର ନଦୀ ପାଣିକୁ ବ୍ୟବହାର କରିବାରେ ସଫଳ ହୋଇଛି । ଭବିଷ୍ୟତରେ ଏହି କାରଣରୁ ଓଡିଶାବାସୀ ଚାଷ ପାଇଁ ପାଣି ପାଇବାରେ ଅସୁବିଧାର ସମ୍ମୁଖୀନ ହେବା ସହ ପିଇବା ପାଇଁ ମଧ୍ୟ ପାଣି ପାଇଁ ବଂଚିତ ହେବେ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି । ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବକ୍ସିପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଗତ ୨୭ ତାରିଖ ଦିନ ଅଂଚଳ ଗସ୍ତ କରି ପୁଂଖାନୁପୁଂଖ ସମୀକ୍ଷା କରିଥିଲେ । ଏହି ପ୍ରତିନିଧି ଦଳରେ ଗଜପତି ଜିଲ୍ଲା ସଭାପତି ଜି.ଭେଂକଟ ରାବଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, ସିଦ୍ଧେଶ୍ୱର ମିଶ୍ର, ତିରୁପତି ନାୟକଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।  ଶ୍ରୀ ବକ୍ସିପାତ୍ର ସୁଚନା ଦେଇ କହିଛନ୍ତି ଯେ, ୨୦୦୮ ମସିହାରେ ଦକ୍ଷିଣ ଓଡିଶାରେ ପ୍ରବାହିତ ହେଉଥିବା ମହେନ୍ଦ୍ରତନୟା ନଦୀ ଉପରେ ପଡୋଶୀ ଆନ୍ଧ୍ରପ୍ରଦେଶ ସରକାର ଏକ ବନ୍ଧ ପ୍ରକଳ୍ପ ନିର୍ମାଣ ଆରମ୍ଭ କରିଥିଲେ । ଏହି ପ୍ରକଳ୍ପକୁ ବିରୋଧ କରି ଓଡିଶା ସରକାର ସୁପ୍ରିମକୋର୍ଟରେ ମକଦ୍ଧମା ରୁଜୁ କରିଥିଲେ । ମାତ୍ର ବର୍ତମାନ ସୁଦ୍ଧା ଓଡିଶା ସରକାର ଆନ୍ଧ୍ର ସରକାରଙ୍କ ଦ୍ୱାରା ଏହି ପ୍ରକଳ୍ପ ନିର୍ମାଣକୁ ରୋକିବାରେ ବିଫଳ ମଧ୍ୟ ହୋଇଛନ୍ତି । ବରଂ ଆନ୍ଧ୍ର ସରକାର ଇତି ମଧ୍ର ୧୭ କିଲୋମିଟର କେନାଲ ନିର୍ମାଣ ସମାପ୍ତ କରିଥିବାବେଳେ ଅନ୍ୟ ପଟେ ମହେନ୍ଦ୍ରତନୟା ନଦୀ ଉପରେ ନିର୍ମିତ ବନ୍ଧ ଏବଂ ରିଜର୍ଭର ନିର୍ମାଣ କାର୍ଯ୍ୟ ଦୁ୍ରତ ଗତିରେ ଚାଲୁ ରଖିଛନ୍ତି । ଏହି ବନ୍ଧ ନିର୍ମାଣ କରି ପଡୋଶୀ ଆନ୍ଧ୍ର ସରକାର ନିଜ ରାଜ୍ୟରେ ୨୬୦୦୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବାରେ ସକ୍ଷମ ହେବ ବୋଲି ଶ୍ରୀ ବକ୍ସିପାତ୍ର ସୁଚନା ଦେଇଛନ୍ତି ।  ଅନ୍ୟ ପକ୍ଷରେ ଓଡିଶା ସରକାର ୨୦୦୮ ମସିହାରେ ଡମ୍ବାପୁର ଏବଂ ଚଂପାପୁରଠାରେ ଦୁଇଟି ଜଳସେଚନ ପ୍ରକଳ୍ପର ଉଦ୍ଘାଟନ କରିଥିଲେ । ଚଂପାପୁର ପ୍ରକଳ୍ପଟି ବର୍ତ୍ତମାନ  ସୁଦ୍ଧା ନକ୍ସାରେ ସୀମିତ ହୋଇ ରହିଯାଇଥିବାବେଳେ ନିର୍ମାଣଧିନ ଡମ୍ବାପୁର ପ୍ରକଳ୍ପଟି ନିକଟ ଭବିଷ୍ୟତରେ ସଂପୂର୍ଣ୍ଣ ହେବାର କୈାଣସି ସମ୍ଭାବନା ନାହିଁ । ମହାନଦୀରେ ଛତିଶଗଡ ଉପର ମୁଣ୍ଡାରେ ଥିବା କାରଣରୁ ଏକ ପାଖିଆ ଭାବେ ବନ୍ଧ ନିର୍ମାଣ କରିଥିବା କାରଣରୁ ଓଡିଶାରେ ମହାନଦୀରେ ପ୍ରବାହିତ ପାଣି ବାଧାପ୍ରାପ୍ତ ହେଉଛି ବୋଲି ବାରମ୍ବାର ଅଭିଯୋଗ କରିଆସୁଛି । ଅନ୍ୟ ପଟେ ଦକ୍ଷିଣ ଓଡିଶାର ପ୍ରବାହିତ ହେଉଥିବା ସମସ୍ତ ନଦୀର (ବିଶେଷ କରି ମହେନ୍ଦ୍ରତନୟା, ବଂଶଧାରା, ନାଗାବଳି) ତଳ ମୁଣ୍ଡରେ ଥିବା ଆନ୍ଧ୍ରପ୍ରଦେଶ ସରକାର ବନ୍ଧ ନିର୍ମାଣ ପ୍ରକଳ୍ପ କାରଣରୁ ଏହି ନଦୀମାନଙ୍କ ଉପର ମୁଣ୍ଡରେ ଥିବା ଓଡିଶାବାସୀ ବେଶ ପ୍ରଭାବିତ ହେବେ । ମହାନଦୀର ତଳ ମୁଣ୍ଡ ଏବଂ ଦକ୍ଷିଣ ଓଡିଶାର ନଦୀମାନଙ୍କ ଉପର ମୁଣ୍ଡରେ ବନ୍ଧ ନିର୍ମାଣ କରି ପ୍ରବାହିତ ପାଣିକୁ ରାଜ୍ୟବାସୀଙ୍କ ସ୍ୱାର୍ଥରେ ବ୍ୟବହାର କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବି‘ଳ ହୋଇଛନ୍ତି । ଦୀର୍ଘ ୧୮ ବର୍ଷ ଧରି ଜଳସେଚନ ବିଭାଗ ମୁଖ୍ୟମନ୍ତ୍ରୀ ଅଧୀନରେ ଥାଇ ମଧ୍ୟ  ତାଙ୍କର ସ୍ଥାଣୁତା ଅପାରଗତା ପାଇଁ ରାଜ୍ୟରେ କୈାଣସି ପ୍ରକଳ୍ପ ଆଗେଇ ପାରୁନାହିଁ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । ରାଜ୍ୟର ମହେନ୍ଦ୍ରା ତନୟା ହେଉଛି ଦକ୍ଷିଣ ଓଡିଶାର ପ୍ରମୁଖ ନଦୀ ଆନ୍ଧ୍ରର ଉପରମୁଣ୍ଡରେ ପ୍ରବାହିତ ହେଉଛି । ଏବେ ମହେନ୍ଦ୍ର ତନୟା ନଦୀ, କେନାଲ, ରିଜର୍ଭଭରକୁ ନେଇ ବଂଶଧାରାର ନେରେଡି ଓ କାଠରାଗଡା ପ୍ରକଳ୍ପ ମା୍ମମରେ ଯୋଡି ହୀରମଣ୍ଡଳ ରିଜର୍ଭଭର ସହ ସମସ୍ତ ପାଣି ଜୋଡିବାର ବ୍ଲୁ ପ୍ରିଂଟ ଆନ୍ଧ୍ର ସରକାର ପ୍ରସ୍ତୁତ କରିସାରିଲେଣି । ଏହା ହେଲେ ଓଡିଶାରେ ପାଣିର ଘୋର ଅଭାବ ଦେଖାଯିବା ସହ ରାୟଗଡ ଓ ଗୋସାଣୀ ବ୍ଲକରେ ଥିବା ହେକ୍ଟର ହେକ୍ଟର ଚାଷଜମି ପ୍ରଭାବିତ ହେବ ।  ମହେନ୍ଦ୍ରାତନୟା ନଦୀର ପାଣିକୁ ପାରଲାଖେମୁଣ୍ଡି ସହରବାସୀନ୍ଦା ପାନୀୟ ଜଳ ଭାବେ ବ୍ୟବହାର କରନ୍ତି । ଆନ୍ଧ୍ରର ଏଭଳି ପ୍ରକଳ୍ପ ଦ୍ୱାରା ଆଗାମୀ ଦିନରେ ପାରଳାଖେମୁଣ୍ଡି ସମେତ ସମଗ୍ର ଗଜପତି ଜିଲ୍ଲାରେ ପାଣିର ବହୁ ସମସ୍ୟା ସହ ପାନୀୟ ଜଳର ଅଭାବ ଦେଖାଯିବ । ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାରେ ଥିବା ଜଳସେଚନ ବିଭାଗର ଏପରି ନିଷ୍କ୍ରିୟତାରୁ ମୁଖ୍ୟମନ୍ତ୍ରୀଙ୍କ ପାରିବାପଣିଆ ଉପରେ ଶ୍ରୀ ବକ୍ସିପାତ୍ର ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ସଂପାଦକ ବିଭୁତି ଜେନା ଏବଂ ଗଂଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଉପସ୍ଥିତ ଥିଲେ |

0
0
0
s2sdefault