ହେଡଲାଇନସ୍:

ହାଜତ ମୃତ୍ୟୁକୁ ଦୁର୍ଘଟଣା ଓ ଆତ୍ମହତ୍ୟାର ରୂପ ଦେବା ପୋଲିସ ପ୍ରଶାସନର ଅଭ୍ୟାସରେ ପରିଣତ ହୋଇଛି:ଦିଲୀପ ମଲ୍ଲିକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ମୃତ ମନୋରଂଜନଙ୍କ ପରିବାରକୁ ଭେଟି ଘଟଣା ସଂପର୍କରେ ଅବଗତ ହେଲେ ବିଜେପି ପ୍ରତିନିଧି ଦଳ

  •  ଏକ ଉଚ୍ଚସ୍ତରୀୟ ତଦନ୍ତ ଜରିଆରେ ଥାନା ଭିତରେ ଲାଗିଥିବା ସିସିଟିଭିକୁ ଯାଂଚ କରାଯାଉ

  •  ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ସରକାର କାହିଁକି ଏବଂ କାହା ସ୍ୱାର୍ଥରେ ନୀରବ ରହିଛନ୍ତି ?

  •  ମଣିଷପଣିଆ ନହରାଇ ଏବଂ ସ୍ୱେଚ୍ଛାଚାରୀତା ନହୋଇ ଆଇନ ଅନୁଯାୟୀ ନିଜର ଦାୟିତ୍ୱ ଓ କର୍ତବ୍ୟ ନିର୍ବାହ କରନ୍ତୁ ପୋଲିସ ଅଧିକାରୀମାନେ

