ହେଡଲାଇନସ୍:

କେନ୍ଦ୍ର ସରକାରଙ୍କ ଉଦାସୀନତା ପାଇଁ ଚାଷୀ  ହନ୍ତସନ୍ତ : ବିଜେଡି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଧାନର ଏମଏସପି ବୃଦ୍ଧି ଦାବିରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କଲେ ବିଜେଡି ବିଧାୟକ

 

ଭୁୁବନେଶ୍ୱର(ଦୀନବନ୍ଧୁ ନାୟକ) – ବିଧାନସଭାର ପ୍ରଥମାର୍ଧ ବୈଠକ ହଟ୍ଟଗୋଳ କାରଣରୁ ସ୍ଥଗିତ ହେବା ପରେ ବିିଜେଡି ବିଧାୟକ ମାନେ ଏକ ଶୋଭାଯାତ୍ରାରେ ରାଜଭନ ଯାଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରା ଯାଇଛି ଯେ ଧାନର ସର୍ବନିମ୍ନ ମୂଲ୍ୟ ସ୍ଥିର କରିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର । ତେବେ ଏହାକୁ କୁ ବୃଦ୍ଧି କରିବାର ଆବଶ୍ୟକତା ରହଛି । ଏହା ବୃଦ୍ଧି ନ ହେବା କାରଣରୁ ରାଜ୍ୟର ଚାଷୀମାନେ ଅତ୍ୟନ୍ତ ଅସୁବିଧାରେ ଅଛନ୍ତି । ତେଣୁ ଚାଷର ଖର୍ଚକୁ ଆଧାର କରି ଚାଷୀ ମାନଙ୍କୁ ଲାଭ ପ୍ରଦାନ କରିବା ପାଇଁ ପ୍ରତି କ୍ୱିଂଟାଲ ୨୯୩୦ ଟଙ୍କା କରିବାକୁ ବିଧାନସଭାରେ ଏ ନେଇ ଏକ ସର୍ବସମ୍ମତ ପ୍ରସ୍ତାବ ପାରିତ କରାଯାଇଥିଲା । ଏହି ପ୍ରସଙ୍ଗରେ ବିଧାନସଭାର ଏକ ଗୃହ କମିଟି ଗଠନ କରାଯାଇଥିଲା ଓ ଏହି ଦାବି ପତ୍ର ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମୟ ମାଗିଥିଲା । ଏହା ପରେ କେନ୍ଦ୍ର ସରକାର ରାଜ୍ୟର ଦାବି କୁ ଅଣଦେଖା କରି ଏକତରଫା ଭାବେ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟକୁ ୧୫୫୦ ଟଙ୍କା ପ୍ରତି କ୍ୱିଂଟାଲ ଘୋଷଣା କରିଥିଲେ ।କେନ୍ଦ୍ର ସରକାର ଅତ୍ତାନ୍ତ ଅମାନବୀୟ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଦାବିକୁ ଅଗ୍ରାହ୍ୟ କରି ଚାଷୀଙ୍କୁ ତାର ଫସଲର ଉଚିତ ମୂଲ୍ୟ ଦେବା ପାଇଁ ଉଦ୍ୟମ କରିବା ବଦଳରେ ଅତ୍ୟନ୍ତ ତାତ୍ସଲ୍ୟ କରିବା ଭଳି ଏକ ପତ୍ର ଲେଖି କହିଛନ୍ତି ଯେ ଧାନର ଏମଏସପି ବଢ଼ାଯାଇ ପାରିବ ନାହିଁ । ୧୫୫୦ ଟଙ୍କାରେ ଯଦି ଚାଷୀମାନେ ବିକିବାକୁ ଚାହିଁବେନି ସେମାନେ ଖୋଲା ବଜାରରେ ବିକ୍ରି କରିପାରନ୍ତି ! ଏପରି କରି ଚାଷୀମାନଙ୍କ ପ୍ରତି କେନ୍ଦ୍ର ସରକାର ଅନ୍ୟାୟ କରିଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି । 

ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା କାରଣରୁ ଓ ରାଜ୍ୟର ଅନେକ ଲୋକ ଧାନ ଚାଷ ଉପରେ ନିର୍ଭର କରୁଥିବାରୁ ଏହି ନିଷ୍ପତିକୁ ବଦଳାଇବାର ଆବଶ୍ୟକତା ରହିଛି । ତେଣୁ ବିଧାୟକ ମାନେ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତିକୁ ଦୃଢ ପ୍ରତିବାଦ କରିବା ସହ ଉକ୍ତ ଆଦେଶକୁ ବଦଳାଇ ଧାନର ସର୍ବନିମ୍ନ ମୂଲ୍ୟକୁ ୨୯୩୦ ଟଙ୍କା ପ୍ରତି କ୍ୱିଂଟାଲ କରିବାକୁ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରୁଛନ୍ତି ବୋଲି ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରା ଯାଇଛି । ରାଷ୍ଟ୍ରପତିଙ୍କ  ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବାକୁ ଯାଇଥିବା ବିଧାୟକ ପ୍ରତିନିଧି ଦଳରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପତ୍ର, ଅମର ଶତପଥି, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ଡ଼.ଅରୁଣ କୁମାର ସାହୁ, ଇଂ ରୋହିତ ପୂଜାରୀ, ସରୋଜ ସାମଲ, ପ୍ରଦୀପ ପାଣିଗ୍ରାହୀ,ରମେଶ ମାଝୀ, ପ୍ରଣବ ବଳବନ୍ତରାୟ, ଉମା ସାମନ୍ତରାୟ,ସମୀର ଦାଶଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ  । 

0
0
0
s2sdefault