ହେଡଲାଇନସ୍:

ବିଜେପୁର ଭୋଟ ସରିବା ପର୍ଯ୍ୟନ୍ତ ବିଜେପି ଜଳାଇରଖିବ କୁନ୍ଦୁଲି ନିଆଁ, ରଣନୀତି ଚୂଡାନ୍ତ ! 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ଜାନୁଆରୀ ୩୧ରେ କୁନ୍ଦୁଲୀ ପୀଡିତାଙ୍କ ଦଶାହରେ ବିଜେପି ମହିଳା ମୋର୍ଚ୍ଚା ପାଳିବ ସଂକଳ୍ପ ଦିବସ

୧୦୦୨ ମଣ୍ଡଳରେ ଦେବୀ ମନ୍ଦିର ସାମନାରେ ଆତ୍ମାର ସଦଗତି ନିମନ୍ତେ କରାଯିବ ଦୀପଦାନ

 ଅମିତ୍ ଶାହାଙ୍କ ଦ୍ୱାରା ୩ ଜଣିଆ କେନ୍ଦ୍ରୀୟ ତଦନ୍ତ କମିଟି ଗଠିତ. ଓଡିଶା ଆସି କରିବେ ତଦନ୍ତ 

ପୀଡିତାଙ୍କ ପରିବାରକୁ କୋଟିଏ ଟଙ୍କାର ଆର୍ଥିକ ସହାୟତା ଦେବାକୁ ଦେବାକୁ ଦାବି କଲା ବିଜେପି 

 ମୃତୁ୍ୟ ପାଇଁ ଦାୟୀ କୋରାପୁଟ ଏସପି ଏବଂ ରାଜ୍ୟ ମାନବାଧିକାର ସେଲ ଏଡିଜିଙ୍କୁ ଚାକିରୀରୁ ବହିଷ୍କାର ଦାବି 

 

 ଭୁବନେଶ୍ୱରରୁ ଚକ୍ରଧର ମାଝି  :: କୁନ୍ଦୁଲି ପ୍ରସଙ୍ଗରେ ପ୍ରାଥମିକ ପର୍ଯର୍୍ୟାୟରେ ପଛରେ ପଡିଯାଇଥିବା ବିଜେପି ଏବେ ଏହାକୁ ପ୍ରସଙ୍ଗ କରି ଲହି ମାହୋଲକୁ ବିଜେପୁର ନିର୍ବାଚନ ପର୍ଯ୍ୟନ୍ତ ଜାରି ରଖିବାକୁ ରଣନୀତି ପ୍ରସ୍ତୁତ କରିଛି  । ଜାନୁଆରୀ ୩୧ରେ କୁନ୍ଦୁଲି ପୀଡିତାଙ୍କ ଆତ୍ମାର ସଦଗତି ପାଇଁ ରାଜ୍ୟର ବିଭିନ୍ନ ଦେବୀ ମନ୍ଦିରରେ ଦୀପ ଜାଳିବା ପାଇଁ ଯୋଜନା ରଖିଥିବା ବେଳେ ଏହି ପ୍ରସଙ୍ଗକୁ ୍ରଅଦôକ ତେଜିବା ପାଇଁ କେନ୍ଦ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପଠାଉଛନ୍ତି ତିନିଜଣିଆ କେନ୍ଦ୍ରୀୟ ଟିମ୍  । ଆଉ କୁନ୍ଦୁଲି ପିଡିତାଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ କୋରାପୁଟ ଏସପି ଏବଂ ରାଜ୍ୟ ମାନବାଧିକାର ସେଲ ଏଡିଜିଙ୍କୁ ଦାୟୀ କରି ସେମାନଙ୍କୁ ଚାକିରୀରୁ ବହିଷ୍କାର କରିବା ଦାବିରେ ଦଳ ପକ୍ଷରୁ  ରଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଦାବି କରିଛି ବିଜେପି  । ସେହିପରି ପୀଡିତାଙ୍କ ପରିବାରକୁ କୋଟିଏ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ବି ଦାବି କରିଛି ଦଳ  । 

