ହେଡଲାଇନସ୍:

ଶ୍ରୀମନ୍ଦିରର ସୁରକ୍ଷା ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟସରକାରଙ୍କ ଭୂମିକା ସନ୍ଦେହଜନକ: ଲେଖାଶ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:ଶାସନ ଅହଂକାରରେ ଚାଲେ ନାହିଁ ଜନତାଙ୍କ ଆର୍ଶୀବାଦରେ ଚାଲେ । ଓଡିଶାବାସୀଙ୍କ ଗର୍ବ ଓ ଗୌରବ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଚାବି ଏପର୍ଯ୍ୟନ୍ତ ମିଳିପାରିଲା ନାହିଁ । ଶୌଚାଳୟ ନିର୍ମାଣ ନାମରେ ଗଭୀର ଖନନ କରାଯାଇ କ’ଣ ଚାଲିଛି ତାହା ମଧ୍ୟ ସନ୍ଦେହ ଘେରରେ । ବିକାଶରେ ବାଧା ଦେଉନାହୁଁ କି ବିକାଶକୁ ବିରୋଧ କରୁନାହିଁ ବିଜେପି । କିନ୍ତୁ ଶ୍ରୀମନ୍ଦିରର ସୁରକ୍ଷା ଓ ରକ୍ଷଣା ବେକ୍ଷଣ ଦୃଷ୍ଟିରୁ ଏଏସଆଇଓର ଅନୁମତି ନେଇ ନିର୍ମାଣ କରିବାକୁ ବିଜେପି ଦାବୀ କରୁଛି । ଶ୍ରୀମନ୍ଦିରର ୧୦୦ମିଟର ମଧ୍ୟରେ ବେଆଇନ ନିର୍ମାଣକୁ ବିରୋଧ କରୁଛି ବିଜେପି । ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳାନଯାଉ । ଶ୍ରୀମନ୍ଦିରର ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏକ ପ୍ରେସ୍ ବିବୃତିରେ ବିଜେପି ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଓଡିଆ ଜାତିର ଅସ୍ମିତାର ପରିଚୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିରସ୍ଥିତ ପବିତ୍ର ରୋଷଘର ଚୁଲି ଗୁଡିକ ଭାଙ୍ଗି ଦିଆଯିବା ଘଟଣା ରାଜ୍ୟବାସୀଙ୍କ ସମେତ କୋଟି କୋଟି ଜଗନ୍ନାଥ ଭକ୍ତଙ୍କୁ ବ୍ୟଥିତ କରିଛି । ଶ୍ରୀମନ୍ଦିର ସହ ମହାପ୍ରଭୁଙ୍କ ମହାପ୍ରସାଦର ରହିଛି ଅନନ୍ୟ ସମ୍ପର୍କ । ରୋଷଘରର ମହାପ୍ରସାଦ ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗିଦେଇ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ । ଶ୍ରୀମନ୍ଦିରର ସୁରକ୍ଷା ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟସରକାରଙ୍କ ଭୂମିକା ସନ୍ଦେହଜନକ । ଏହି ଘଟଣାକୁ ଗୁରୁତ୍ୱର ସହ ଚିନ୍ତା କରି ତଦନ୍ତ କରିବା ସହ ଭବିଷ୍ୟତରେ ଯେଭଳି ଏହି ଘଟଣାର ପୁନରାବୃତି ନହେବ ସେଥିପାଇଁ ରାଜ୍ୟସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଜେପି ପକ୍ଷରୁ ଡ. ସାମନ୍ତସିଂହାର ଦାବୀ ଜଣାଇଛନ୍ତି ।

0
0
0
s2sdefault