ହେଡଲାଇନସ୍:

ବିଜେପି, ବିଜେଡ଼ି ମାୟାଜାଲରେ ଉଜୁଡି ଯାଇଛି ଚାଷ,ଭୁଶୁଡି ଯାଇଛି ଚାଷୀ ବିଶ୍ୱାସ  : ପ୍ରସାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

• ଚାଷୀଙ୍କ ହକର ଲଢେଇ ପାଇଁ ଡିସେମ୍ବର ମାସ ଶେଷ ସପ୍ତାହରେ ଭୁବନେଶ୍ୱରରେ ଏକ ଚାଷୀ ସମାବେଶ  । 

• ମାକୁ ସମ୍ମାନ ମିଛ ସ୍ଲୋଗାନ, ସଂକଟରେ ଏବେ ମା ଭଉଣୀଙ୍କ ସମ୍ମାନ

• ଇତିଶ୍ରୀଙ୍କ ହତ୍ୟା ମାମଲାରେ ଅପରାଧୀ ଯାଇଛନ୍ତି ଖସି, କୁନ୍ଦୁଲି ଅଘଟଣାରେ କ୍ରାଇମବ୍ରାଞ୍ଚ ସାଜିଛି ହାତବାରିସୀ 

• ଇତିଶ୍ରୀ  ହତ୍ୟା ମାମଲାକୁ ରିଓପନ କରି  ପୁନଃ ନିରପେକ୍ଷ ତଦନ୍ତ ହେଉ 

• କୁନ୍ଦୁଲି ପୀଡ଼ିତାକୁ ନ୍ୟାୟ ମିଳିବା ଏବଂ ଅଭିଯୁକ୍ତଙ୍କ ଗିରଫ ଦାବିରେ ଡିସେମ୍ବର ମାସ ୭ରେ  କୁନ୍ଦୁଲିଠାରେ  ବିକ୍ଷୋଭ।

ଭୁବନେଶ୍ୱର/Chakradhar Majhi : ରାଜ୍ୟର ବିଜେଡ଼ି  ଏବଂ କେନ୍ଦ୍ରର ବିଜେପି ସରକାରର ମାୟାଜାଲରେ ଓଡ଼ିଶାର ଚାଷ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ଏବଂ ଚାଷୀ କ୍ଷତିଗ୍ରସ୍ତ ! ଉଭୟ ସରକାରଙ୍କ ପ୍ରତାରଣା ଯୋଗୁ ଚାଷୀ ର ସଂସାର ଉଜୁଡି ଯାଇଛି ଆଉ ଚାଷୀର ବିଶ୍ୱାସ ଉଜୁଡି ଯାଇଛି  ବୋଲି ପ୍ରଦେଶ କଂଗ୍ରେସ ସଭାପତି  ପ୍ରସାଦ ହରିଚନ୍ଦନ କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକ ବର୍ଷତଳେ ବରଗଡ଼ ଠାରେ ଚାଷୀମାନଙ୍କ ପାଇଁ ଏକ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲା ବେଳେ ପ୍ରତି ସପ୍ତାହରେ ୫ଜଣ ଚାଷୀ ଆତ୍ମହତ୍ୟା କରୁଛନ୍ତି । ସେପଟେ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା କେନ୍ଦ୍ର ବିଜେପି ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ତିନି ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ କୁଣ୍ଠବୋଧ କରୁଛନ୍ତି । ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଜିଲାରେ ମରୁଡ଼ି, ଲଘୁଚାପ ଜନିତ ବର୍ଷ ଏବଂ ଫସଲରେ ରୋଗପୋକ ଲାଗିବା ଦ୍ୱାରା ପ୍ରାୟ ୧୫ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିଲା ବେଳେ ସରକାର ଧର୍ମକୁ ଆଖିଠାର ମାରିବା ପରି ମାତ୍ର ୯ଲକ୍ଷ ହେକ୍ଟର ଆକଳନ କରିଛନ୍ତି । ଫଳରେ ଲକ୍ଷଲକ୍ଷ ଚାଷୀ ସରକାରୀ ସହାୟତା ପାଇବାରୁ ବଞ୍ଚôତ ହେବେ । କେନ୍ଦ୍ରସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ତିନି ହଜାର ଟଙ୍କାକୁ ବୃଦ୍ଧି କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । ଧାନର ସହାୟକ ମୂଲ୍ୟ ଉପରେ ରାଜ୍ୟ ସରକାର ୫୦୦ ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ । କ୍ଷତିଗ୍ରସ୍ତ ହୋଇଥିବା ଚାଷଜମିର ସଠିକ୍ ଆକଳନ କରାଯାଉ । ସମସ୍ତ କୃଷିଋଣ ଛାଡ଼ କରାଯାଉ । ରାଜ୍ୟସରକାର ସମବାୟ ବ୍ୟାଙ୍କ ଓ ଅନ୍ୟଆର୍ଥ ôକ ସଂସ୍ଥାମାନଙ୍କ ଠାରୁ କୃଷକମାନେ କରିଥିବା କୃଷିଋଣକୁ ଛାଡ଼କରନ୍ତୁ ଏବଂ କେନ୍ଦ୍ର ସରକାର ଜାତୀୟକରଣ ବ୍ୟାଙ୍କମାନଙ୍କରେ ଥିବା କୃଷିଋଣ ଛାଡ଼ କରନ୍ତୁ । ଜାତୀୟ ବିପର୍ଯ୍ୟୟ ପରି•ଳନା ପାଣ୍ଠି ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କୁ କେନ୍ଦ୍ର ସରକାର ଦେଉଥିବା ହେକ୍ଟର ପିଛା ଇନ୍ପୁଟ ସବସିଡି ୧୩୫୦୦ ଟଙ୍କା ପରିବର୍ତ୍ତେ ୩୦୦୦୦ ଟଙ୍କା ଏବଂ ଅଣଜଳସେଚିତ ଅଞ୍ଚଳ ପାଇଁ ୬୮୦୦ ଟଙ୍କା ପରିବର୍ତ୍ତେ ୧୫ହଜାର ଟଙ୍କାକୁ ବୃଦ୍ଧି କରାଯାଉ । ସରକାର ଫସଲହାନୀ, ଋଣବୋଝ ଏବଂ ଅଭାବିବିକ୍ରୀର ଶୀକାର ହୋଇ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି ବୋଲି ଅବିଳମ୍ବେ ସ୍ୱୀକାର କରନ୍ତୁ ଏବଂ ଏହାର ପ୍ରତିକାର କରିବାକୁ ଯତ୍ନବାନ  ହୁଅନ୍ତୁ । ଚାଷୀମାନଙ୍କର ସମସ୍ୟାକୁ ନେଇ ଆଗାମୀ ଡିସେମ୍ବର ଶେଷ ସପ୍ତାହରେ କଂଗ୍ରେସ ଦଳ ପକ୍ଷରୁ ଭୁବନେଶ୍ୱର ଠାରେ ଏକ ଚାଷୀସମାବେଶ ଆୟୋଜନ କରାଯିବ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଥିଲେ । 

ନବୀନ ପଟ୍ଟନାୟକ ସରକାର ମା’ ମାନଙ୍କୁ ସମ୍ମାନ ଦେବାର ନାରା ଦେଉଥିଲା ବେଳେ ପ୍ରତିଦିନ ୫ଜଣ ମହିଳା ଗଣଦୁଷ୍କର୍ମରେ ଶୀକାର ହେଉଛନ୍ତି ବୋଲି ସରକାରଙ୍କ ରେକର୍ଡ କହୁଛି !  ରାଜ୍ୟ ପୋଲିସ୍ ଓ  କ୍ରାଇମବ୍ରାଞ୍ଚ ରାଜ୍ୟସରକାରଙ୍କର ହାତିବାରିସି ସାଜିଥିଲାବେଳେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ କଥା କହିଲେ ନସରେ । ଇତିଶ୍ରୀ, ବେବିନାଠାରୁ ଆରମ୍ଭକରି କୁନ୍ଦୁଲି ପୀଡ଼ିତା ପର୍ଯ୍ୟନ୍ତ ସମସ୍ତେ ନ୍ୟାୟପାଇଁ ଚିକôାର କରିଛନ୍ତି ମାତ୍ର ରାଜ୍ୟସରକାର ସେମାନଙ୍କ ପାଇଁ ଅନ୍ଧ ହୋଇଯାଇଛନ୍ତି । ଇତିଶ୍ରୀ ହତ୍ୟା ଘଟଣାରେ ସିବିଆଇ ହାତ ଟେକିଦେଇଥିଲା । ଯାହାଫଳରେ ତାକୁ ନ୍ୟାୟ ମିଲିଲା ନାହିଁ । ମାତ୍ର କଂଗ୍ରେସ ଦଳ ଏହି ଘଟଣାରେ ଚୁପ୍ ହୋଇ ବସିବନାହିଁ ।  ଏହି ଘଟଣା ପୁନଶ୍ଚ ଖୋଲଯାଇ ତଦନ୍ତ ହେଉ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । 

