ହେଡଲାଇନସ୍:

ତୈଳ ଉତ୍ପାଦନ  ଓ ମୂଲ୍ୟ ଉପରେ ପ୍ରଭାବ ପକାଉଛି ଅସ୍ଥିର ବୈଶ୍ୱିକ ପରିସ୍ଥିତି, ଆମେରିକା ସହ ତୈଳ ପ୍ରସଙ୍ଗ ନେଇ ହୋଇଛି ଆଲୋଚନା - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଟଙ୍କାର ସାମାନ୍ୟ ଅବମୂଲ୍ୟାୟନ ମଧ୍ୟ ତୈଳଦର ଉପରେ ପ୍ରଭାବ ପକାଉଛି 

  • ପେଟ୍ରୋଲ ଓ ଡିଜେଲକୁ ସାମଗ୍ରୀ ଜିଏସଟି  ବ୍ୟବସ୍ଥା ବାହାରେ ଥିବାରୁ ପ୍ରାୟ ୧୫ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି

  • ପେଟ୍ରୋଲ, ଡିଜେଲକୁ ଜିଏସ୍ଟି ପରିସରକୁ ଆଣିବା ସପକ୍ଷରେ ମତ ଦୋହରାଇଲେ ପେଟ୍ରୋଲିୟମ ମନ୍ତ୍ରୀ 

ଭୁବନେଶ୍ୱର  - କ୍ରମବର୍ଦ୍ଧିଷ୍ଣୁ ତୈଳଦର ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି । ଆନ୍ତର୍ଜାତିକ ରାଜନୈତିକ ଓ ଆର୍ଥିକ ପରିସ୍ଥିତିର ଚାପ ଯୋଗୁ ତୈଳଦରରେ ଅସାମାନ୍ୟ ବୃଦ୍ଧି ଘଟୁଛି ବୋଲି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । 

ଶୁକ୍ରବାର ଭୁବନେଶ୍ୱରଠାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କେବଳ କେନ୍ଦ୍ର ସରକାର  ଉତ୍ପାଦ  ଶୁଳ୍କ କମାଇଦେଲେ ପରିସ୍ଥିତିର ମୁକାବିଲା ସଠିକ୍ଭାବେ କରିହେବ ନାହିଁ । ଇରାନ୍, ଭେନେଜୁଆଲା ଏବଂ ତୁର୍କୀ ଭଳି ରାଷ୍ଟ୍ରର ରାଜନୈତିକ ସ୍ଥିତି ଅଶୋଧିତ ତୈଳ ଉତ୍ପାଦନ  ଉପରେ ପ୍ରଭାବ ପକାଉଛି । ତୈଳ ଉତ୍ପାଦନ  ରାଷ୍ଟ୍ରଗୋଷ୍ଠୀ - ଓପେକ୍ ପକ୍ଷରୁ ଅଶୋଧିତ ତୈଳ ଉତ୍ପାଦନ  ବୃଦ୍ଧି ଲାଗି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା ପୂରଣ କରାଯାଇନାହିଁ । ବିଶ୍ୱ ତୈଳ ଉତ୍ପାଦନ  କ୍ଷେତ୍ରକୁ ପ୍ରଭାବିତ କଲାଭଳି ବୃହତ ଶକ୍ତି ଆମେରିକା ସହ ଭାରତର ଅନବରତ ଆଲୋଚନା ହେଉଛି ।  ନୂଆଦିଲ୍ଲୀଠାରେ ୨+୨ ଆଲୋଚନା କାଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ତୈଳଦର ବୃଦ୍ଧି ପ୍ରସଙ୍ଗ ଉଠାଇ ସେ ସଂପର୍କରେ ଦୁଇପକ୍ଷ ଆଲୋଚନା କରିଥିଲେ । ଏହାଛଡ଼ା ଟଙ୍କାର ସାମାନ୍ୟ ଅବମୂଲ୍ୟାୟନ ମଧ୍ୟ ତୈଳଦର ଉପରେ ପ୍ରଭାବ ପକାଉଛି । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ପେଟ୍ରୋଲ ଓ ଡିଜେଲକୁ ଏବେ ବସ୍ତୁ ଓ ସେବାକର ପରିସର ମଧ୍ୟକୁ ଅଣାଯିବାର ନିହାତି ଆବଶ୍ୟକତା ରହିଛି । ଏବେ ଏହି ଦୁଇଟି ସାମଗ୍ରୀ ଜିଏସ୍ଟି ବ୍ୟବସ୍ଥା ବାହାରେ ଥିବାରୁ ପ୍ରାୟ ୧୫ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି । ଏଣୁ ଜିଏସ୍ଟି ମଧ୍ୟକୁ ପେଟ୍ରୋଲ ଓ ଡିଜେଲ ଅଣାଗଲେ ଜନସାଧାରଣଙ୍କ ସମେତ ସବୁପକ୍ଷ ପାଇଁ ଶୁଭଙ୍କର ହେବ ।  ଓଡ଼ିଶା ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଉପରେ   ଟିକସ ବୃଦ୍ଧି କରି ପ୍ରାୟ ୭ ହଜାର କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି । ସେଥିରେ ହ୍ରାସ କରାଗଲେ ଜନସାଧାରଣ ଉପକାର ପାଇବେ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ । 

ସାମୁଦି୍ରକ ଉଡ଼ାଜାହାଜ ଅବତରଣ ସ୍ଥଳ ସଂପର୍କରେ ହେଉଥିଲେ ବା ଆଲୋଚନାର ଜବାବ ରଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଚିଲିକା କେବଳ ଏକମାତ୍ର ସ୍ଥାନ ନୁହେଁ । ଆମର ରାଜ୍ୟ ଉପକୂଳରେ ବିସ୍ତୀର୍ଣ୍ଣ ସାମୁଦ୍ରିକ ଜଳରାଶି ରହିଛି । ସେହିପରି ଅଂଶୁପା ଭଳି ଅନେକ ହ୍ରଦ ମଧ୍ୟ ରହିଛି । ଏସବୁକୁ ପର୍ଯ୍ୟଟନ ଦୃଷ୍ଟିରୁ ବିଭବଶାଳୀ କରିବା ପାଇଁ ହେଲେ ସାମୁଦ୍ରିକ ଉଡ଼ାଜାହାଜ ଅବତରଣ ସ୍ଥଳ ଚିହ୍ନଟ କରିବାକୁ ପଡ଼ିବ । 

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଆଲୋଚନା ସଂପର୍କରେ ମତ ରଖି ମନ୍ତ୍ରୀ କହିଥିଲେ ଯେ ଏଭଳି ବ୍ୟବସ୍ଥା ରାଷ୍ଟ୍ର ହିତରେ । ଓଡ଼ିଶାରେ ସବୁବେଳେ ଲୋକସଭା ସହ ବିଧାନସଭା ନିର୍ବାଚନ ହୋଇଆସିଛି । ତେବେ ତାଙ୍କ ଦଳ ଯେକୌଣସି ସମୟରେ ନିର୍ବାଚନର ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ।   

 

0
0
0
s2sdefault