ହେଡଲାଇନସ୍:

ମୋରଡ଼ାରେ  ବହୁଛି ବିରୋଧୀ ଝଞ୍ଜା: ସମ୍ଭାଳି ପାରିବେ କି ପ୍ରବୀଣ ମହାରାଜା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଜିଲ୍ଲା ପ୍ରତିନିଧି ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ)- ପାଖେଇ ଆସୁଛି ସାଧାରଣ ନିର୍ବାଚନ । ୨୦୧୯ ନିର୍ବାଚନୀ ମହାସଂଗ୍ରାମର ବିଗୁଲୁ ବାଜିବାକୁ ଯାଉଛି । ହାତ ଗଣତି କେତେକ ମାସ ପରେ ନିର୍ବାଚନୀ ଆଚରଣ ବିଧି ଲାଗୁ ହେବ । ସମୟ ସହିତ ତାଳ ଦେଇ ରାଜନୈତି ସମୀକରଣ ମଧ୍ୟ ବଦଳିବାରେ ଲାଗିଛି । ସମସ୍ତ ରାଜନୈତିକ ଦଳଗୁଡ଼ିକରେ ଦଳ ବଦଲ ସହିତ ଘରବାହୁଡ଼ା କାର୍ଯ୍ୟ ଚାଲିଛି । ଆରମ୍ଭ ହୋଇସାରିଛି ସମର ସଜ୍ଜା । ଯୁଦ୍ଧ ନିମନ୍ତେ ସେନାପତିମାନେ ପ୍ରସ୍ତୁତ । ସୈନିକମାନେ ସଜାଗ । ଶାସକ ବିଜେଡି ଯେତିକି ଶକ୍ତିଶାଳୀ ସେହି ଅନୁପାତରେ ବିରୋଧୀ ବିଜେପି, ଝାମୁମୋ ଓ କଂଗ୍ରେସ ଦଳ ମଧ୍ୟ ପଛରେ ପଡ଼ିଯାଇ ନାହିଁ । ଏପରିସ୍ଥିତିରେ କେମିତି ରହିବ ବିଜେଡିର ହାଇକମାଣ୍ଡ ନବୀନଙ୍କ ପାଇଁ ୨୦୧୯ । ଦୀର୍ଘ ୧୮ ବର୍ଷ ହେଲା ଶାସନରେ ହାରିବାର ମୁହଁ ଦେଖି ନଥିବା ନବୀନ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ଦଳୀୟ ଫଳାଫଳ ଦେଖି ବିଚଳିତ ହୋଇପଡ଼ିଛନ୍ତି । କାରଣ ଭୁଲ ଯାହାର ବି ହେଉ, ବିିଜେପି ମୟୂରଭଞ୍ଜରେ ଦେଲା ଅଣ୍ଟା ବିନେ୍ଧଇ ଦେଲା ଭଳି ଶକତ ଝଟକା  ।

ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭା କ୍ଷେତ୍ର ମଧ୍ୟରୁ କେବଳ ଗୋଟାଏ ମାତ୍ର ଆସନ ୩୪ନଂ ମୋରଡ଼ା ନିର୍ବାଚନ ମଣ୍ଡଳୀ ଅଣସଂରକ୍ଷିତ ରହିଥିବାରୁ ରାଜନୈତିକ ଦୃଷ୍ଟିକୋଣରୁ ଏହା ଅନେକ ଗୁରୁତ୍ୱ ବହନ କରିଥାଏ । ୨୦୦୮ ବିଧାନସଭା ଆସନ ପୁର୍ନଗଠନ ସମୟରେ ଶୁଳିଆପଦା, ରାସଗୋବିନ୍ଦପୁର ଓ ମୋରଡ଼ା ବ୍ଲକକୁ ନେଇ ଏହା ପୁଣି ଥରେ ନିର୍ବାଚନ ମଣ୍ଡଳୀ ଭାବେ ସ୍ୱୀକୃତି ପାଇଥିଲା । ୨୦୦୯ରେ ବିଜେଡି ଟିକଟରେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ବିଭାନସଭାକୁ ନିର୍ବାଚିତ ହୋଇଥିଲେ । ନିର୍ବାଚନର ଫଳାଫଳ ଅନୁସାରେ ବିଜେଡି ୨୮.୮୬ ହାରରେ ମୋଟ ୩୭,୬୦୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଝାମୁମୋ ୨୪.