ବିଜେପି ମହିଳା ମୋର୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି ଯେ,   ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା  କୁନ୍ଦୁଲୀ ଗଣ ଦୁଷ୍କର୍ମ ପୀଡିତାଙ୍କ ଦଶାହ ଚଳିତ ମାସ ୩୧ ତାରିଖରେ ରେ ରାଜ୍ୟର ୧୦୦୨ଟି ମଣ୍ଡଳରେ ଦେବୀ ମନ୍ଦିରମାନଙ୍କରେ ତାଙ୍କର ଆତ୍ମାର ସଦଗତି ନିମନ୍ତେ ଦୀପ ଦାନ କରାଯିବା ସହ ଏହାକୁ ସଂକଳ୍ପ ଦିବସ ରୂପେ ପାଳନ କରାଯିବ । ଏହି ଅବସରରେ ମହିଳା ମାନେ ‘ସଂକଳ୍ପ ପାଠ’ କରିବେ   ।  କୁନ୍ଦୁଲୀ ପୀଡିତା ସସ୍ମିତାଙ୍କୁ ଏକ ଷଡଯନ୍ତ୍ରର ଅଙ୍ଗ ଭାବରେ ରାଜ୍ୟର ଗୃହ ବିଭାଗରୁ ନେଇ ବରିÂ ପୋଲିସ ଅଧିକାରୀ ନ୍ୟାୟ ଦେବା ପରିବର୍ତେ ନିନ୍ଦା ଓ ଅପବାଦ ଦେଇ ଆତ୍ମହତ୍ୟା କରିବାକୁ ବାଧ୍ୟ କଲେ । ଏପରି ପରିସ୍ଥିତିରେ ଜଣେ ଓଡିଶାର ଉପାନ୍ତ ଅଂଚଳର ଗରୀବ, ଦଳିତ ଓ ନାବାଳିକାକୁ ନ୍ୟାୟ ଦେବା ପାଇଁ  ସମ୍ପୂର୍ଣ ଓଡିଶା ମହିଳା ସମାଜ ଆଗେଇ ଆସିବା ପାଇଁ ମହିଳା ମୋର୍ଚା ତର‘ରୁ ଦଶାହ ଅବସରରେ ଆହ୍ୱାନ ଦିଆଯିବ ।  ଏକ ବିଶେଷ ଶପଥ ପାଠ ମାଧ୍ୟମରେ ମହିଳା ମାନେ କୁନ୍ଦୁଲୀ ଗଣ ଧର୍ଷଣ ମାମଲାର ଆନେ୍ଦାଳନକୁ ଘରେ ଘରେ ପହଂଚାଇ ସସ୍ମିତା ହତ୍ୟାର ରକ୍ତରେ ଲାଲ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୋଲିସ ଡିଜି, ମାନବାଧିକାର ସେଲର ଏଡିଜି, କୋରାପୁଟ ଏସପି, ରାଜ୍ୟ ‘ରେନସିକ ଲାବରୋଟରୀର ନିର୍ଦେଶକ ଓ ଏଥିରେ ସଂପୃକ୍ତ ସରକାର ଓ ଶାସକ ଦଳର ପ୍ରବକ୍ତା ମାନଙ୍କ  ହୀନ ଉଦ୍ୟମ ବିରୁଦ୍ଧରେ ସଂଘର୍ଷ ପାଇଁ ଶପଥ ନେବେ  ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି । 

