ହେଡଲାଇନସ୍:

ଧର୍ମଶାଳା ବିଧାୟକଙ୍କୁ ପ୍ରଶ୍ନ: ଶିକ୍ଷାନୁଷ୍ଠାନ କାହାର?

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁରରୁ ବ୍ୟୁରୋଚିଫ ଜୟଶଙ୍କର ଦାଶ : ଶିକ୍ଷାନୁଷ୍ଠାନ  ହେଉଛି ବିଦ୍ୟା ମନ୍ଦିର କିମ୍ବା ମସଜିଦ ଭଳି ପବିତ୍ର ସ୍ଥାନ । ଏଠାରେ ମଣିଷ ତିଆରି କରାଯାଏ । ହେଲେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡମଧୁପୁରରେ ଗୋଟିଏ ହାଇସ୍କୁଲ ଏବଂ ଅନ୍ୟ ଦୁଇଟି ସ୍କୁଲ ପାଚେରୀ ସଂଲଗ୍ନ ସ୍ଥାନରେ ବୁଧବାର ଧର୍ମଶାଳା ବିଧାୟକଙ୍କ ତରଫରୁ କରାଗଲା ଛାତ୍ର ସମାବେଶ । ଏଠାରେ କୌଣସି କଲେଜ  ନଥିବା ବେଳେ ହାଇସ୍କୁଲ ଏବଂ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ରାଜନୈତିକ ସଭା ସହ କୌଣସି ସମ୍ପର୍କ ନାହିଁ । ଏଠାରେ ସଭା କରାଗଲେ ମାଇକ ଶବ୍ଦରେ ସାରାଦିନ ଛାତ୍ରଛାତ୍ରୀ ମାନେ ଶବ୍ଦ ପ୍ରଦୂଷଣଜନିତ  ସମସ୍ୟା ଭୋଗିବେ । ଏଠାରେ ଏଭଳି ଦୁର୍ଦ୍ଦଶା  ଭୋଗିଥିବା ପିଲାମାନେ ଏବଂ ସେମାନଙ୍କ ଅଭିବବାବକ ମାନେ ମଧ୍ୟ ନବୀନ  ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶ୍ରଦ୍ଧା ଓ ସମ୍ମାନ କରନ୍ତି । ମୁଖ୍ୟମନ୍ତ୍ରୀ କେବଳ ଧର୍ମଶାଳା ବିଧାୟକଙ୍କର ନୁହନ୍ତି । ଏଠାରେ ମଧ୍ୟ କୌଣସି କଲେଜ ନାହିଁ । ତେଣୁ କୌଣସି କଲେଜ ନିକଟରେ କିମ୍ବା ଛୁଟି ଦିନରେ ଏଭଳି ସଭା କରିବାକୁ ଧର୍ମଶାଳାର ବହୁ ବୁଦ୍ଧିଜୀବି ନିବେଦନ କରିଥିଲେ । ଏଥିନେଇ ମଧ୍ୟ ପ୍ରଶାସନିକ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ଧର୍ମଶାଳା ବିଧାୟକଙ୍କ ଜିଦ ନିକଟରେ ଆଗାମୀ କାଲିର ନାଗରିକ ମାନଙ୍କ ଗୋଟିଏ ଦିନର ଶିକ୍ଷା ତୁଚ୍ଛ ହେଲା । ମାଇକର ଶବ୍ଦରେ ପାଠପଢା ବ୍ୟାଘାତ ହେଲା । 

ଏତିକିରେ କଥା ସରିଲା ନାହିଁ । ଆଖପାଖ କଲେଜର ଛାତ୍ର ଛାତ୍ରୀ ମାନଙ୍କୁ ସନେମା ଷ୍ଟାରଙ୍କୁ ଦେଖିବା ଲୋଭ ସହ ଫିଲ୍ମି ସୁଟିଂ ଦେଖିବାର ଭ୍ରମ ସୃଷ୍ଟି କରାଯାଇ ବସ ଓ କାରରେ ସଭାସ୍ଥଳକୁ ଅଣାଗଲା । ଧର୍ମଶାଳା ଅଂଚଳର କଲେଜ ଗୁଡିକରେ କଳାପଥର ମାଫିଆଙ୍କ ୪ ଚକିଆ ଯାନରେ ଛାତ୍ରଛାତ୍ରୀ ମାନଙ୍କୁ ବୁହାଗଲା । ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଶୃତି ଅନୁସାରେ ୨୦୦ ଲେଖା ଟଙ୍କା ବି ଦିଆଯିବ ସହ ନେବା ଆଣିବା ବ୍ୟବସ୍ଥା ବି କରାଗଲା । ସବୁପରେ ବି ତିନି ହଜାର ଛାତ୍ର ଏକାଠି କରିବାର ଯୋଜନା ଭଣ୍ଡୁର ହେଲା । ଏପରିକି ବସରେ ଧର୍ମଶାଳା ବାହାର କଲେଜରୁ ଛାତ୍ରଙ୍କୁ ବୁହାଗଲା ପରେ ବି ସଭାରେ ଆଶାନୁରୂପ  ଛାତ୍ର ହେଲେ ନାହିଁ । ଏହି ସଭା ନେଇ ସାଧାରଣରେ ଓ ସାମାଜିକ ଗଣମାଧ୍ୟମରେ ତିନିଦିନ ହେଲା ପ୍ରବଳ ଅସନ୍ତୋଷ ପ୍ରକାଶ ପାଉଥିଲା । ଏହାର ପ୍ରଭାବ ମଧ୍ୟ ସଚେତନ ଛାତ୍ର ସମାଜ ଉପରେ ପଡିଥିଲା । ଏତେ ଚେଷ୍ଟା ପରେ ବି ମାତ୍ର ୮୦୦  ଭିତରେ ଛାତ୍ର ଆସିଥିଲେ ବି ଫିଲ୍ମି ସୁଟିଂ ଦୃଶ୍ୟ ନଥିବାରୁ ସଭା ଆରମ୍ବ ପରେ ଅଧାରୁ ଅଧିକ  ଛାତ୍ର ସଭାସ୍ଥଳ ଛାଡି ପଳାଇଲେ । ଯାହା ଖାଲି ଦଳୀୟ କର୍ମିମାନେ ରହିଲେ । 

ତେବେ ଶିକ୍ଷାନୁଷ୍ଠାନ ଭିତରେ ଗାଡି ପୁରାଇ ସେମାନଙ୍କୁ ପ୍ରଭାବିତ କରି ସଭାକୁ ଅଣାଯିବା, ସ୍କୁଲ ପରି ସମ୍ବେଦନଶୀଳ ଏବଂ ଜିରୋ ଟଲରାନ୍ସ ଜୋନରେ ପ୍ରଚଣ୍ଡ ଶବ୍ଦ କରି ମାଇକ ବଜାଇବା ଆଦି ଘଟଣା କି ସଂକେତ ଦେଉଛି? ଏହି ଶିକ୍ଷାନୁଷ୍ଠାନ ଗୁଡିକର ପବିତ୍ରତା ରକ୍ଷା କରିବା କଣ ବିଧାୟକଙ୍କ ଠାରୁ ଆରମ୍ବ କରି ପ୍ରଶାସନର ନୁହେଁ? ଯଦି ହଁ, ତେବେ ଏଠାରେ ବିଧାୟକଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ କିଏ ଆଇନ ଅନୁସାରେ ହେଉ କିମ୍ବା ବିବେକାନୁମୋଦିତ କାର୍ଯ୍ୟ କରିଛନ୍ତି? ଯଦି ଏମାନଙ୍କ ପରି ବ୍ୟକ୍ତିତ୍ୱ ମାନଙ୍କ ଏଭଳି ଦୃଷ୍ଟିଭଙ୍ଗୀ ରହେ  ତେବେ ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଏହି ଶିକ୍ଷାନୁଷ୍ଠାନ  ଗୁଡିକ କାହାର? 

ଏଭଳି ସଭା କାହାପାଇଁ?

ଏହି ସଭା ଆରମ୍ବରୁ ଶେଷ ପର୍ଯ୍ୟନ୍ତ ଛାତ୍ର ଜୀବନର ମହାନତା, ନୀତି, ଆଦର୍ଶ , ଆଚରଣ, ଉଚ୍ଚାରଣ ନେଇ ଜଣେ ହେଲେ ବକ୍ତା ପଦୁଟିଏ କହିଲେ ନାହିଁ । ଏପରିକି ଖୋଦ ଧର୍ମଶାଳା ବିଧାୟକଙ୍କ ଭାଷଣରେ ତରୁଣ ଛାତ୍ର ସମାଜ ପାଇଁ କୌଣସି ସମ୍ବାବନା, ପ୍ରେରଣା କିମ୍ବା ଉତ୍ସାହ  ନଥିଲା । ଧର୍ମଶାଳା ବିଧାୟକଙ୍କ ପରିବାର ଧର୍ମଶାଳାରେ ୨୩ ବର୍ଷ କାଳ କ୍ଷମତାରେ ରହିଛନ୍ତି । ବାପା ପରେ ପୁଅ ଏବଂ ଭାଇ ବ୍ଲକ ଚେୟାରମ୍ୟାନ ହୋଇଛନ୍ତି । ନିଜର ପରିବାରବାଦ ପାଇଁ ଧର୍ମଶାଳାର ନୂଆ ପିଢୀ କିମ୍ବା ଯୋଗ୍ୟ ନେତୃତ୍ୱକୁ ସୁଯୋଗ ନଦେଇ ପଥରୋଧ କରିଥିବା ବେଳେ ଧର୍ମଶାଳାର ଯୁବ ଓ ଛାତ୍ରଙ୍କ ପାଇଁ ଅଦ୍ୟାବଧି କି ଯୋଜନା କରିଛନ୍ତି କିମ୍ବା କରିବାର ଲକ୍ଷ ରଖିଛନ୍ତି, ଏଥିନେଇ କୌଣସି ସୂଚନା ବି ନଥିଲା । ଛାତ୍ରର ରକ୍ତରେ ସବୁବେଳେ ଆଗକୁ ମାଡିଯିବାର ଆହ୍ୱାନ ଭରି ରହିଥାଏ । ହେଲେ ଏଠାରେ ବ୍ୟକ୍ତି, ସମାଜ କିମ୍ବା ନିଜର ଅଂଚଳର ବିକାଶ ତଥା ଆଗକୁ ଆଗେଇ ନେବାର ସେଭଳି କୌଣସି ସ୍ୱପ୍ନ କିମ୍ବା ସମ୍ବାବନା ବି କାହାର ଉଦବୋଦନରେ ଶୁଣିବାକୁ ମିଳି ନଥିଲା । ଏଭଳି ସଭାରେ ଛାତ୍ର ସମାଜର ନା ବିଜୁ ଜନତା ଦଳର ନା ସମାଜର, କାହାର ଲାଭ ହେଲା ତାର ଉତ୍ତର ବି ଛାତ୍ର ସମାଜ ପାଖରେ ନଥିଲା । ଅପର ପକ୍ଷରେ ଧର୍ମଶାଳା ବିଧାୟକଙ୍କ ମୁଣ୍ଡ ଉପରେ ଝୁଲୁଥିବା ଚିଟଫଣ୍ଡ, ଟିଟୋ, ଡି ବ୍ରଦର୍ସ, ଦୁର୍ନିତିଗ୍ରସ୍ତ ପ୍ରଶାସକ ଡାକ୍ତର ଗୌଡା ଲିଙ୍କ, ସି.ବିଆଇ ଜେରା, ଘଙ୍ଗାପାଟଣା, ଯାରକା ଜଙ୍ଗଲ ଜମି , ପ୍ଲଟ, ଫ୍ଲାଟ, ଇଛାଧୀନ କୋଟା ଦୁର୍ନିତି, ପାହାଡ ପର୍ବତ ହରିଲୁଟ, ଟେଣ୍ଡର ଫିକ୍ସିଂ ଠାରୁ କୋଣାର୍କ ଟିଭି ଦୁର୍ନିତି ଓ ରାଜ୍ୟସଭା କ୍ରସଭୋଟ ପର୍ଯ୍ୟନ୍ତ କଳଙ୍କ ନେଇ ବିରୋଧୀଙ୍କ ଯେତେସବୁ ଅଭିଯୋଗ ଛାତ୍ର ସମାଜକୁ ବିଚଳିତ କରୁଥିଲା ।

0
0
0
s2sdefault