୧୦ ପ୍ରତିଶତ ହାରରେ ମୋଟ ୩୧,୪୦୮ ଖଣ୍ଡ ଭୋଟ ପାଇ ଦ୍ୱିତୀୟ, ବିଜେପି ୨୦.୬୯ ହାରରେ ମୋଟ ୨୬,୯୫୫ ଖଣ୍ଡ ଭୋଟ ପାଇ ତୃତୀୟ ଓ କଂଗ୍ରେସ ୧୫.୮୦ ପ୍ରତିଶତ ହାରରେ ମୋଟ ୨୦,୫୮୭ ଖଣ୍ଡ ଭୋଟ ପାଇ ଚତୃର୍ଥ ସ୍ଥାନରେ ରହିଥିଲା । ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାମାନେ ପ୍ରଜାବତ୍ସଳ ଓ ସୁଶାସକ ରହିଥିବାରୁ ମୋରଡ଼ା ନିର୍ବାଚନ ମଣ୍ଡଳୀର ସାର୍ବଜନୀନ ବିକାଶ ନିମନ୍ତେ ମୋରଡ଼ାବାସୀ ମହାରାଜା ପ୍ରବୀଣଙ୍କ ଉପରେ ଗଭୀର ଆସ୍ଥାପ୍ରକଟ କରିଥିଲେ ; କିନ୍ତୁ ପରବର୍ତ୍ତୀ ସମୟରେ ମହାରାଜା ପ୍ରବୀଣଙ୍କ ଉପରୁ ଜନସାଧାରଣଙ୍କ ଆଶା ଓ ଭରସା ଆସ୍ତେ ଆସ୍ତେ ତୁଟିବାରେ ଲାଗିଲା । ନିର୍ବାଚନ ମଣ୍ଡଳୀରୁ ତୀବ୍ର ବିରୋଧର ସମ୍ମୁଖୀନ ହେବାରେ ଲାଗିଲେ । ଫଳରେ ୨୦୧୪ ସାଧାରଣ ନିର୍ବାଚନ ବୈତରଣୀ ପାର ହେବା ନିମନ୍ତେ ମହାରାଜା ପ୍ରବୀଣଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବିଜେଡି ଧନ ବଳ, ଶାସନ କଳ ଓ ବାହୁବଳ ପ୍ରୟୋଗ କରି ନିର୍ବାଚନକୁ ଜିତିଥିବାର ବିରୋଧୀ ପକ୍ଷ ଅଭିଯୋଗ ବାଢ଼ିଥିଲେ । ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡି ବିଧାୟକ ଶ୍ରୀଭଞ୍ଜଦେଓ ୩୨. ୦୩ ପ୍ରତିଶତ ହାରରେ ୫୨, ୨୦୭ ଖଣ୍ଡ ଭୋଟପାଇ ନିର୍ବାଚିତ ହୋଇଥିବା ବେଳେ ବିଜେପି ୨୭. ୭୬ ହାରରେ ୪୫, ୨୫୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ, କଂଗ୍ରେସ ୧୫. ୨୧ ପ୍ରତିଶତ ହାରରେ ୨୪, ୭୯୦ ଖଣ୍ଡ ଭୋଟ ପାଇ ତୃତୀୟ ଓ ଝାମୁମୋ ୧୦. ୬୭ ପ୍ରତିଶତ ହାରରେ ୧୭,୩୯୧ ଖଣ୍ଡ ଭୋଟ ପାଇ ଚତୃର୍ଥ ସ୍ଥାନରେ ରହିଥିଲା । ୨୦୧୪ ନିର୍ବାଚନରେ ବିଜେଡି ବିଜୟୀ ହୋଇଥିଲେ ମଧ୍ୟ ୨୦୦୯ ତୁଳନାରେ ଭୋଟର ହାର ୧.୧୦ ପ୍ରତିଶତ ତଳକୁ ଖସି ଆସିଥିଲା । ଏହାପରେ ୨୦୧୭ରେ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୋରଡ଼ା ନିର୍ବାଚନ ମଣ୍ଡଳୀରେ ବିଜଦ ମାଟି କାମୁଡ଼ି ଆଣ୍ଠେଇ ପଡ଼ିଥିଲା । ନିର୍ବାଚନ ମଣ୍ଡଳୀର ଶୁଳିଆପଦା, ମୋରଡ଼ା ଓ ରାସଗୋବିନ୍ଦପୁର ତିନୋଟି ବ୍ଲକକୁ ବିଜେପି ବିଜଦ ହାତରୁ ଛଡ଼ÿାଇ ନେଇଥିବା ସମୟରେ ୭ଟି ଜିଲ୍ଲାପରିଷଦ ଜୋନ ମଧ୍ୟରୁ ୩୮, ୩୯, ୪୦, ୪୭, ୫୩ ଓ ୫୪ ନଂ ଜିଲ୍ଲାପରିଷଦ ଆସନକୁ ମଧ୍ୟ ଛଡ଼ÿାଇ ନେଇଥିଲା । କେବଳ ବିଜେଡି ୪୮ ନଂ ଜୋନକୁ ପୁଣି ଥରେ ଦଖଲରେ ରଖିପାରିଥିଲା । ଚଳିତ ଜିଲାପରିଷଦ ନିର୍ବାଚନରେ ଶଙ୍ଖ ମାର୍କା ବିଧାୟକ ମହାରାଜା ପ୍ରବୀଣଙ୍କ ପ୍ରାର୍ଥୀମାନଙ୍କ ସପକ୍ଷରେ ୩୦.