ହେଡଲାଇନସ୍:

ଫଳ ଯାହାବି ହେଉ, ନାକରେ ପାଣି ପିଆଉଛନ୍ତି ରାହୁଲ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବିଜେପିର କଂଗ୍ରେସମୁକ୍ତ ସ୍ଲୋଗାନରେ ଗ୍ରହଣ ଲଗାଇ କଲେଣି ଦେଶକୁ କଂଗ୍ରେସ ଯୁକ୍ତ 

ସଭାପତି ପଦ ପାଇବା ପରେ ଆଗକୁ ଜୋରଦାର ହେବ ଲଢେଇ

 

ଭୁବନେଶ୍ୱର /ମାନସୀ ମିଶ୍ର : ପପୁ ପପୁ କହି ବିଜେପି ସଭାପତି ଓ ବିଜେପି ନେତାମାନେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ତାତ୍ସଲ୍ୟ କରି ଆସୁଥିବା ବେଳେ ଗତ କିଛି ମାସ ମଧ୍ୟରେ ରାହୁଲଙ୍କ ରବୈୟା ସେମାନଙ୍କ ନିଦ ହଜାଇ ଦେଇଛି । ଗୁଜୁରାଟରେ ତାଙ୍କର ଷ୍ଟାଟରଜି ଖୋଦ ଗୁଜୁରାଟର ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ତାଙ୍କ ସହଯୋଗୀ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ସାତ  ବରତକୁ ସାତ ବେଣ୍ଟି କରି ନାକରେ ପାଣି ପିଆଇସାରିଲାଣି । ପରିସ୍ଥିତି ଏମିତି ହୋଇଛି ଯେ ପ୍ରଧାନମନ୍ତ୍ରୀ ସମେତ କେନ୍ଦ୍ର ସରକାର ପୁରା ପୁରୀ ଭାବେ ଗୁଜୁରାଟ ଉଠିଆସିଛି । ଗୁଜୁରାଟକୁ ବିକାଶର ମଡେଲ ବୋଲି ସେ ମଡେଲ ରେ ସବୁ ରାଜ୍ୟ ର ବିକାଶ କରିବା ପାଇଁ କହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  କେମିତି ଆଉ କେଉଁଆଡ଼ୁ ବିକାଶ କରିଥିଲେ କେଜାଣି ସେଠାରେ ତଥାକଥିତ ବିକାଶର ଚିତ୍ର ଏବେ ପଦାକୁ ଆସିଛି । ଗୁଜୁରାଟରେ ମୋଦିଙ୍କ ଦ୍ୱାରା ହୋଇଥିବା ବିକାଶ( ଯାହା ମୋଦିଜି ଆଉ ଅମିତ କହୁଛନ୍ତି) କଣ ଏମିତି ବଉଳ ହୋଇଯାଉଛି,ଲ୍ୟ ନିଜକୁ ଗୁଜୁରାଟ ପୁଅ ବୋଲି କହି ଲୋକଙ୍କ ଆଗରେ ଭରି ସଭାରେ  ପ୍ରଧାନମନ୍ତ୍ରୀଙ୍କୁ କାନ୍ଦିବାକୁ ପଡୁଛି । ସେପଟେ ଏବେ ଖୋଦ ଦେଶର ସର୍ବପୂରାତନ ଓ ସର୍ବବୃହତ ରାଜନୈତିକ ଦଳ କଂଗ୍ରେସର ନୂତନ ଅଧ୍ୟକ୍ଷ ଭାବେ ରାହୁଲ ଗାନ୍ଧୀ ସର୍ବ ସମ୍ମତ ଭାବେ ଏକ ରକମର ର୍ନିବାଚିତ ହୋଇଯାଇଛନ୍ତି ବୋଲି ଜଣା ପଡିବା ପରେ ବିଜେପି ବି ଅଧିକ ଅସହିଷ୍ଣୁ ହୋଇ ପଡିଛି ବିଜେପି । ଆଉ ରାହୁଲ ସଭାପତି ହେବାପରେ ଆଉରଙ୍ଗଜେବ ଯୁଗ ଆରମ୍ଭ ହୋଇଛି ବୋଲି ଅମିତ ଶାହା କହି ସାରିଲେଣି । ଗୁଜୁରାଟ ନିର୍ବାଚନ ଫଳ କଣ ହେବ ସମୟ କହିବ । ହେଲେ ୯୦୦୦ ପିସିସି ସଦସ୍ୟଙ୍କ ସମର୍ଥନରେ ଆପାତତଃ ସଭାପତି ନିର୍ବାଚିତ ହୋଇସାରିଛନ୍ତି ,  କେବଳ ବାକିଥିବା ଘୋଷଣା ଖାଲି ଔପଚାରିକତା ମାତ୍ର `। ସନ୍ଧ୍ୟାରେ ୨୪ ଆକବର ରୋଡ୍ରେ ଥିବା ଦଳର ମୁଖ୍ୟ କାର୍ଯ୍ୟାଳୟରୁ ଦଳର ନୂତନ ସଭାପତି ର୍ନିବାଚନ ପାଇଁ ନିଯୁକ୍ତ ହୋଇଥିବା ରିଟର୍ଣ୍ଣିଂ ଅଫିସର  ଏମ  ରାମଚନ୍ଦ୍ରନ୍ ପ୍ରାର୍ଥୀପତ୍ ଯାଞ୍ଚ ପରେ ଜାରି କରିଥିବା ଏକ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଯାଇଛି ପ୍ରାର୍ଥୀପତ୍ର ରାମଚନ୍ଦ୍ରନ୍ ଉଲ୍ଲେଖ କରିଛନ୍ତି ଯେ ଦଳର ନୂତନ ସଭାପତି ପଦବି ପାଇଁ ଦେଶର ସମସ୍ତ ରାଜ୍ୟରେ ଥିବା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସର୍ବମୋଟ ୮୯ ସେଟ୍ ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା ଏବଂ ଦାଖଲ ହୋଇଥିବା ସବୁ ପ୍ରାର୍ଥୀପତ୍ରରେ ରାହୁଲ ଗାନ୍ଧୀଙ୍କୁ ଦଳର ନୂତନ ସଭାପତି ଭାବେ ମନୋନୀତ କରାଯାଇଥିଲା ଯା ପରେ ଦାଖଲ ହୋଇଥିବା ସମସ୍ତ ୮୯ ସେଟ୍ ପ୍ରାର୍ଥୀପତ୍ର କାଏମ୍ ରହିଛି ତେବେ, ସବୁ ପ୍ରାର୍ଥୀପତ୍ର ରାହୁଲ ଗାନ୍ଧୀଙ୍କ ସପକ୍ଷରେ ଦାଖଲ ହୋଇଥିବା ଦୃଷ୍ଟିରୁ ଦଳର ସଭାପତି ପ୍ରାର୍ଥୀ ଭାବେ ଏକମାତ୍ର ପ୍ରାର୍ଥୀ ରାହୁଲ ଗାନ୍ଧୀ ରହିଥିବା, ସେ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି  । ମାନେ ନାକ ସିଧା ନଧରି ଟିକେ ବଙ୍କେଇ କହିଲା ପରି । ଆଉ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ଭାବେ ରାହୁଲ ଗାନ୍ଧୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବା ଘର୍ତ୍ତନକୁ ନେଇ ପରିପ୍ରେକ୍ଷୀରେ ସାରା ରାଜ୍ୟରେ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଏହି ଅବସରରେ ଆଜି କଂଗ୍ରେସ ଭବନ ଠାରେ ଶହ ଶହ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏକତ୍ରିତ ହୋଇ ବାଜା, ବାଣ ସହ ମିଷ୍ଟାନ୍ନ ବଣ୍ଟନ କରି ସ୍ୱାଗତ କରିଥିଲେ । ଶ୍ରୀ ଗାନ୍ଧୀଙ୍କ ନେତୃତ୍ୱରେ ଦେଶରେ କଂଗ୍ରେସ ମଜବୁତ ହୋଇ କାର୍ଯ୍ୟ କରିବ ବୋଲି ନେତା ଓ କର୍ମୀମାନେ ମତପ୍ରକାଶ କରିଥିଲେ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, କିଶୋର ଜେନା, ସନ୍ଧ୍ୟା ମହାପାତ୍ର, ସସ୍ମିତା ବେହେରା, ମନୋରଞ୍ଜନ ଦାଶ, ଚିନ୍ମୟ ପ୍ରସାଦ ବେହୁରା, ବିରେନ୍ ମୋହନ ପଟ୍ଟନାୟକ, ପ୍ରତାପ ରାଉତରାୟ, ଚିନ୍ମୟ ସୁନ୍ଦର ଦାସ, ଅମୀୟ ପଟ୍ଟନାୟକ, ସନତ୍ ଦାସ, ମାନସ ଆଚାର୍ଯ୍ୟ, ତରୁଣକାନ୍ତ ମିଶ୍ର, ବିଜୟ ଦ୍ୱିବେଦୀ, ସୁଧାଂଶୁ ମହାନ୍ତି, ଜ୍ୟୋତିଷ ସାହୁ, ପ୍ରକାଶ ମିଶ୍ର, ମନୋରଞ୍ଜନ ରାଉତରାୟ, ଲିଙ୍ଗରାଜ ସାହୁ, ବିକାଶ ଗରାବଡୁ, ଶ୍ରୀନିବାସ ରାଉତରାୟ, ପ୍ରଣତି ମିଶ୍ର, ଦେବେନ୍ଦ୍ର ମହାନ୍ତି, ସିଲି ସେଠୀ, ସଞ୍ଜୟ ରାୟ, ରାଜକିଶୋର ବାରିକ, ବାଙ୍କନିଧି ବେହେରା, ବଟକୃଷ୍ଣ ରାଉତରାୟ ଓ ମନୋଜ କୁମାର ସାହୁ ପ୍ରମୁଖ ବହୁ କର୍ମୀ ଯୋଗ ଦେଇଥିଲେ ।

ହେଲେ ଏହା ସତ୍ୟ ଯେ କଂଗ୍ରେସ ଅଧ୍ୟକ୍ଷ ଭାର ମୁଣ୍ଡାଇବାକୁ ଯାଉଥିବା  ଗାନ୍ଧି-ନେହରୁ ପରିବାରର ପଞ୍ଚମ ପିଢିର ଷଷ୍ଠ ସଦସ୍ୟ ରାହୁଲଙ୍କ ପାଇଁ ଯାତ୍ରାପଥ ପୁରାପୁରି ଚାଲେଞ୍ଜିଙ୍ଗ । ଗୁଜୁରାଟରେ କଂଗ୍ରେସ ବିଜୟ ଲାଭ କଲେ ରାହୁଲଙ୍କ ନେତୃତ୍ୱ ପ୍ରତି ନେତା ଓ କର୍ମୀଙ୍କ ସମ୍ମାନ ଅଧିକ ବୃଦ୍ଧି ପାଇବା ସହ କର୍ମୀ ବହୁମାତ୍ରାରେ ଉତ୍ସାହିତ ହେବେ । ଯେହେତୁ ଗୁଜୁରାଟରେ ବିଜେପି କ୍ଷମତାରେ ଆଉ କେନ୍ଦ୍ର ସରକାର ବି ଏବେ ଗୁଜୁରାଟକୁ ସିଫ୍ଟ ହୋଇଯାଇଛି, ତେଣୁ ଗୁଜୁରାଟ ନିର୍ବାଚନ ଯାହା ବି ହେଉ, ରାହୁଲଙ୍କୁ ଜଣେ ପରିପକ୍ଵ ନେତା ବୋଲି ଦେଶ ଗ୍ରହଣ କରିବା ଆରମ୍ଭ କଲାଣି । ଗୋଟିଏ ପଟେ ମୋଦିଙ୍କୁ ନେଇ ଦେଶବାସୀଙ୍କ ମନରେ ସଂଶୟ ବା ଆଶଙ୍କା ବଢୁଥିବା ବେଳେ ଅପରିପକ୍ଵ ନେତା ବୋଲି ଅଭିଯୋଗ କରାଯାଉଥିବା ରାହୁଲଙ୍କ ପରିପକ୍ଵତା ଯୁକ୍ତ ରାଜନୀତି ଓ ନେତୃତ୍ତ୍ୱଗତ ଦକ୍ଷତା ପ୍ରତି ଏବେ ଦେଶ ବାସୀଙ୍କ ଭିତରେ ଗ୍ରହଣୀୟତା ବୃଦ୍ଧି ପାଇବାରେ ଲାଗିଛି । ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିପାରେ  କଂଗ୍ରେସ ସଭାପତି ହେବାପରେ କଣ ଏହାର  ପ୍ରଭାବ କଣ ଗୁଜୁରାଟ ରେ ଦେଖିବାକୁ ମିଳିବ ? ଏହି ପ୍ରଶ୍ନର ଉତ୍ତର ଏହା ହୋଇପାରେ, ଗୁଜୁରାଟରେ ଫଳ ଯାହା ହେଉ ନ କାହିଁକି, କଂଗ୍ରେସ ମୁକ୍ତ ଭାରତ ଭଳି ଅହଂକାର ପୁର୍ଣ ତଥା ଅଗଣତାନ୍ତ୍ରିକ ଉଚ୍ଚାରଣ କରିଥିବା ବିଜେପି ଅଧ୍ୟକ୍ଷ ଅମିତ ଶାହା ଆଉ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଦ ହଜାଇଦେଇଛି ରାହୁଲଙ୍କ ରାଜନୀତିର ଦେଓପେଞ୍ଚ, ଆଉ ସମଗ୍ରଦେଶର କଂଗ୍ରେସୀଙ୍କ ମନରେ ଦୁର୍ବାର ଆଶା ସଂଚାର କରିଛି ଯେ କଂଗ୍ରେସ ବୁଡି ଯାଉଥିବା ଜାହାଜ ନୁହେଁ ରାଜନୀତିକ ସମୁଦ୍ରରେ ବୁଡି ବୁଡି ଯାଉଥିବା ବିଶାଳ ବୁଡ଼ାଜାହାଜ । ରାହୁଲଙ୍କ ଦକ୍ଷ ନେତୃତ୍ୱ କଂଗ୍ରେସକୁ ୬ ରାଜ୍ୟ ପୁଣି ତାଙ୍କ ଜେଜେମା ଓ ବାପାଙ୍କ ବେଳର କଂଗ୍ରେସ ରେ ପରିଣତ କରିବା, ଏ ସମ୍ଭାବନାକୁ ଆଉ ଅସ୍ଵୀକାର କରାଯାଇପାରିବ ନାହିଁ । କାରଣ ଗାଁ ଲୋକଙ୍କ ଭିତରେ ମନ ବଦଳିବା ଆରମ୍ଭ ହେଲାଣି ଆଉ ସହରର ଚା ଖଟିରେ ରାହୁଲଙ୍କୁ ସମାଲୋଚନା କରୁଥିବା ବୁଦ୍ଧିଜୀବୀଙ୍କ ସ୍ୱର ବି ବଦଳିଲାଣି ।  ଗୁଜୁରାଟର ରାହୁଲଙ୍କ ଆଗମନ ଯେମିତି ଗୁଜୁରାଟରେ ଶୀଥିଳ କଂଗ୍ରେସ କୁ ସମ୍ଭାବନାମୟ ପରିବେଗଯୁକ୍ତ ଓ ଗତିଶୀଳ କରାଇଛନ୍ତି, ତାହାର ପ୍ରଭାବ ସାରାଦେଶରେ ସୃଷ୍ଟି ହୋଇଛି । ଯଦିଓ ଗୁଜୁରାଟର କିଛି କଂଗ୍ରେସୀଙ୍କୁ ବିଜେପି ହାତବାରିସୀ କରି କଂଗ୍ରେସ ପରିବାର ଓ ସଭାପତି ପଦାକୁ ଦେଇ ବିଭ୍ରାନ୍ତି ସୃଷ୍ଟି କରିଛନ୍ତି, ତଥାପି ରାହୁଲ ନିଜ ବ୍ୟକ୍ତିତ୍ୱ ଓ ଦକ୍ଷତା ଦ୍ୱାରା ବିଜେପିର ଦୁର୍ଗ ତଥା ପ୍ରଧାନମନ୍ତ୍ରୀ ଓ ବିଜେପି ସଭାପତିଙ୍କ ଚରାଭୂଇଁ ଗୁଜୁରାଟରେ ଖୋଲା ଚାଲେଞ୍ଜ ଦେଇ ସେଠାରେ ଏକ କଂଗ୍ରେସ ଯୁକ୍ତ ପରିବେଶ ସୃଷ୍ଟି କରିପାରିଛନ୍ତି । ଭିନ୍ନ ସମ୍ପ୍ରଦାୟର ୩ ଜଣ ଯୁବ ନେତା ହାର୍ଦିକ ପଟେଲ, ଜିଗ୍ନେଶ ଏବଂ ଆଲପେଶ ଠାକୋରଙ୍କୁ ଏକାଠି କରି କଂଗ୍ରେସ ସହ ସାମିଲ କରାଇବାରେ ରାହୁଲ ସଫଳ ହୋଇଛନ୍ତି । ତେବେ ରାହୁଲ ଗାନ୍ଧିଙ୍କ ରାଜନୀତି, ରଣନୀତି ଏବଂ କୂଟନୀତି ଗୁଜୁରାଟ ନିର୍ବାଚନରେ କେତେମାତ୍ରାରେ କଂଗ୍ରେସ ପାଇଁ ସହାୟକ ହେଉଛି ତାହା ମତଦାନ ପରେ ଜଣାପଡିବ । ମାତ୍ର ୩ ଦଳିତ ନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ରାହୁଲ ଏକ ବଡ଼ ବାର୍ତ୍ତା ଦେଇଛନ୍ତି । ରାହୁଲଙ୍କୁ କଂଗ୍ରେସରେ ଧର୍ମନିରପେକ୍ଷତାର ପ୍ରକୃତ ଚେହେରା ଭାବେ ଦେଖାଯାଏ । ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ଛବି ସଂଖ୍ୟାଲଘୁ ସମର୍ଥିତ ହୋଇଯାଇଥିବା ଅଭିଯୋଗ ହେଉଥିଲା, କଂଗ୍ରେସ ବହୁସଂଖ୍ୟକଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ ହେଉଥିଲା । ହେଲେ ରାହୁଲ ଗାନ୍ଧି ଗୁଜୁରାଟ ନିର୍ବାଚନ ପ୍ରଚାର ବେଳେ ଦଳିତ ନେତାମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ, ମନ୍ଦିର ବୁଲି ପୂଜାର୍ଚ୍ଚନା କରି ଧର୍ମ ନିରପେକ୍ଷତା ର ବାର୍ତା ଦେଇଥିବା ବେଳେ ସୁଚାଇ ଦେଇଛନ୍ତି ମନ୍ଦିର ମସଜିଦକୁ ଦେଇ ନୁହେ, ଲୋକଙ୍କ ସମସ୍ୟା ଓ ପ୍ରସଙ୍ଗକୁ ନେଇ ରାଜନୀତି କରାଯିବା ଉଚିତ  । ଯଦିଓ ଗୁଜୁରାଟରେ  ଏବେ ନିର୍ବାଚନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନାମ ରାହୁଲ ଆଣ୍ଡ କୋ ହୋଇ ଯାଇଛି, ଗୁଜୁରାଟ ନିର୍ବାଚନ ଫଳ ଯାହା ହେଉ ନ କାହିଁକି ଏ ଲଢେଇ ଦେଶର ସବୁ ରାଜ୍ୟକୁ ପରିବ୍ୟାପ୍ତ ହେବା ନିଶ୍ଚିତ । ଆଉ ଲୋକଙ୍କ ମନ ଭିତରେ ସୃଷ୍ଟି ହୋଇଥିବା ଭବାନ୍ତର ଏ ଲଢ଼େଇକୁ ଇନ୍ଧନ ଯୋଗାଇବା ସମ୍ଭାବନା ଉଜ୍ଜ୍ୱଳ ହୋଇଯାଇଛି । 

 

0
0
0
s2sdefault