ହେଡଲାଇନସ୍:

ନିର୍ଦ୍ୱନ୍ଦରେ ସୁଜାତା ମହାନ୍ତି ହେଲେ ଜ଼ିଲ୍ଲାପରିଷଦ ଉପାଧ୍ୟାକ୍ଷା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲାପରିଷଦ ଉପାଧ୍ୟାକ୍ଷା ଭାବେ ତିର୍ତ୍ତୋଲ ୨ ନମ୍ବର ଜୋନ ର ଜ଼ିଲ୍ଲାପରିଷଦ ସୁଜାତା ମହାନ୍ତି ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି l ଜଗତସିଂହପୁର ୨୬ ଟି ଜୋନ ରେ ବିଜୁ ଜନତା ଦଳର ୨୫ ଟି ଆସନରେ ପ୍ରାଥୀ ବିଜୟ ଲାଭ କରିଥିବାବେଳେ ଜଣେ କଂଗ୍ରେସ ପ୍ରାଥୀ ଜ଼ିଲ୍ଲାପରିଷଦ ଭାବେ ବିଜୟ ଲାଭ କରିଥିଲେ l ଜ଼ିଲ୍ଲାପରିଷଦ ଅଧକ୍ଷ ଭାବେ ଜଗତସିଂହପୁର ଯ଼ୋନ ୩ ର ଜ଼ିଲ୍ଲାପରିଷଦ ମନୋଜ ଭୋଇ ନିର୍ଦ୍ୱନ୍ଦରେ ବିଜୟ ଲାଭ କରିଥିବାବେଳେ ଆଜି ତିର୍ତ୍ତୋଲ ଯ଼ୋନ ୨ ର ଜ଼ିଲ୍ଲାପରିଷଦ ସଭ୍ୟା ସୁଜାତା ମହାନ୍ତି ନିର୍ଦ୍ବନ୍ଦ ରେ ଉପ ଅଧକ୍ଷା ଭାବେ ନିର୍ବାଚିତ ହୋଇଥିଲେ l ଉପ ଅଧକ୍ଷା ଶ୍ରୀମତୀ ମହାନ୍ତି ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ତିର୍ତ୍ତୋଲ ବ୍ଲକ ଅଧକ୍ଷା ଭାବେ ଦାୟତ୍ୱ୍ୱ ଭାର ସୁଚାରୁରୂପେ ରୂପେ ତୁଲାଇ ସମଗ୍ର ଅଂଚଳରେ ଲୋକପ୍ରିୟତା ହାସଲ କରିବା ସହିତ ଦଳ ବଳ ନିର୍ବଶେଷରେ ସମସ୍ତଙ୍କୁ ନେଇ କାର୍ଯ୍ୟ କରି ବିଜୁ ଜନତା ଦଳରେ ଏକ ବିଶେଷ ପରିଚୟ ସୃଷ୍ଟି କରିପାରିଛନ୍ତି l ଶ୍ରୀମତୀ ମହାନ୍ତିଙ୍କ ରାଜନୈତିକ କାର୍ଯ୍ୟକଳାପ ଦେଖି ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସ୍ଥା ପ୍ରକଟ କରି ଜଗତସିଂହପୁର ଜ଼ିଲ୍ଲାପରିଷଦ ଉପ ଅଧକ୍ଷା ଭାବେ ଚୟନ କରିଥିବା ନେଇ ଚର୍ଚ୍ଚା ହେଉଛି. ଶ୍ରୀମତୀ ମହାନ୍ତି ଉପ ଅଧକ୍ଷା ଭାବେ ନିର୍ବାଚିତ ହେବାପରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜ଼ିଲ୍ଲାସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି l ଜଗତସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ, ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ତଥା ୪ ଜୋନ ଜ଼ିଲ୍ଲାପରିଷଦ ସଭ୍ୟ ଗଙ୍ଗାଧର ବିଶ୍ୱାଳ ଙ୍କ ଅପ୍ରାଣ ଉଦ୍ୟମରେ ତିର୍ତ୍ତୋଲ ବିଜୁ ଜନତା ଦଳରେ ସଂଗଠନକୁ ଗୋଟିଏ ସୂତାରେ ବାନ୍ଧିରଖିଥିବା ନେଇ ରାଜନୈତିକ ମହାଲରେ ଚର୍ଚ୍ଚା ଜୋର ଧରିଛି l ଶ୍ରୀଯୁକ୍ତ ବିଶ୍ୱାଳ ଙ୍କ ନିଜ ପଞ୍ଚାୟତରେ ତାଙ୍କ ସମର୍ଥିତ ସରପଞ୍ଚ ପ୍ରାଥୀ ପରାଜୟ ହୋଇଥିଲେ ମଧ୍ୟ ବିଶ୍ୱାଳ ବ୍ରଦର୍ସ ଙ୍କ ପଞ୍ଚାୟତ ତଥା କଂଗ୍ରେସ ର ଗଡ଼ କୁହାଯାଉଥିବା ତୁଳଙ୍ଗ ପଂଚାୟତର ତାଙ୍କ ସମର୍ଥିତ ସରପଞ୍ଚ ପ୍ରାଥୀ ବିଜୟ ଲାଭ କରିଥିଲେ l ସଂଗଠକ ତଥା ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ ଙ୍କ ପ୍ରଚେଷ୍ଟା ରେ ତିର୍ତ୍ତୋଲ ବ୍ଲକ ଅଧକ୍ଷ ପଦବି ହାତେଇ ନେଇଥିଲେ l ଆଜି ତାଙ୍କ ପ୍ରଚେଷ୍ଟାରେ ଜ଼ିଲ୍ଲାପରିଷଦ ଉପାଧ୍ୟାକ୍ଷା ଭାବେ ତିର୍ତ୍ତୋଲ ୨ ନମ୍ବର ଜୋନ ଜ଼ିଲ୍ଲାପରିଷଦ ସଭ୍ୟା ସୁଜାତା ମହାନ୍ତି ଙ୍କୁ ସମର୍ଥନ ମିଳିଥିଲା l ଏଥିରେ ବିଧାୟକ ପ୍ରଶାନ୍ତ ମୁଦୁଲି, ଜ଼ିଲ୍ଲାପରିଷଦ ଅଧକ୍ଷ ମନୋଜ ଭୋଇ, ଗଙ୍ଗାଧର ବିଶ୍ୱାଳ, ଚିତ୍ତ ରଞ୍ଜନ ରଥ, ତପନ ମହାନ୍ତି, ଛିତରଞ୍ଜନ ରାଉଳ, ବିବେକାନନ୍ଦ ବେହେରା, ପୀତବାସ ଗୋଛାୟତ, ସୁନୀଲ ବେହେରା, ଅଶ୍ୱିନୀ ଦାସ, ତାରାକାନ୍ତ ଜେନା, ପୂର୍ବତନ ଜ଼ିଲ୍ଲାପରିଷଦ ଅଧକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ ଙ୍କ ସମେତ ସମସ୍ତ ବିଜୁ ଜନତା ଦଳର କର୍ମୀ ଓ ନେତାମାନେ ଉପସ୍ଥିତ ରହି ଉପାଧ୍ୟାକ୍ଷା ଶ୍ରୀମତୀ ମହାନ୍ତି ଙ୍କୁ ସ୍ୱାଗତ ଜଣାଇଥିଲେ l

0
0
0
s2sdefault