  କୁନ୍ଦୁଲି ପୀଡିତା ଗଣ ଦୁଷ୍କର୍ମରେ ଶିକାର ହୋଇ ନିଜ ଜୀବନ ହାରିବା ପ୍ରସଂଗରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅ୍ମକ୍ଷ ଅମିତ୍ ଶାହା ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ରାଜ୍ୟ ବିଜେପି କୋର କମିଟି ବୈଠକରେ ରାଜ୍ୟ ପ୍ରଭାରି ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ କୁନ୍ଦୁଲି ପ୍ରସଂଗକୁ ଗଭୀରତାର ସହ ନେଇ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଥିଲେ । ପରେ ଶ୍ରୀ ସିଂହ ଦିଲ୍ଲୀ େ‘ରି ରାଷ୍ଟ୍ରୀୟ ଅ୍ମକ୍ଷଙ୍କୁ ଏହି ଅଭାବନୀୟ ଘଟଣା ସଂପର୍କରେ ଅବଗତ କରାଇଥିଲେ । ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅପରାଧୀକୁ ରାଜ୍ୟ ସରକାର ସୁରକ୍ଷା ଦେଉଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି ଶ୍ରୀ ଶାହା କହିଛନ୍ତି ।  ଶ୍ରୀ ଶାହା ଏଭଳି ସମ୍ବେଦନଶୀଳ ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁÂାନ ପାଇଁ ଦାବୀ କରିଛନ୍ତି । ଏଥି ସହ ରାଷ୍ଟ୍ରୀୟ ଅ୍ମକ୍ଷ ଏଭଳି ଘଟଣାର ଗାମ୍ଭୀର୍ଯ୍ୟତାକୁ ହୃଦୟଙ୍ଗମ କରି ଘଟଣାର ତଦନ୍ତ କରିବାପାଇଁ ଏକ ତିନି ଜଣିଆ ଟିମ୍ ଗଠନ କରିଛନ୍ତି ।  ଏହି ୩ ଜଣିଆ ଟିମ୍ରେ ରାଷ୍ଟ୍ରୀୟ ସାଧାରଣ ସଂପାଦିକା ସୁଶ୍ରୀ ସରୋଜ ପାଣ୍ଡେ, ରାଷ୍ଟ୍ରୀୟ ସଂପାଦିକା ତଥା ସାଂସଦ ଜ୍ୟୋତି ଧ୍ରୁବେ ଏବଂ ଲୋକସଭା ସାଂସଦ ଶ୍ରୀମତି ଅଂଜୁ ବାଲା ସଦସ୍ୟା ଅଛନ୍ତି । ଏହି ପ୍ରତିନିଧୀଦଳ ଓଡିଶା ଆସି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ରାଷ୍ଟ୍ରୀୟ ଅ୍ମକ୍ଷଙ୍କୁ ରିପୋର୍ଟ କରିବେ ବୋଲି ରାଜ୍ୟ ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ସୂଚନା ଦେଇଛନ୍ତି ।