କୁନ୍ଦୁଲି ପୀଡ଼ିତା ନିଜେ ସେ ଗଣଦୁଷ୍କର୍ମର ଶୀକାର ହୋଇଛି ବୋଲି ବାରମ୍ବାର ସୁସ୍ଥ ମାନସିକତାରେ ଦୋହରାଇଲେ ମଧ୍ୟ ପ୍ରଶାସନ ତାକୁ ନଜରବନ୍ଦୀ ରଖି ସତ୍ୟର କଣ୍ଠରୋଧ କରୁଛନ୍ତି । ରୋଗୀ ଚିକିତ୍ସାଳୟରୁ ଡିସ୍ଚାର୍ଜ ହେବାକୁ ଚାହିଁଲେ ଦୁନିଆର କୌଣସି ନିୟମ ତାକୁ ଡାକ୍ତରଖାନାର ଚାରିକାନ୍ଥ ମଧ୍ୟରେ ରଖିପାରିବ ନାହିଁ ବୋଲି ଆଇନ୍ ଥିଲେ ମଧ୍ୟ କୁନ୍ଦୁଲି ପୀଡ଼ିତା ନିଜେ ଶାରିରୀକ ଏବଂ ମାନସିକ ଭାବରେ ସୁସ୍ଥଥିଲେ ମଧ୍ୟ ତାକୁ ଜବରଦସ୍ତି ଡାକ୍ତରଖାନାରେ ରଖାଯାଇଛି କେବଳ ତାର ବୟାନ ବଦଳାଇବା ପାଇଁ ଯେ ସେ ଗଣଦୁଷ୍କର୍ମର ଶୀକାର ହୋଇନାହିଁ । ପ୍ରଶାସନ ନିଷ୍କ୍ରିୟତାରୁ ଏପର୍ଯ୍ୟନ୍ତ ଏହି ଘଟଣାରେ ଅଭିଯୁକ୍ତମାନେ ଗିରଫ ହୋଇପାରିଲେ ନାହିଁ । କୁନ୍ଦୁଲି ପୀଡ଼ିତାକୁ ନ୍ୟାୟ ମିଳିବା ଏବଂ ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଗାମୀ ଡିସେମ୍ବର ମାସ ୭ ତାରିଖ ଦିନ କୁନ୍ଦୁଲିଠାରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ବିକ୍ଷୋଭର ପ୍ରଦର୍ଶନ  କରାଯିବ ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି । ପୀଡ଼ିତାକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଦଳ ଆନେ୍ଦାଳନ ଜାରି ରଖିବ ବୋଲି ବିଧାୟକ କୃଷ୍ଣ ଶଗରିଆ ଏବଂ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏ ଅବସରରେ ସରକାରଙ୍କୁ ଚେତାବନୀ ଦେଇଥିଲେ  । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଡ. ଲଲାଟେନ୍ଦୁ ମହାପାତ୍ର, ପ୍ରଦେଶ କୃଷକ ସେଲର ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏବଂ ଅନ୍ୟତମ ମୁଖପାତ୍ର  ସୌଗତ ମହାନ୍ତି ଉପସ୍ଥିତ ଥିଲେ ।

 

 

0
0
0
s2sdefault