ହେଡଲାଇନସ୍:

 ଉଲ୍ଟା ଚୋର କା  କୋଟୱାଲ କୋ ଡାଂଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପ୍ରଧାନମନ୍ତ୍ରୀ ମିଥ୍ୟାର ସୌଦାଗର, ମୁଖ୍ୟମନ୍ତ୍ରୀ ନୁହନ୍ତି: ବିଜେଡି

ରାଜ୍ୟର ସ୍ୱାର୍ଥ ଲାଗି ମୁଖ୍ୟମନ୍ତ୍ରୀ ଚିଠି ଲେଖିଲେ ବିଜେପି ନେତାଙ୍କ ଯନ୍ତ୍ରଣା ହେଉଛି କାହିଁକି ? 

ଭୁବନେଶ୍ୱର: ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପ୍ରସଂଗ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ‘ଚିଠି ଲେଖିବା ଓ ମିଛ କହିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିରାଚରିତ ଅଭ୍ୟାସ ଏବଂ ସେ ହେଉଛନ୍ତି ମିଥ୍ୟାର ସୌଦାଗର’ ବୋଲି ବିଜେପି ଯେଉଁ ଅଭିଯୋଗ କରିଛି ଏହା ସଂପୂର୍ଣ୍ଣ ଅଯୌକ୍ତିକ ଓ ଭ୍ରମାତ୍ମକ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି । ଓଲଟା ଏହା ଚୋର ର କଟୁଆଳକୁ ଗାଳି ପରି  ଶ୍ରୀ ନାୟକ ଏକ ପ୍ରେସ୍‍ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି ଯେ ବିଜେପି କର୍ମକର୍ତ୍ତା ଯେପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରି ‘ମିଛର ସୌଦାଗର’ କହିଛନ୍ତି, ତାହା ଦର୍ଶାଇଦେଉଛି ଯେ ବିଜେପି ମିଛ କହିବାରେ ସିଦ୍ଧହସ୍ତ । କିଏ ମିଛ କହିଛି ଦେଶବାସୀ ଜାଣିଛନ୍ତି ଯେପରିଭାବେ ବ୍ରାହ୍ମଣୀ ସେତୁକୁ କେନ୍ଦ୍ର ନକରିପାରିଲେ, ଅନୁମତି ଦେଲେ ରାଜ୍ୟ କରିବ ବୋଲି ସେ କହିଛନ୍ତି, ସେଥିନେଇ ବିଜେପିର ରାଜ୍ୟ ନେତୃବୃନ୍ଦ ଅସହିଷ୍ଣୁ ହୋଇପଡିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କଠୋର ନିଷ୍ପତ୍ତି ବିଜେପିକୁ ଗୁରୁତର ଆଘାତ ଦେଇଛି । ତେବେ ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି ଯେ ଗୋଟିଏ ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଂଗରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂ ଦାବି ଉପସ୍ଥାପନ କରିବାରେ ତ୍ରୁଟି କେଉଁଠି ଅଛି? ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ହିମାଚଳପ୍ରଦେଶ ଓ ଆସାମ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କ’ଣ କେନ୍ଦ୍ରକୁ ଚିଠି ଲେଖୁନାହାନ୍ତି? ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ବିଜେପି ଲାଗି କାହିଁକି ଅଡୁଆ ହେଉଛି? କେନ୍ଦ୍ର ସରକାରଙ୍କୁ ବିନା କାରଣରେ ଓ ତଥ୍ୟ ନଥାଇ ନବୀନ ପଟ୍ଟନାୟକ ଚିଠି ଲେଖୁଛନ୍ତି ଓ ଦୋଷାରୋପ କରୁଛନ୍ତି ବୋଲି ରାଜ୍ୟ ବିଜେପି ନେତାମାନେ ଯେଉଁ ଅଭିଯୋଗ କରୁଛନ୍ତି, ତାହା ସଂପୂର୍ଣ୍ଣ ଭିତ୍ତିହୀନ ଓ ନିରାଧାର । ବରଂ ଠିକ୍‍ ସମୟରେ ଠିକ୍‍ କଥା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଥାନ୍ତି । କେବଳ ଠିକ୍‍ କଥା ସେ ଲେଖୁଥିବାରୁ ବିଜେପିର ରାଜ୍ୟ ନେତୃବୃନ୍ଦ ଜାଣିଶୁଣି ଏହାକୁ ସମାଲୋଚନା କରୁଛନ୍ତି ଓ ବିଭ୍ରାନ୍ତିକର ବିବୃତି ଦେଉଛନ୍ତି । ବରଂ ବିଜେପି ନେତାମାନେ ମିଛ କହିବାରେ ମାହିର୍‍ । ମିଥ୍ୟା ପ୍ରତିଶ୍ରୁତି ଦେବାରେ ସେମାନେ ସିଦ୍ଧହସ୍ତ । ନଚେତ୍‍ ବିଦେଶରୁ କଳାଟଙ୍କା ଆଣି ଏ ଦେଶର ପ୍ରତି ପରିବାର ଆକାଉଣ୍ଟରେ ୧୫ଲକ୍ଷ ଟଙ୍କା ଲେଖାଏଁ ଜମା କରିବାକୁ ୨୦୧୪ ନିର୍ବାଚନ ପୂର୍ବରୁ ସାରା ଦେଶବାସୀଙ୍କୁ ବହୁ ନିର୍ବାଚନୀ ସଭାରେ ପ୍ରତିଶ୍ରୁତି ଦେଇଥିବା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାର ୩ବର୍ଷ ବିତିବା ପରେ ମଧ୍ୟ ଏହି ପ୍ରତିଶ୍ରୁତି ଗଲା କୁଆଡେ଼? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ଏବଂ ଯେଉଁ ପ୍ରତିଶ୍ରୁତି ଦିଅନ୍ତି, ତାହା ପାଳନ କରନ୍ତି । ନଚେତ୍‍ ଦୀର୍ଘ ୧୭ବର୍ଷ ଧରି ଓଡ଼ିଶାବାସୀ ତାଙ୍କୁ ନିରବଚ୍ଛିନ୍ନ ସମର୍ଥନ ଦେଇଆସୁନଥାନ୍ତେ ବୋଲି ଶ୍ରୀ ନାୟକ କହିଛନ୍ତି ।

0
0
0
s2sdefault