ହେଡଲାଇନସ୍:

କେନ୍ଦ୍ର ମନାକଲେ ବି ରାଜ୍ୟ କରିବ ଦ୍ୱିତୀୟ ବ୍ରାହ୍ମଣୀ ସେତୁ: ମୁଖ୍ୟମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର/ଚକ୍ରଧର ମାଝି : ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଗୁରୁତ୍ୱପୂର୍ଣ୍ଣ ଦାବି ହେଉଛି ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ । ଜିଲ୍ଲାବାସୀ ଏଥିଲାଗି ବହୁ ଦିନରୁ ଦାବି କରିଆସୁଛନ୍ତି । ଏପରିକି କେନ୍ଦ୍ରମନ୍ତ୍ରୀ ନୀତିନ୍‍ ଗଡ଼କରୀ ରାଉରକେଲା ଗସ୍ତ କଲାବେଳେ ଏହି ସେତୁ ନିର୍ମାଣ କରାଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଉରକେଲା ଗସ୍ତ ବେଳେ ଦ୍ୱିତୀୟ ସେତୁ ବ୍ରାହ୍ମଣୀ ନଦୀ ଉପରେ ହେବ ବୋଲି କହିଥିଲେ । ଦୀର୍ଘଦିନ ପରେ ମଧ୍ୟ ଏ ବାବଦରେ କୌଣସି ପଦକ୍ଷେପ ନିଆଗଲା ନାହିଁ । ପ୍ରତିବାଦରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଉକେଲାରେ ବିକ୍ଷୋଭ ଓ ଧାରଣା ଦିଆଗଲା । ଦଳୀୟ ଜିଲ୍ଲା ସଭାପତି ତଥା ବିଧାୟକ ମଙ୍ଗଳା କିଶାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର ଆସି ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପ୍ରସ୍ତାବ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ । କଥାବାର୍ତ୍ତା ଚାଲିଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଏହି ସେତୁ ନିର୍ମାଣ କରିବା ଲାଗି କେନ୍ଦ୍ର ସହ ଆଲୋଚନା କରାଯିବ । କିନ୍ତୁ କେନ୍ଦ୍ର ମନାକଲେ ମଧ୍ୟ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ହେବ । ଏହା ରାଜ୍ୟ ସରକାର କରିବେ । ମୁଖ୍ୟମନ୍ତ୍ରୀ ଏହା କହିବା ପରେ ସମସ୍ତ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଦ୍ୱାରା ସୁନ୍ଦରଗଡ଼ବାସୀଙ୍କ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଲାଗି ବହୁଦିନର ସ୍ୱପ୍ନ ସାକାର ହେବାର ଆଶା ସଂଚାର ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ପ୍ରଶାନ୍ତ ନନ୍ଦ, ବିଧାୟକ ପ୍ରଣବ ପ୍ରକାଶ ଦାସ, ସୁବ୍ରତ ତରାଇ, ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, କାର୍ଯ୍ୟକାରୀ ସଭାପତି ସାରଦା ନାୟକ, ଚାମ୍ପର ଅଫ୍‍ କମର୍ସ ସଭାପତି ଏ.କେ.ପୋଦ୍ଧାର, ସର୍ବ ଭାରତୀୟ ଚାମ୍ବର ଅଫ୍‍ କମର୍ସର ଉପ-ସଭାପତି ବ୍ରିଜମୋହନ ଅଗ୍ରୱାଲ, ସୁନ୍ଦରଗଡ଼ ଜିଲା ବିଜୁ ଜନତା ଦଳ ଜିଲ୍ଲା ସଭାପତି ଦେବେନ୍ଦ୍ର ମାଝୀ, ପଶ୍ଚିମ ଓଡ଼ିଶା ଛାତ୍ର ଜୋନ ସଭାପତି ବୈକୁଣ୍ଠ ନାୟକ, ରାଜ୍ୟ ଛାତ୍ର ସଂପାଦକ ଶିବାଜୀ ନାୟକ, ଶିଖ୍‍ ସଂପ୍ରଦାୟ ନେତା ଯସ୍‍ବିନ୍ଦର ସିଂହ, ମାରୱାଡି ସଂପ୍ରଦାୟ ସଭାପତି ଅରୁଣ ପାରିଖ, ଯୁବ ଜନତା ସଭାପତି ସୁବାସ ସ୍ୱାଇଁ, ସଂଖ୍ୟାଲଘୁ କମିଟି ସଭାପତି ଏମ୍‍.ଡି.ଖାଲିଦ୍‍, ବିଜୁ ଯୁବ ଜନତା ଦଳର ରାଜ୍ୟ ସଂପାଦକ ବିଭୂତି ପୁହାଣ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ରବି ପ୍ରଧାନ, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ରାଣା ପ୍ରତାପ ସିଂହ, ମହିଳା ନେତ୍ରୀ କୁସୁମ ଥେଟେ, ଜ୍ୟୋତ୍ସ୍ନା ନାୟକ, ପ୍ରେମା ଦାସ, ସ୍ମିତା ମହାନ୍ତି, ଆରତୀ ଚୌଧୁରୀ, ସଂଧ୍ୟା ଲାକ୍ରା, ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପ-ସଭାପତି ରାଜୀବ ପ୍ରତିହାରୀ, ଉଦିତ୍‍ ମହାପାତ୍ର, ଜିତୁ ଦାସ, ପ୍ରଣୟ ନାୟକ, ରମେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault