ହେଡଲାଇନସ୍:

ତେଲ ତାତି, ବିଜେଡି ପକ୍ଷରୁ ସଚେତନତା ଓ ବିକ୍ଷୋଭ ଜାରି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର କେନ୍ଦ୍ର ତୈଳ ମନ୍ତ୍ରାଳୟ ପକ୍ଷରୁ ବାରମ୍ବାର ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ପକ୍ଷରୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ୩ଦିନିଆ ସଚେତନତା କାର୍ଯ୍ୟକ୍ରମ ୭ ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ଓ ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ମିଳିତ ଆହ୍ୱାନକ୍ରମେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ବହୁ ମହିଳା, ଯୁବ ଓ ଛାତ୍ର ନେତୃମଣ୍ଡଳୀ, ବିଧାୟକ ଓ ମନ୍ତ୍ରୀ ସାମିଲ ହୋଇଥିଲେ । ୮ ତାରିଖରେ କଟକ, ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, କେନ୍ଦୁଝର, ନୟାଗଡ଼, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, କନ୍ଧମାଳ ଓ କୋରାପୁଟରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଜି ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ଗଜପତିରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଛି ।
ଜନସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତି ନେତୃମଣ୍ଡଳୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ତୈଳ ମନ୍ତ୍ରଣାଳୟର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଏବଂ ଲୋକ ବିରୋଧୀ ମନୋଭାବ ଯୋଗୁଁ ତେଲ ଦର ଲଗାତାର ଭାବରେ ବଢ଼ିବାରେ ଲାଗିଛି । ଗତ କିଛିମାସ ହେଲା ତେଲ ଦର ବୃଦ୍ଧି ପାଇ ଚାଲିଥିବା ବେଳେ ଏବେ କିଛିଦିନ ଧରି ଏହା ହୁହୁ ହୋଇ ବଢ଼ିଚାଲିଛି । ଏଥିରେ ଦେଶର ଏବଂ ରାଜ୍ୟର ଗାଡ଼ିମୋଟର ବ୍ୟବହାର କରୁଥିବା ଜନସାଧାରଣ ସିଧାସଳଖ କ୍ଷତିଗ୍ରସ୍ତ ହେଉଛନ୍ତି । ତେଲ ଦର ବୃଦ୍ଧିର ପରୋକ୍ଷ ପ୍ରଭାବରେ ରାଜ୍ୟରେ ଅତ୍ୟାବଶ୍ୟକ ଜିନିଷପତ୍ରର ଦରଦାମ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ସାଧାରଣ ଘରର ଗୃହିଣୀ, ଖଟିଖିଆ ଗରିବ ଲୋକମାନେ ଅତିଷ୍ଠ  ହୋଇପଡ଼ିଛନ୍ତି । ଖାଉଟିମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେନ୍ଦ୍ର ସରକାର ଯେଉଁ ଅପରାଧ କରୁଛନ୍ତି, ତା’ବିରୋଧରେ ପୁଞ୍ଜିଭୂତ ଅସନ୍ତୋଷ ତୀବ୍ର ରୂପ ଧାରଣ କରିବାକୁ ଯାଉଛି । ଯଦି କେନ୍ଦ୍ର ସରକାର ତୈଳ ଦର ନକମାନ୍ତି, ତେବେ ଏ ସଚେତନତା କାର୍ଯ୍ୟକ୍ରମ ଆଗକୁ ଆନେ୍ଦାଳନର ରୂପ ନେବ ।
ସୂଚନାଯୋଗ୍ୟ, ଏହି ତେଲଦର ବୃଦ୍ଧି ପଛରେ କେନ୍ଦ୍ର ସରକାରଙ୍କ ‘ଜିଜିଆ କର’ ଏକ ମାତ୍ର କାରଣ । ଯାହାଫଳରେ ଆଜି (୯/୯/୨୦୧୮) ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୭୯ ଟଙ୍କା ୪୧ ପଇସା ଥିବା ବେଳେ ଡିଜେଲ୍‍ ଲିଟର ୭୭ ଟଙ୍କା ୯୧ ପଇସାରେ ପହଞ୍ଚôଛି । ସରକାର ଗତ ସାଢେ ୪ ବର୍ଷ ଭିତରେ ୧୨ ଥର କେନ୍ଦ୍ରୀୟ ଉପôାଦ ଶୁଳ୍କ ବୃଦ୍ଧି କରି ପେଟ୍ରୋଲ ଉପରେ ପ୍ରାୟ ୧୦୦% ଓ ଡିଜେଲ ଉପରେ ପ୍ରାୟ ୫୦୦% ଶୁଳ୍କ ବୃଦ୍ଧି କରିଛନ୍ତି । ୨୦୧୪ରେ ପ୍ରତି ଲିଟର ପିଛା ପେଟ୍ରୋଲ ଉପରେ ଶୁଳ୍କ ଟ.୯.୨୦  ଥିବାବେଳେ ୨୦୧୮ରେ ଏହା ୧୯.୪୮ ଟଙ୍କା ହୋଇଛି । ସେହିଭଳି ୨୦୧୪ରେ ପ୍ରତି ଲିଟର ପିଛା ଡିଜେଲ ଉପରେ ଉପôାଦ ଶୁଳ୍କ ୩ ଟଙ୍କା ୪୬ ପଇସା ଥିବାବେଳେ ଏବେ ଏହା ବୃଦ୍ଧି ପାଇ ୧୫.୩୩ ଟଙ୍କାରେ ପହଞ୍ଚôଛି । ଉତ୍ପାଦ  ଶଳ୍କ ବୃଦ୍ଧି ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବା ସତ୍ତେ୍ୱ ଦେଶରେ ତେଲଦର କମିବାର ନାଁ ନେଉନାହିଁ । ଉପôାଦ ଶଳ୍କ ବୃଦ୍ଧି କରି କେନ୍ଦ୍ର ସରକାର ଗତ ୪ ବର୍ଷରେ ୧୧ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି । କେନ୍ଦ୍ର ସରକାର ଚାହିଁଥିଲେ ଏହି ଅର୍ଥ ରିହାତି ବାବଦରେ ବ୍ୟବହାର କରି ତେଲ ଦର ହ୍ରାସ କରିପାରିଥାନ୍ତେ, କିନ୍ତୁ ତାହା କଲେନାହିଁ । ନିଜର ପ୍ରଚାର ଓ ପ୍ରସାର ପାଇଁ ସେହି ଅର୍ଥ ଖର୍ଚ୍ଚ କଲେ । କେବଳ ଉପôାଦ ଶଳ୍କ ନୁହେଁ, କେନ୍ଦ୍ର ସରକାର ଆମଦାନି କରୁଥିବା ଅଶୋଧିତ ତୈଳ ଉପରେ ୨.୫% ବହିଃ ଶୁଳ୍କ ଆଦାୟ କରୁଥିବାବେଳେ ଟନ୍ ପିଛା ପୁଣି ୫୦ ଟଙ୍କା ରାଷ୍ଟ୍ରୀୟ ଆକସ୍ମିକ ବିପର୍ଯ୍ୟୟ ଶୁଳ୍କ ବାବଦକୁ ନେଉଛନ୍ତି । କେନ୍ଦ୍ର ସରକାର ଏଭଳି ଟିକସ ଜାଲରେ ସାଧାରଣ ଖାଉଟିଙ୍କୁ ଫସାଇ ବୋଝ ଉପରେ କ୍ରମାଗତ ନଳିତା ବିଡ଼ା ଲଦି ଚାଲିଛନ୍ତି ।

0
0
0
s2sdefault