ହେଡଲାଇନସ୍:

ଦିଲ୍ଲୀରେ ବିଜେପିର ବିଜୟ ଉତ୍ସବ ଓ ମହା ବାଇକ୍‌ ରାଲି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ/ଭୁବନେଶ୍ବର-ସଦ୍ୟସମାପ୍ତ ଦେଶର ପ୍ରମୁଖ ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଆଜି ଦିଲ୍ଲୀ ପ୍ରଦେଶ ବିକେପି ତରଫରୁ ଦିଲ୍ଲୀର ବୁରାଡି ନିରଙ୍କାରୀ ପଡିଆରେ ବିଜୟ ଉତ୍ସବ ଓ ବିଶାଳ ମଟରସାଇକେଲ ରାଲିର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ବିଲ୍ଲୀ ପ୍ରଦେଶ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଯୋଗଦେଇ ରାଲିର ଶୁଭାରମ୍ଭ କରିବା ସହ ଉପସ୍ଥିତ ଦଳର କାର୍ଯ୍ୟକର୍ତ୍ତା ଓ କର୍ମୀ ମାନଙ୍କୁ ସମ୍ବୋଧିତ କରିଥିଲେ। ପରେ ନିଜେ ଶ୍ରୀଯୁକ୍ତ ପଣ୍ଡା ମଟରସାଇକେଲ ଚଲାଇ ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ରାଲିର ଶୁଭାରମ୍ଭ କରିଥିଲେ। ଏହି ରାଲି ବୁରାଡି ନିରଙ୍କାରୀ ପଡିଆରୁ ଆରମ୍ଭ ହୋଇ ଅକ୍ଷରଧାମ ପର୍ଯ୍ୟନ୍ତ ଜାଇଥିଲା।

ଏହି ଅବସରରେ ଶ୍ରୀଯୁକ୍ତ ପଣ୍ଡା ଦିଲ୍ଲୀ ପ୍ରଦେଶରେ ଆଗକୁ ନଗର ନିଗମ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ଓ ଦିଲ୍ଲୀରେ ଥିବା ଆମ୍‌ ଆଦମୀ ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ଲଢେଇ ଜାରି ରଖିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ କାର୍ଜ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ଆଜିର ଏହି ସମାବେଶରେ ବୈଜୟନ୍ତ ପଣ୍ଡାଙ୍କ ସମେତ ଦିଲ୍ଲୀ ପ୍ରଦେଶ ସଭାପତି ଆଦେଶ ଗୁପ୍ତା, ପୂର୍ବତନ ଅଧକ୍ଷ ମନୋଜ ତିୱାରୀ ସହ ଦିଲ୍ଲୀ ପ୍ରଦେଶର କାର୍ଯ୍ୟକର୍ତ୍ତା, ପଦାଧିକାରୀଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇଥିଲେ।

0
0
0
s2sdefault