ଚିଲିକା ଡ଼ଙ୍ଗା ବୁଡି ଘଟଣା: ଆଜି ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଚିଲିକା :(ସେକ କୌଶର ): ଗତ କାଲି ଚିଲିକା ରେ ଘଟିଥିବା ଘଟଣାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଆଜି ଉଦ୍ଧାର ହୋଇଛି | ସୂଚନାଯୋଗ୍ୟ ଗୋଟେ ଯାତ୍ରୀବାହୀ ଡ଼ଙ୍ଗା ମା କାଳିଜାଇ ପିଠରୁ ଫେରୁଥିବା ବେଳେ ହଠାତ ଝଡ ପବନ ହେବ ଯୋଗୁ ଡ଼ଙ୍ଗାଟି ଓଲଟି ଯାଇଥିଲା | ରେସକୟୁ ଟିମ 11 ଜଣ ଙ୍କୁ ଉଦ୍ଧାର କରିଥିଲା | ହେଲେ ଜଣେ ବ୍ୟକ୍ତି ନିଖୋଜ ଥିଲେ | ନିଖୋଜ ବ୍ୟକ୍ତି ନାମ ବାଲୁଗାଁ ମଠପୁରର ରାଜକିଶୋର ଖୁଣ୍ଟିଆ ଓ ସେ କାଳିଜାଇ ପୀଠରେ ବ୍ୟବସାୟ କରୁଥିଲେ | ସେ ସେହି ଡ଼ଙ୍ଗାରେ ଫେରୁଥିଲେ | କାଲି ରାତିରୁ ଖୋଜାଖୋଜି ଚାଲିଥିଲା ବେଳେ ନିଖୋଜ ବ୍ୟକ୍ତି ଆଜି ସକାଳେ ଓଡ୍ରାଫ ଟିମ ଓ ପୋଲିସ କର୍ମଚାରୀ ମାନେ ରାଜକିଶୋର ଙ୍କ ମୃତ ଦେହ ଚିଲିକାରୁ ଉଦ୍ଧାର କରିଥିଲେ l

0
0
0
s2sdefault