ହେଡଲାଇନସ୍:

 ଅରୁଣଙ୍କ ପଦଯାତ୍ରା , ଦେଖିଲେ ଲାଗୁଛି ହେଇ କାଲି ବୋଧେ ନିର୍ବାଚନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

.ଜନସମ୍ପର୍କ ପଦଯାତ୍ରା ବିଜେଡିର ସବୁ ଜାଗାରେ ଚାଲିଛି, ସବୁ ଜାଗାରେ ସାଙ୍କେତିକ, ମାନେ ପଦଯାତ୍ରା ଆରମ୍ଭ ହୋଇ ଅତି ବେଶୀରେ ୧/୨ କିମି ଗଲା ବେଳକୁ ଝାଳନାଳ ହୋଇ ଏସି ଗାଡ଼ିରେ ପଶି ଯାଉଛନ୍ତି । ହେଲେ ନୟାଗଡ ନିର୍ବାଚନ ମଣ୍ଡଳୀରେ କିନ୍ତୁ ଏ ପଦଯାତ୍ରା ଟିକେ ୟୁନିକ ଷ୍ଟାଇଲରେ କରୁଛନ୍ତି ନୟାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼. ଅରୁଣ କୁମାର ସାହୂ ପଦଯାତ୍ରା ମାନେ ନିରୋଳା ପଦଯାତ୍ରା । ନିଜେ ଚାଲିଲେ ଆଉ ଅନ୍ୟ ମାନଙ୍କୁ ଚଳାଇଲେ । ଏମିତି ଚଳାଇଲେ , ସାଙ୍ଗରେ ଚାଲୁଥିବା ନେତା ମାନଙ୍କର ଅନୁଭବ ହୋଇଗଲା ନେତା ହେଲେ ଏତେ କଷ୍ଟ କରିବାକୁ ପଡେ ! କି ଖରା....ମୁହଁ ସିଝିଯାଉଛି...ସେଥିରେ ପୁଣି ୧୫ /୨୦ କିମି ରାସ୍ତା ଚାଲିବା କଣ ସହଜ ! ଯାହାବି ହେଉ ଅରୁଣଙ୍କ ଦମ ମାନିବାକୁ ପଡିବ....କର୍ମୀଙ୍କ ସହ .ଦିନକରେ ଚାରି/ପାଞ୍ଚଟା ପଂଚାୟତ ! ହଉ ....ଅବଶ୍ୟ ବିଜେପି ଵାଲା ଏବେ ଯୋଉ ରେରେ ତେଲ ବୁହାଇ ବାଟ ଖସଡ଼ା କରିବାକୁ ଚେଷ୍ଟା କରୁଛନ୍ତି ସେଥିରେ ଆରୁଣଙ୍କୁ ମାପିଚୁପି-ପାଦ ଚିପି ଚାଲିବାକୁ ପଡିବ ! ତେଲ ମନ୍ତ୍ରୀଙ୍କ ଟାର୍ଗେଟରେ ଯେଉଁ କେତୋଟି ନିର୍ବାଚନ ମଣ୍ଡଳୀ ଅଛି ସେଇ ଭିତରେ ନୟାଗଡ ଅନ୍ୟତମ . ୟା ପଛରେ ଇତିହାସ ବି ରହିଛି ! ବାଣୀବିହାରରେ ଅରୁଣଙ୍କ ଥାଉ ପରାଜୟ ବର୍ଣ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ. ତେଣୁ ସେକଥା ବି ଧର୍ମେନ୍ଦ୍ରଙ୍କ ମାନେ ଥାଇ ପରେ। କେବଳ ସେତିକି କଥା ନୁହେ, ବିଜେଡିର ଜଣେ ଟାଣୁଆ ଯୁବନେତା ତଥା ଛାତ୍ର ସଂଗଠନର ମଙ୍ଗୁଆଳ ସେ । ତେଣୁ ଯେଉଁ କେତେ ନେତାଙ୍କୁ ଚେକ ଦେବା ପାଇଁ ବିଜେପି ଚାହୁଁଛି ତା ଭିତରେ ଅରୁଣ ଅନ୍ୟତମ । ବମିଖାଲ ବ୍ରିଜ ଭୁଷୁଡ଼ା ଘଟଣାରେ କେମିତି ତାଙ୍କ ବିରୋଧରେ ଆକ୍ରମଣ କଲେ । ଭାଗ୍ୟ ଭଲ ପୂର୍ବରୁ ମନ୍ତ୍ରୀମଣ୍ଡଳ ଅଦଳବଦଳ ରେ ସେ ଖସି ଯାଇଛନ୍ତି । ଯଦିଓ ମନ୍ତ୍ରୀ ପଦ ଗଲାପରେ ଅରୁଣଙ୍କ ମନ ଉଣା, ହେଲେ ଯଦି ବ୍ରିଜ ଭୁସୁଡ଼ିଲା ବେଳକୁ ମନ୍ତ୍ରୀ ଥାନ୍ତେ ତେବେ ଏ ଦଣ୍ଡ ରୁ ସେ ଦଣ୍ଡ ବଳିଯାଇଥାନ୍ତା । ଆପଦସ୍ଥ ହୋଇ ମନ୍ତ୍ରୀ ମଣ୍ଡଳରୁ ବିଦା ହେବାକୁ ପଡିଥାନ୍ତା ନିଶ୍ଚୟ !

 

0
0
0
s2sdefault