ଭୁବନେଶ୍ୱର,:ଓଡିଶାରେ ୫ଟି ଶାସନ ବ୍ୟବସ୍ଥା ଏବେ ପ୍ରହସନ ପାଲଟିଛି । ରାସ୍ତାରେ ସୁରକ୍ଷିତ ମଣୁନଥିବାବେଳେ ସାଧାରଣ ଲୋକେ ଏବେ ପୋଲିସ ହେପାଜତରେ ମଧ୍ୟ ଅସୁରକ୍ଷିତ ହୋଇପଡିଛନ୍ତି । ପୋଲିସ ପ୍ରଶାସନବର୍ତମାନ ବିଜୁ ଜନତା ଦଳର ହାତବାରିସ ସାଜିଛି । ବଡ଼ ବଡ଼ ନେତାମାନେ ଜେଲ୍‌ରେ ଜ୍ୱାଇ ଚର୍ଚ୍ଚା ପାଉଥିବାବେଳେ ଛୋଟ ଛୋଟ ଅପରାଧୀଙ୍କ ଜୀବନ ବଳି ପଡ଼ିଯାଉଛି । ନ୍ୟାୟ ହିସାବରେ ଲୋକଙ୍କୁ ହାଜତକୁ ଅଣାଯାଉନାହିଁ ବରଂ ଶାସକ ବିଜେଡିର ମନ୍ତ୍ରୀ ଓ ନେତାଙ୍କ ଇଙ୍ଗିତରେ ହାଜକୁ ଅଣାଯାଇ ଅତ୍ୟାଚାର କରାଯାଉଛି ।ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଥିବା ହାଜତ ହତ୍ୟାମାମଲା ବର୍ତମାନ ସୀମା ଉଲଘଂନ କରିଛି । ଦୁର୍ନୀତି ଏବଂ କୁଶାସନ ବିରୋଧରେ ସରକାରଙ୍କ ଛିଦ୍ର କାଢୁଥିବା ଓ ସରକାରୀ ଅଫିସରଙ୍କ ବିରୁଦ୍ଧରେ ସ୍ୱର ଉଠାଉଥିବା ସାଧାରଣ ଲୋକଟି ପାଇଁ ଆଇନ ନାହିଁ । ପୋଲିସ ନ୍ୟାୟ ଦେବା ବଦଳରେ ହିଂସ୍ର ଆଚରଣ ପ୍ରଦର୍ଶନ କରୁଛି । ହାଜତ ମୃତ୍ୟୁକୁ ଦୁର୍ଘଟଣା ଓ ଆତ୍ମହତ୍ୟାର ରୂପ ଦେବା ବର୍ତମାନ ପୋଲିସ ପ୍ରଶାସନର ଅଭ୍ୟାସରେ ପରିଣତ ହୋଇଛି ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ।
ଗତ କାଲି ପାରାଦ୍ୱୀପର ଅଭୟଚାନ୍ଦପୁର ଥାନା ହାଜତରେ ଥିବାବେଳେ ମନୋରଂଜନ ଗେଡିଙ୍କ ମୃତ୍ୟୁ ଏବଂ ଏହି ପ୍ରସଙ୍ଗରେ ପୋଲିସ ପ୍ରଶାସନର ଭୁମିକା ପୁଣି ଥରେ ପୋଲିସର ବିଶ୍ୱସନୀୟତାକୁ ନେଇ ବହୁ ସନ୍ଦେହ ସୃଷ୍ଟି କରିଛି । ଏହାର ସତ୍ୟାସତ୍ୟତା ଜାଣିବା ପାଇଁ ସ୍ଥାନୀୟ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସଂପଦ ସ୍ୱାଇଁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୃତ ମନୋରଂଜନଙ୍କ ଘରକୁ ଯାଇ ତାଙ୍କ ବାପା, ମା, ଭଉଣୀ ଏବଂ ଅନ୍ୟାନ୍ୟ ପରିବାର ସଦସ୍ୟଙ୍କ ଆଲୋଚନା କରିଛନ୍ତି ।ମୃତ ମନୋରଂଜନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ତାଙ୍କ ପରିବାରବର୍ଗକୁ କାହିଁକି ଅବଗତ କରାଗଲା ନାହିଁ ? ଅଠରବାଙ୍କୀ ମେଡିକାଲରୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ ନକରି ଜଗତସିଂହପୁର ମେଡିକାଲକୁ କାହିଁକି ପଠାଗଲା ? ଆମ୍ବୁଲାନ୍ସ ପରିବର୍ତେ ପୋଲିସ ଗାଡିରେ କାହିଁକି ନିଆଗଲା ? ରାତିଅଧିଆ ତରଭରିଆ ଭାବେ କାହିଁକି ଶବ ବ୍ୟବଚ୍ଛେଦ କରାଗଲା ? ଏଭଳି ପ୍ରଶ୍ନ ସାଧାରଣରେ ସୃଷ୍ଟି ହୋଇଥିବାବେଳେ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ଏକ ମାତ୍ର ପୁତ୍ର ମୃତ ମନୋରଂଜନଙ୍କ ପରିବାର ସଦସ୍ୟଙ୍କ ଭରସା ନାହିଁ । ତେଣୁ ଏକ ଉଚ୍ଚସ୍ତରୀୟ ତଦନ୍ତ ଜରିଆରେ ଥାନା ଭିତରେ ଲାଗିଥିବା ସିସିଟିଭିକୁ ଯାଂଚ କରାଯିବାକୁ ଏହି ପ୍ରତିନିଧି ଦଳ ଦାବୀ କରିଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ଅତୀତରେ ବରଗଡ, ପୁରୀ ଜିଲ୍ଲା ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ହାଜତ ମୃତ୍ୟୁ ଘଟଣା ଓ ଏହାର ତଦନ୍ତ ପ୍ରକ୍ରିୟାକୁ ନେଇ ବିଶ୍ୱସନୀୟତା ହରାଇଥିବା ପୋଲିସ ଆଜି ପୁଣି ବିଶ୍ୱାସ ହରାଇଛି । ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ସରକାର କାହିଁକି ଏବଂ କାହା ସ୍ୱାର୍ଥରେ ନୀରବ ରହିଛନ୍ତି ? କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ରାଜ୍ୟ ସରକାର ? ମଣିଷପଣିଆ ନହରାଇ ଏବଂ ସ୍ୱେଚ୍ଛାଚାରୀତା ନହୋଇ ଆଇନ ଅନୁଯାୟୀ ନିଜର ଦାୟିତ୍ୱ ଓ କର୍ତବ୍ୟ ନିର୍ବାହ କରନ୍ତୁ ପୋଲିସ ଅଧିକାରୀମାନେ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

0
0
0
s2sdefault