ହେଡଲାଇନସ୍:

କିଛି ସରକାରୀ ଅଧିକାରୀଙ୍କ ପାଇଁ ବବି ବାବୁ ଓ ବିଜେଡ଼ି ଦଳର ନେତା ମାନଙ୍କ ଏତେ ଦରଦ କାହିଁକି- ମୋହନ ମାଝୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,- ରାଜ୍ୟରେ କିଛି ସରକାରୀ ଅଧିକାରୀଙ୍କ ପାଇଁ ବବି ବାବୁ ଓ ବିଜେଡ଼ି ଦଳର ନେତା ମାନଙ୍କର ଏତେ ଦରଦ କାହିଁକି ବୋଲି ରାଜ୍ୟ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟ୍ୱିଟର ପ୍ରତିକ୍ରିୟାରେ ପ୍ରଶ୍ନ କରିଛନ୍ତି ।

ଶ୍ରୀ ମାଝୀ ଟ୍ୱିଟ୍ କରି କହିଛନ୍ତି ଯେ ବବି ବାବୁ, ଆପଣ ସତ କହିବା ପାଇଁ ବୋଧେ ଡ଼ରୁଛନ୍ତି । ମୁଁ ଦେବଗଡ଼ରେ ଅଛି ଏବଂ ସତ୍ୟ କଣ ମୋତେ ଜଣାଅଛି ଓ ଗଣମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି । କିଛି ଅଫିସରମାନେ ଆପଣଙ୍କ ପାର୍ଟିର କର୍ମୀ ଭଳି କାର୍ଯ୍ୟ କରୁଛନ୍ତି, ଯାହା ଅତି ଲେମ୍ବୁ ଚିପୁଡ଼ିଲେ ପିତା ସଦୃଶ । ପଂଚାୟତ ଏବଂ ପୌର ନିର୍ବାଚନ ପରେ କିଛି ସରକାରୀ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବାସଭବନରେ ଛୁଟିଦିନରେ ଶୁଭେଚ୍ଛା ଜଣାଇଥିଲେ । ଏହା କେଉଁ ସମ୍ବିଧାନରେ ଲେଖା ଅଛି ଯେ ଜଣେ ଦଳର ସଭାପତିଙ୍କୁ ନିର୍ବାଚନ ଜିତିବା ପରେ ଅଫିସରମାନେ ଶୁଭେଚ୍ଛା ଜଣାନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାଜ୍ୟର ଆଇନ ମନ୍ତ୍ରୀ ସମ୍ପୃକ୍ତ ଥିବାବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ନୀରିହ ଶିକ୍ଷୟିତ୍ରୀ ହତ୍ୟା ଘଟଣାରେ ଜଡ଼ିତ ଥିବା ଅଭିଯୋଗ ହୋଇଛି । ସେହିଭଳି କୃଷି ଓ ଶିକ୍ଷା ମନ୍ତ୍ରୀ ନୟାଗଡ଼ର ଶିଶୁ ଅପହରଣ ଓ ମୃତ୍ୟୁ ଘଟଣାରେ ଲିପ୍ତ ଥିବା ଅଭିଯୋଗ ହୋଇଛି, ଓଡ଼ିଶାରେ ଭଲ ଶାସନ ଚାଲିଛି ବୋଲି କହିବା ହାସ୍ୟାସ୍ପଦ । ଆପଣଙ୍କ ବାପା ସମ୍ମାନନୀୟ ସ୍ୱର୍ଗତ ଅଶୋକ ଦାସ ଯଦି ଆଜି ଥାନ୍ତେ ଓଡ଼ିଶାରେ ଯେଉଁଭଳି ଭାବରେ ଅଫିସରରାଜ୍ ଚାଲିଛି, ସେ ନିଶ୍ଚିତ ଭାବେ ମର୍ମାହତ ହୋଇଥାନ୍ତେ । ଏ କଥା ତୁମେ ଭଲ ଭାବରେ ଜାଣିଛ । ଆପଣ ଓ ଆପଣଙ୍କ ଦଳର ନେତା ମାନଙ୍କର କିଛି ସରକାରୀ ଅଧିକାରୀଙ୍କ ପାଇଁ ଏତେ ଦରଦ କାହିଁକି ? କିଛି ବୁଝାପଡ଼ୁନି ।

ଆପଣଙ୍କୁ ରାଜନୈତିକ ଲୋକଙ୍କ କଥା ଖରାପ ଲାଗୁଥାଇପାରେ କିନ୍ତୁ ନିର୍ବାଚିତ ପ୍ରତିନିଧିଙ୍କର ସମ୍ମାନକୁ ଗୌଣ କରିବା ଅନୁଚିତ । କାରଣ ତୁମେ ଜଣେ ଲୋକପ୍ରତିନିଧି । ଆପଣଙ୍କ ଦଳର ଆଦର୍ଶ ସମ୍ମାନନୀୟ ସ୍ୱର୍ଗତ ବିଜୁ ପଟ୍ଟନାୟକ ୧୯୯୧ ମସିହାରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦୁର୍ନୀତିଗସ୍ତ ଅଧିକାରୀଙ୍କ ଉପରେ ଯେଉଁ ମନ୍ତବ୍ୟ ରଖିଥିଲେ ଆପଣ ଓ ଆପଣଙ୍କ ନେତା ଥରେ ସ୍ମରଣ କରନ୍ତୁ ବୋଲି ସେ ଟ୍ୱିଟ୍ କରିଛନ୍ତି ।

0
0
0
s2sdefault