ହେଡଲାଇନସ୍:

ଜଗଦେବଙ୍କ ବର୍ବର କାର୍ଯ୍ୟକୁ ଦୃଢ ଭାବେ ନିନ୍ଦା କଲା ବିଜେଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ: ସସ୍ମିତ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଆଜି ବାଣପୁରରେ ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ଘଟାଇଥିବା ବର୍ବର କାର୍ଯ୍ୟକୁ ବିଜେଡି ଦୃଢ ଭାବେ ନିନ୍ଦା କରୁଥିବା କହିଛନ୍ତି ଦଳୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।
ଆଜି ଏଠାରେ ଡକ୍ଟର ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ଏବଂ ଏପରି ହିଂସାତ୍ମକ କାର୍ଯ୍ୟ ଆଶ୍ଚର୍ଯ୍ୟକର ଏବଂ ଦୁର୍ଭାଗ୍ୟଜନକ ।
ଡକ୍ଟର ପାତ୍ର କହିଛନ୍ତି ଆମେ ନିଶ୍ଚିତ ଯେ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଏବଂ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ତାଙ୍କର ଏପରି କାର୍ଯ୍ୟ ପାଇଁ ପୂର୍ବରୁ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ଏହି ଘଟଣାରେ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଆମେ ପ୍ରାର୍ଥନା କରୁଛୁ ।

0
0
0
s2sdefault