ବିଜେପୁର ଏନ ଏ ସି ର ପ୍ରଥମ ଅଧ୍ୟକ୍ଷା ହେଲେ ସୀତା ବାରିକ, ପଦ୍ମପୁର ରୁ ଜିତିଲେ ସାବିତ୍ରୀ ବାଗ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ଆଜି ପୌର ନିର୍ବାଚନ ର ମତଗଣନା ଚାଲିଥିବା ବେଳେ ପ୍ରଥମ ଥର ପାଇଁ ନବ ଗଠିତ ବିଜେପୁର ଏନ ଏ ସି ପାଇଁ ଗତ 24 ତାରିଖ ମତଦାନ ହୋଇଥିଲା । ଆଜି ବିଜୁ ଜନତା ଦଳର ଅଧ୍ୟକ୍ଷା ପ୍ରାର୍ଥୀ ଶ୍ରୀମତୀ ସୀତା ବାରିକ ତାଙ୍କର ନିକଟ ତମ ପ୍ରତିଦ୍ବନ୍ଦୀ ଭାରତୀୟ ଜନତା ପାର୍ଟି ର ପଦ୍ମାବତୀ ଦେହେରି ଙ୍କୁ 741 ଖଣ୍ଡ ଭୋଟରେ ପରାସ୍ତ କରି ବିଜେପୁର ଏନ ଏ ସି ର ପ୍ରଥମ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ରେ ବିଜୟ ଲାଭ କରିଥିବା ସୀତା ବାରିକ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି ।
ସେହିଭଳି ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦର ନୂତନ ଅଧ୍ୟକ୍ଷା ଭାବରେ ବିଜୁ ଜନତା ଦଳର ପ୍ରାର୍ଥୀନୀ ଶ୍ରୀମତୀ ସାବିତ୍ରୀ ବାଗ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ରଞ୍ଜୁ ସେଠ ଙ୍କୁ 662 ଖଣ୍ଡ ଭୋଟ ବ୍ୟବଧାନ ରେ ପରାସ୍ତ କରିଥିଲେ । ଶ୍ରୀମତୀ ବାଗ ସମୁଦାୟ 4737 ଖଣ୍ଡ ଭୋଟ ପାଇଥିବା ବେଳେ ରଞ୍ଜୁ ସେଠ 4075 ଖଣ୍ଡ ଭୋଟ ପାଇଥିଲେ । ନବନିର୍ବାଚିତ ପଦ୍ମପୁର ଏନ ଏ ସି ଅଧ୍ୟକ୍ଷା ଙ୍କୁ ସବୁ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି ।

0
0
0
s2sdefault