ହେଡଲାଇନସ୍:

ଧର୍ମେନ୍ଦ୍ର ମାନିସାରିଲେଣି, ତୁଚ୍ଛାକୁ ଯା ବାହାପିଆ କଥା କହିବାରେ ବ୍ୟସ୍ତ ଅରୁଣ ସିଂ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପିର ଓଡ଼ିଶା ମିଶନ ୧୨୦+ ଏକ ଦିବାସ୍ୱପ୍ନ: ବିଜେଡି

 କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ମନଗଢ଼ା କାହାଣୀ ଶୁଣାନ୍ତୁ, କିନ୍ତୁ ଲୋକଙ୍କୁ ବିଭ୍ରାନ୍ତି କରନ୍ତୁ ନାହିଁ


ଭୁବନେଶ୍ୱର,: ବିଜେପି ଓଡ଼ିଶାରେ ଆସିବ ବୋଲି ବାରିପଦାରେ ଏହି ଦଳର ପ୍ରଭାରୀ ଯେଉଁ ତୁଚ୍ଛା ବାହାସ୍ପୋଟ ମାରିଛନ୍ତି, ତାହା କେବଳ ଲୋକ ଦେଖାଣିଆ । ସେହିପରି ମୟୂରଭଞ୍ଜର ୯ ବିଧାନସଭା ସହ ଲୋକସଭା ଆସନକୁ ଏହି ଦଳ ଦଖଲ କରିବା ପାଇଁ ତୁଚ୍ଛାକୁ ବାହାପିଆ କଥା କହିବାରେ ବ୍ୟସ୍ତ । ୨୦୧୯ରେ ବିଜେଡି ନୁହେଁ, ବରଂ ବିଜେପି ୧୨୦+ ମିଶନରେ ପୂରାପୂରି ଫେଲ୍‍ ମାରିବ ବୋଲି ତାଙ୍କ ଦଳର ନେତା ତଥା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗରୁ ସ୍ୱୀକାର କହିସାରିଛନ୍ତି ବୋଲି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।
ଜମ୍ଭୀରା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେବା ନେଇ ପ୍ରକାଶ କରାଯାଇଥିବା ସନେ୍ଦହ ସଂପୂର୍ଣ୍ଣ ରାଜନୈତିକ ଉଦେ୍ଧଶ୍ୟ ପ୍ରଣୋଦିତ । ବାରିପଦା ସହରବାସୀଙ୍କୁ ପାନୀୟ ଜଳ ଯୋଗାଇଦେବାପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ଜମ୍ଭୀରା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଥିରେ ସନେ୍ଦହ ପ୍ରକାଶ କରି ବିଜେପି ଲୋକଙ୍କୁ ବିଭ୍ରାନ୍ତ କରୁଛି । ରାଜ୍ୟ ସରକାର ୯ଟି ଜନଜାତି ବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ କରିଛନ୍ତି ଓ ଏହା ମାଧ୍ୟମରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ଏହି ସ୍ୱତନ୍ତ୍ର ବିକାଶ ପରିଷଦ ମାଧ୍ୟମରେ ଜନଜାତିଙ୍କ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି । ଜନଜାତିଙ୍କ ସର୍ବାଙ୍ଗୀନ ପ୍ରଗତି ନିମନ୍ତେ ଏଭଳି ଅଭିନବ ପ୍ରୟୋଗ କରିବାରେ ଓଡ଼ିଶା ହେଉଛି ସମଗ୍ର ଦେଶରେ ପ୍ରଥମ ରାଜ୍ୟ । ସାନ୍ତାଳୀ ଜନଜାତିର ଭାଷା ଓ ସାହିତ୍ୟର ବିକାଶରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ସର୍ବଗରିଷ୍ଠ ଥିଲାବେଳେ ତାଙ୍କୁ ସମ୍ମାନ ଜଣାଇ ରାଜ୍ୟ ସରକାର ତାଙ୍କ ନାମରେ ନାମିତ କରିଛନ୍ତି ବାରିପଦାର ମେଡିକାଲ୍‍ କଲେଜ୍‍ ଓ ହସ୍ପିଟାଲ । ବିଜେଡି ଶାସନ ନୁହେଁ, ବରଂ ବିଜେପି ଶାସନ ଫିରଙ୍ଗୀ ଶାସନକୁ ବଳିଯାଇଥିବା ଏହି ଦଳର ସହଯୋଗୀ ଦଳ ଶିବସେନା ଘୋଷଣା କରିସାରିଲାଣି ଏବଂ ଆଗାମୀ ନିର୍ବାଚନରେ ବିଜେପି ସହିତ ମେଣ୍ଟ କରିବ ନାହିଁ । ଦଶନ୍ଧି ଧରି ସମର୍ଥନ ଦେଇ ଆସୁଥିବା ଶିବସେନାର ଘୋଷଣାରୁ ବିଜେପି କ’ଣ ଶିକ୍ଷା ଲାଭ କରିପାରୁ ନାହିଁ କି?
ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଗତିଶୀଳ କାର୍ଯ୍ୟକ୍ରମକୁ ଲୋକ ଗ୍ରହଣ କରୁଛନ୍ତି ଓ ଓଡ଼ିଶାରେ କ୍ରମାଗତ ଭାବେ ୪ଥର ପାଇଁ ସରକାର କରିବା ଏହି ଗ୍ରହଣୀୟତାର ଜ୍ୱଳନ୍ତ ଉଦାହାରଣ । ଓଡ଼ିଶା ଲୋକଙ୍କର ସ୍ୱାର୍ଥକୁ ସୁରକ୍ଷା ଓ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ଜାତୀୟ ଦଳମାନେ ବିଫଳ ହେଲେ ବୋଲି ଆଜି ବିଜେଡି ଓଡ଼ିଶାବାସୀଙ୍କ ପାଖରେ ଗ୍ରହଣୀୟତା ବଢ଼ିଛି । ଗୋଟିଏ ଆଞ୍ଚଳିକ ଦଳ ଭାବେ ବିଜେଡି ଓଡ଼ିଶାର ସ୍ୱାର୍ଥ ଓ ବିକାଶକୁ ଗୁରୁତ୍ୱ ଦେଇ ତା’ର ରାଜନୈତିକ କାର୍ଯ୍ୟକ୍ରମ ଗ୍ରହଣ କରିଚାଲିଛି । ତେଣୁ ବିଜେପିର ପ୍ରଭାରୀ ଓଡ଼ିଶାରେ ଆସି ନିଜେ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ମନଗଢ଼ା କାହାଣୀ ଶୁଣାନ୍ତୁ, କିନ୍ତୁ ଲୋକଙ୍କୁ ବିଭ୍ରାନ୍ତି କରନ୍ତୁ ନାହିଁ ବୋଲି ଶ୍ରୀ ନାୟକ ବିବୃତିରେ କହିଛନ୍ତି ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ତଥା ମୟୂରଭଞ୍ଜବାସୀଙ୍କୁ ସୁରକ୍ଷା ଯୋଗାଇ ଦେବା ସାଙ୍ଗକୁ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ବୋଲି ବିଜେପିର ସର୍ବ ଭାରତୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂ ବାରିପଦାରେ ଆୟୋଜିତଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ  | ସେ କହିଥିଲେ ଯେ  ୨୦୦୮ରେ ମୁଖ୍ୟମନ୍ତ୍ରୀ ନବୀନବାବୁ  ବାରିପଦା ସହରବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ନିମନ୍ତେ  ତାଙ୍କର ଜମ୍ଭୀରା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣର ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି ।  ସେହିପରି ବାରିପଦା ଆୟୁର୍ବେଦିକ ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟରେ ପରିଣତ କରାଇବାର ଘୋଷଣା କରିଥିଲେ ମଧ୍ୟ ଆଜି ମହାବିଦ୍ୟାଳୟଟି ତାଲା ଝୁଲିବା ଅବସ୍ଥାରେ ରହିଅଛି । ପୁଣି କରଞ୍ଜିଆ ଦେଓନଦୀ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନବୀନ ସରକାରଙ୍କ ଭଳି ମନ୍ଥର ଗତିରେ ଅଗ୍ରସର ହେଉଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଓଡ଼ିଶାରେ ବିଜେଡ଼ି ସରକାରରେ ଶାସନ ବ୍ୟବସ୍ଥା ଫିରିଙ୍ଗି ଶାସନକୁ ବଳିପଡ଼ିଛି । ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ନବୀନ ନିଜର ଚାଟୁକାର ଭାବେ ବ୍ୟବହାର କରୁଛି । ଗ୍ରାମପଞ୍ଚାୟତସ୍ତରରେ  ପଞ୍ଚାୟତ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ବିଭିନ୍ନ ଦଳୀୟ କାର୍ଯ୍ୟରେ ବ୍ୟବହାର କରିଆସୁଥିବାରୁ ସେମାନେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସଠିକ ଭାବେ ସମ୍ପାଦନ କରିପାରୁ ନ ଥିବାର ଅଭିଯୋଗ ହସ୍ତଗତ ହୋଇଛି । ନବୀନ ସରକାରରେ ରାଜ୍ୟରେ ଗୁଣ୍ଡାରାଜ ଚାଲିଛି । ବିଭିନ୍ନ ସ୍ଥାନରେ ବିଜେପି ଉପରେ ଆକ୍ରମଣ ହେଉଛି । ବିଜେପି ଭାରତର ୧୯ଟି ରାଜ୍ୟ ଅର୍ଥାତ ସମଗ୍ର ଭାରତର ୬୫ ପ୍ରତିଶତ ଅଞ୍ଚଳରେ ଶାସନରେ ରହିଥିଲେ ମଧ୍ୟ କୌଣସି ରାଜ୍ୟରେ ଜିଲାପ୍ରଶାସନକୁ ରାଜନୀତି ମଧ୍ୟକୁ ଆଣି ନଥିବା ବେଳେ ନବୀନ ସରକାରୀ ଅଧିକାରୀ ରାଜନୀତି କରଣକୁ ପ୍ରଶ୍ରୟ ଦେଇଛନ୍ତି । ୨୦୧୯ ନିର୍ବାଚନରେ ଓଡ଼ିଶାରେ ବିଜେପି ଆସିବ ବିଜେଡ଼ି ବିଦାୟ ନେବ ବୋଲି ନବୀନ ଜାଣି ସାରିଛନ୍ତି । ସମସ୍ତ ଆସନ ଜିଣି ବିଧାସନସଭା ଦଖଲ କରିବ ଏବଂ ବିଜେପି ତାର ଓଡ଼ିଶା ମିଶନ ୧୨୦+ ଅତିକ୍ରମ କରିବା ସଂଗେସଂଗେ ମୟୂରଭଞ୍ଜ ଜିଲାର ୯ଟି ବିଧାନସଭା ସହିତ ଲୋକସଭା ଆସନକୁ ଦଖଲ କରି ସରକାର ଗଠନ କରିବ ବୋଲି ଶ୍ରୀ ସିଂ ଦମ୍ଭୋକ୍ତି ପ୍ରକାଶ କରିଥିଲେ |

ହେଲେ ଏ ଦମ୍ଭୋକ୍ତିର କଡା  ପାଲଟା ଜବାବ ଦେଇ ବିଜେଡି ସମ୍ପାଦକ ଶ୍ରୀ ନାୟକ କହିଛନ୍ତି ଯେ ଦିବସ୍ଵପ୍ନା ଦେଖିବାକୁ କାହାକୁ ମନ ନାହିଁ ! ହେଲେ ଚୋରା ବାଲି ଉପରେ ଠିଆ ହୋଇ ବାହାସ୍ଫୋଟ ମାରିଲେ ବାଲି ଭିତରେ ଧସେଇ ପଶିବା ହିଁ ସାରା ହେବ | 

0
0
0
s2sdefault