ହେଡଲାଇନସ୍:

ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତାରେ ମୟୂରଭଞ୍ଜରୁ ୫ ପ୍ରତିନିଧିତ୍ୱ କରିବେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 


ବାରିପଦା(୨୦/୦୧)- ମୟୂରଭଞ୍ଜ ଆଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ  କୁସ୍ତି ଚୟନ ଶିବିରରେ ମାନସ ରଞ୍ଜନ ବେହେରା, ମିହିର ରଞ୍ଜନ ବେହେରା, ବିଭୁଦେନ୍ଦୁ ବେହେରା, କିଶୋର କୁମାର ବେହେରା ଓ ମନୋରଞ୍ଜନ ବେହେରା ଏହି ପରି ମୋଟ ୫ ଜଣ ପ୍ରତିଯୋଗି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିବା ନିମନ୍ତେ ମନୋନୀତ ହୋଇଛନ୍ତି । ଏମାନେ ଭୂବନେଶ୍ୱରଠାରେ ଆୟୋଜିତ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଯୋଗ ଦେବା ନିମନ୍ତେ ଆଜି ଭୂବନେଶ୍ୱର ଯାତ୍ରା କରିଛନ୍ତି । ଏହି ସମୟରେ ସଗେନ ସିଂ ସୋରେନ, ଶରତ ଚନ୍ଦ୍ର ମିଶ୍ର, ଅମରେନ୍ଦ୍ର ଦାସ, ନରସିଂହ ବାରିକ, ନନ୍ଦ କିଶୋର ମହାପାତ୍ର ଓ ପ୍ରବୀର କୁମାର ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିମାନଙ୍କ ସଫଳତା କାମନା ପୂର୍ବକ ଶୁଭେଚ୍ଛା ପ୍ରଦାନ କରିଥିଲେ ବୋଲି ଆସୋସିଏସନର ସମ୍ପାଦକ କିଶୋର କୁମାର ବିଶ୍ୱାଳ ପ୍ରେସ ଇସ୍ତାହାର ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।  

0
0
0
s2sdefault