ଆତ୍ମହତ୍ୟା କରିଥିବା କୁନ୍ଦୁଲୀ ଗଣ ଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ତୁରନ୍ତ କୋଟିଏ ଟଙ୍କାର ଆର୍ଥିକ ସହାୟତା, ପୀଡିତାଙ୍କୁ ଷଡଯନ୍ତ୍ରର ଅଙ୍ଗ ଭାବେ ନ୍ୟାୟ ନ ଦେବା ଓ ପ୍ରମାଣ ନଷ୍ଟ କରିବା କାରଣରୁ କୋରାପୁଟ ଏସପି ଏବଂ ରାଜ୍ୟ ମାନବାଧିକାର ସେଲ ଏଡିଜିଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ବିଜେପିର ଏକ ମହିଳା ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଦାବୀ ଜଣାଇବା ସହ ଏହି ସଂକ୍ରାନ୍ତରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛି ।ସ୍ଥାନୀୟ ମେଡିକାଲ ଅ‘ିସର ଦୁଷ୍କର୍ମ ହୋଇ ନ ଥିବା ଡାକ୍ତରୀ ମାଇନା ପରେ ପ୍ରକାଶ କରିଥିବା ବେଳେ ଏପରି ସମ୍ବେଦନଶୀଳ ମାମଲାରେ ମେଡିକାଲ ବୋର୍ଡକୁ ଏହି ମାମଲାକୁ କାହିଁକି ହସ୍ତାନ୍ତର କରା ଗଲା ନାହିଁ ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ।  ପୀଡିତାଙ୍କ ପରିବାରର  ସାର୍ବଜନୀନ ବକ୍ତବ୍ୟ ଅନୁସାରେ ପୋଲିସ ମଧ୍ୟ ରାତ୍ରିରେ ଘରକୁ ପଶି ପୀଡିତା ଓ ତାଙ୍କର ପରିବାରର ମହିଳାସଦସ୍ୟଙ୍କୁ  ମଧ୍ୟ ପୁରୁଷ ପୋଲିସ ଦ୍ୱାରା  ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଥିଲା । ଏହି ଷଡଯନ୍ତ୍ରର ଅଙ୍ଗ ଭାବେ ରାଜ୍ୟ ସରକାରଙ୍କ ମାନବାଧିକାର ସେଲର  ଏଡିଜି ଗଣଦୁଷ୍କର୍ମ ହୋଇ ନାହିଁ ବୋଲି ସାର୍ବଜନୀନ ବକ୍ତବ୍ୟ ଦେଇଛନ୍ତି । ରାଜ୍ୟ  ‘ରେନସିକ ସାଇନ୍ସ ଲାବରୋଟରୀ ନିଜର ରିପୋର୍ଟରେ ଗଣଦୁଷ୍କର୍ମ ସ୍ପଷ୍ଟ କରିଥିବା ବେଳେ ପରବର୍ତୀ ସମୟରେ ଏହି ରିପୋର୍ଟ ଗଣମା୍ମମରେ ପ୍ରକାଶ ପାଇବା ପରେ ଏହି ରିପୋର୍ଟ ଚୁଡାନ୍ତ ନୁହେଁ ବୋଲି କହି ଘଟଣାକୁ ଗୋଳାଇବାକୁ ଚେଷ୍ଟା କରାଯାଇଥିବା ସଂପର୍କରେ ଏହି ସ୍ମାରକ ପତ୍ର ମା୍ମମରେ କମିଶନଙ୍କୁ ଅବଗତ କରାଯାଇଛି । ପୀଡିତାଙ୍କୁ ବାରମ୍ବାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରା ଗଲା ବେଳେ ଦୁଷ୍କର୍ମ ପୀଡିତାଙ୍କୁ ଯେଉଁ  ଔଷଧ ଦ୍ୱାରା ଚିକିତ୍ସା କରାଯିବା କଥା ସେହି ଔଷଧ ଦିଆ ଯାଇଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । ଏପରି ପରିସ୍ଥିତିରେ ରାଜ୍ୟର ମାନବିକ ଅଧିକାର ରକ୍ଷାର ଦାୟିତ୍ୱ ତାଙ୍କ ପାଖରେ ଥିବାରୁ ମାନବାଧିକାର କମିଶନଙ୍କ ପାଖରେ ଫେରାଦ ହୋଇ ପୀଡିତା ପରିବାରକୁ ନ୍ୟାୟ ଦେବା ପାଇଁ ବିଧିବଦ୍ଧ ତଦନ୍ତ କରି ଦୃଢ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି ।  ଏହି ପ୍ରତିନିଧି ଦଳରେ ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନ ଉପନଗରପାଳ ଉର୍ମିଳା ମହାପାତ୍ର, ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ କାନନବାଲା ପଟ୍ଟନାୟକ, ସ୍ମୃତି ପଟ୍ଟନାୟକ, ସାଧାରଣ ସଂପାଦିକା ପ୍ରତିଭା ଶତପଥୀ, ରାଜ୍ୟ ସଂପାଦିକ ରଶ୍ମିରେଖା ଦାସ, ଦିପ୍ତୀରେଖା ନାୟକ, କୋଷାଧ୍ୟକ୍ଷା ବିଜୟଲକ୍ଷୀ୍ମ ମନହାପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପୂର୍ଣ୍ଣିମା ଦାଶ, ପଦ୍ମଜା ଦେବତା, ସବିତା ପ୍ରହରାଜ, ସୁବାଷିନୀ ପୃଷ୍ଟିି, ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ 

0
0
0
s2sdefault