ହେଡଲାଇନସ୍:

ମୈଦାନ ମାରିନେଲା ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଜିଲ୍ଲା ପରିଷଦ ଉପ-ନିର୍ବାଚନ ଫଳ
 ବିଜେଡି ପ୍ରାର୍ଥୀ କମଳ ସାହୁ ନିର୍ବାଚିତ


ବାଲେଶ୍ୱର : ଜିଲ୍ଲା ପରିଷଦ ଉପ-ନିର୍ବାଚନର ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ କମଳ ସାହୁ ୨୬ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ପର୍ଶୁରାମ ପରିଡ଼ାଙ୍କଠାରୁ ସେ ୪ ହଜାର ୧୧୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ବାଲେଶ୍ୱର ଉପ-ଜିଲ୍ଲାପାଳ ଭବତାରଣ ସାହୁ, ସଦର ତହସିଲଦାର ରଶ୍ମିରେଖା ପ୍ରଧାନ ଓ ସଦର ବିଡିଓ ଶଙ୍କର୍ଷଣ ବେହେରା ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ୧୦ ଜଣିଆ ଟିମ୍ ଏହି ଭୋଟ ଗଣତି କାର୍ଯ୍ୟ ସମ୍ପାଦନ କରିଥିଲେ ।  ୮ଗୋଟି ଟେବୁଲରେ ୧୦ ରାଉଣ୍ଡ ଭୋଟ ଗଣତି ହୋଇଥିଲା । ୭ ଗୋଟି ପଞ୍ଚାୟତରେ ପୁଲିଂ ହୋଇଥିବା ମୋଟ ୨୬ ହଜାର ୮୫୬ ଖଣ୍ଡ ଭୋଟରୁ ୫୩୪ ଖଣ୍ଡ ବିଭିନ୍ନ କାରଣ ପାଇଁ ନାକଚ୍ ହୋଇଥିବା ଜଣାପଡ଼ିଛି । ବିଜେଡି ପ୍ରାର୍ଥୀ ଶ୍ରୀ ସାହୁଙ୍କୁ ସର୍ବାଧିକ ୧୩ ହଜାର ୪୯୯ ଖଣ୍ଡ, ଦ୍ୱିତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ ଶ୍ରୀ ପରିଡ଼ାଙ୍କୁ ୯ ହଜାର ୩୮୨, ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ମନୋଜ ନାୟକଙ୍କୁ ୩ ହଜାର ୧୮୭, ଉକ୍ରଳ ଭାରତ ପ୍ରାର୍ଥୀ ରମାକାନ୍ତ ଗୁଡ଼ଙ୍କୁ ୧୫୭ ଓ ସିପିଆଇ ପ୍ରାର୍ଥୀ  ବନ୍ଦନା ବିଶ୍ୱାସଙ୍କୁ ୯୭ ଖଣ୍ଡ ଭୋଟ ମିଳିଥିବା ଉପ-ଜିଲ୍ଲାପାଳ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜୟୀ ବିଜେଡି ପ୍ରାର୍ଥୀ ଶ୍ରୀ ସାହୁଙ୍କ ସହଯୋଗୀ ଓ ଦଳୀୟ କର୍ମୀମାନଙ୍କ ମଧ୍ୟରେ ବେଶ୍ ଖୁସୀର ଲହରୀ ଖେଳି ଯାଇଥିଲା । ବିଜେଡି କର୍ମୀ ଓ ସମର୍ଥକମାନେ ବାଣ ଫୁଟାଇ ଏବଂ ପରସ୍ପରକୁ ରଙ୍ଗ-ଅବିର ବୋଳି  ବିଜୟ ଉସôବ ପାଳନ କରିବା ସହ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ସାହୁଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ବିଜୟ ଶ୍ରେୟ ବିଜେଡି ଜିଲ୍ଲା ସଭାପତି ତଥା ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ସମେତ ସଦର ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ସେ ଦେଇଛନ୍ତି ।

0
0
0
s2sdefault