୦୫ ପ୍ରତିଶତ ହାରରେ ୪୭, ୭୨୯ ଖଣ୍ଡ ଭୋଟ ପଡ଼ିଥିବା ବେଳେ ପଦ୍ମ ମାର୍କା ଦଳ ସପକ୍ଷରେ ୪୦. ୫୬ ପତିଶତ ହାରରେ ୬୪, ୪୧୬ ଖଣ୍ଡ, ହାତ ସପକ୍ଷରେ ୧୩. ୯୯ ହାରରେ ୨୨ ହଜାର ୨୨୬ ଖଣ୍ଡ ଓ ଧନୁତୀର ସପକ୍ଷରେ ୮.୦୭ ପ୍ରତିଶତ ହାରରେ ୧୨, ୮୨୫ ଖଣ୍ଡ ଭୋଟ ପଡ଼ିଥିଲା । ଏଥି ସହିତ ବିଜେଡି ପ୍ରାର୍ଥୀ ୩୯ ନମ୍ବର ଜୋନରେ  ୩, ୪୭୦  ଭୋଟ ପାଇ ୩ୟ ଓ ୪୦ ନମ୍ବର ଜୋନରେ ୨, ୪୧୭ ଖଣ୍ଡ ଭୋଟ ପାଇ ୪ର୍ଥ ସ୍ଥାନରେ ରହିଥିଲା ।  ଉକ୍ତ ନିର୍ବାଚନରେ ବିଜେଡି ବିଜେପିଠାରୁ ୧୬ ହଜାର ୬୮୭ ଖଣ୍ଡ ଭୋଟ କମ ପାଇଥିଲା । ଗତ ୨୦୧୨ ଜିଲାପରିଷଦ ନିର୍ବାଚନରେ ମୋରଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ୭ ଗୋଟି ଜୋନକୁ ବିଜେଡି ନିଜ ଦଖଲରେ ରଖିଥିଲା । ସେହିପରି ୨୦୧୪ ବିଧାନସଭା ନିର୍ବାଚନର ଭୋଟର ହାର ୮.୫୩ ହ୍ରାସ ପାଇଥିଲା । 

 ମୋରଡ଼ା ନିର୍ବାଚନ ମଣ୍ଡଳୀରେ ଶଙ୍ଖ ମାର୍କା ଦଳ ବିରୋଧୀ ଟର୍ଣ୍ଣାଡୋ ସୃଷ୍ଟି ହୋଇଥିବାର ପରିଲକ୍ଷିତ ହୋଇଛି ।  ମୋରଡ଼ା ବିଧାୟକ ତଥା ବିଜେଡିର ଜିଲ୍ଲା ସଭାପତି ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କୁ କେନ୍ଦ୍ର କରି ନିର୍ବାଚନ ମଣ୍ଡଳୀରେ  ଶଙ୍ଖ ମାର୍କା ବିଜଦ ଦଳରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଗୋÂୀ କନ୍ଦଳ ସିଧାସଳଖ ଭାବେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରାଇଥିଲା ।  ନିର୍ବାଚନ ମଣ୍ଡଳୀରେ ବିଜେଡିର ସ୍ଥିତାବସ୍ଥାକୁ ଦେଖି ୨୦୧୯ରେ ହାଇକମାଣ୍ଡ ନୂଆ ମୁହଁ ସପକ୍ଷରେ ରହିଥିବାର ପୂର୍ବାନୁମାନ କରି ବହୁ ଦଳୀୟ ଆଶାୟୀ ନିର୍ବାଚନ ମଣ୍ଡଳୀରେ କ୍ଷେତ୍ର ପ୍ରସ୍ତୁତି ସହିତ ଜନତାଙ୍କ ସମର୍ଥନ ଜୁଟାଇବା ନିମନ୍ତେ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ଆଶାୟୀମାନଙ୍କର ସଂଖ୍ୟା ନିର୍ବାଚନ ଯେତିକ ନିକଟତର ହେଉଛି ସେହି ପରିମାଣରେ ଲମ୍ବିବାରେ ଲାଗିଛି । ଦୌଡ଼ରେ ପୂର୍ବତନ ବିଧାୟକ ଛତିଶ ଧଳ, ଡ଼ା. ଆଦିତ୍ୟ କୁମାର ପଣ୍ଡା, ବିଜେଡିର  କୃଷ୍ଣ ଚନ୍ଦ୍ର ଦାସ, ପୂର୍ବତନ ଝାମୁମୋ ପ୍ରାର୍ଥୀ ମନୋଜ ଧଳ, ବିଜଦର ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ବାବୁ ଓରଫ ଦେବାଶିଷ ମହାନ୍ତି ପ୍ରମୁଖଙ୍କ ନାମ ଆଗଧାଡ଼ିରେ ରହିଥିବା ବେଳେ ମହାରାଣୀଙ୍କ ନାମକୁ ନେଇ ମଧ୍ୟ  ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ହେଉଛି । ସେହିପରି ମହାରାଜାଙ୍କ ବଦଳରେ ମହାରାଣୀଙ୍କୁ ଦଳୀୟ ଟିକଟ ମିଳିଲେ ତାଙ୍କର ବିଜୟ ସମ୍ଭାବନା ସର୍ବାଧିକ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି । ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ରାଜ୍ୟବାସୀଙ୍କ ସାମଗ୍ରୀକ ବିକାଶ ନିମନ୍ତେ ଯୋଜନା ପରେ ଯୋଜନା କାର୍ଯ୍ୟକରୀ କରିଚାଲିଥିବା ବେଳେ ନିର୍ବାଚନ ମଣ୍ଡଳୀରେ ବିଧାୟକ ମହାରାଜା ପ୍ରବୀଣ ଜନତାଙ୍କ ନିକଟରୁ ନିଜକୁ ଦୂରେଇ ରଖିବା, ବିଜଦର ପୁରୁଖା ଓ ନୂଆ କର୍ମୀମାନଙ୍କୁ ଅଣଦେଖା ପ୍ରଦର୍ଶନ କରି ମୁଷ୍ଟିମେୟ ବ୍ୟକ୍ତିଙ୍କ ହାତରେ ସଖୀ କଣ୍ଢେଇ ସାଜିବା ଆଦିକୁ ନେଇ ବିଜଦର ପୁରୁଣା କର୍ମୀ ମହଲରେ ଆସନ୍ତୋଷର ନିଆଁ ବହୁ ଦିନରୁ କୁହୁଳିବାରେ ଲାଗିଥିଲା । ପୁଣି ତ୍ରିସ୍ତରୀୟ ନିର୍ବାଚନରେ ସଠିକ୍ ପ୍ରାର୍ଥୀ ଚୟନ କରିବାରେ ବିଫଳ ହେବା  ସାଂଗକୁ ନିର୍ବାଚନ ମଣ୍ଡଳୀରେ ଗମନାଗମନ, ପାନୀୟ ଜଳ ଯୋଗାଣ, ବିଭିନ୍ନ ଗ୍ରାମ ଓ ସାହିକୁ ବିଦୁ୍ୟତ ସଂଯୋଗ ହୋଇ ନପାରିବା, ଶିକ୍ଷା, ଗମନାଗମନ, ସ୍ୱାସ୍ଥ୍ୟ ସେବା ଆଦି ଶହଶହ ସମସ୍ୟାରେ ଜନସାଧାରଣ ଉବୁଟୁବୁ ହୋଇ ଆସୁଥିବା ବେଳେ ସେମାନେ ବାରମ୍ବାର ବିଧାୟକ, ମନ୍ତ୍ରୀ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ କେହି ସମସ୍ୟା ନଶୁଣିବାରୁ ଭୋଟର ତାଙ୍କର ରାୟ ବା ବାର୍ତ୍ତା ବେଲଟ ପେପର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁୁ ଜଣାଇ ଦେଇଥିବା ବିଷୟକୁ ନେଇ ଜନସାଧଅôଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ସେହିପରି ୨୦୧୯ ନିର୍ବାଚନରେ ମୋରଡ଼ା ମାଟିର ସନ୍ତାନକୁ ଦଳୀୟ ଟିକଟ ସପକ୍ଷରେ ମଧ୍ୟ ମତପୋଷଣ କରୁଥିବାର ଜଣାପଡ଼ିଛି ।  

0
0
0
s2sdefault