ହେଡଲାଇନସ୍:

ବିଜେପୁର ରେ ହେବ ପ୍ରଥମ ଥର ପାଇଁ ଏନ ଏ ସି ନିର୍ବାଚନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଉତ୍ସାହିତ ଜନସାଧାରଣ ଓ ନେତାଙ୍କର ଗହଣରେ ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ

ବରଗଡ :- ବରଗଡ ଜିଲ୍ଲା ବିଜେପୁର ଏନ ଏ ସି ରେ ହେବାକୁ ଯାଉଛି ପ୍ରଥମ ନିର୍ବାଚନ । ଗତ 2017 ମସିହା ଡିସେମ୍ବର ମାସରେ ବିଜେପୁର ର ଏଗାର ଗୋଟି ୱାର୍ଡ କୁ ନେଇ ଗଠିତ ହୋଇଥିଲା ବିଜେପୁର ବିଜ୍ଞାପିତ ଅଂଚଳ ପରିଷଦ । ପୌର ନିର୍ବାଚନ ନ ହେବା କାରଣରୁ ବିଜେପୁର ରେ ମଧ୍ୟ ନିର୍ବାଚନ ହୋଇ ପାରି ନ ଥିଲା । ପୂର୍ବରୁ ସମସ୍ତ ଦଳ ଓ ନିର୍ଦଲୀୟ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରି ସାରିଥିବା ବେଳେ ଆଜି ବିଜୁ ଜନତା ଦଳ ତରଫରୁ ଚେୟାରମେନ ପଦ ଓ ଏଗାର ଗୋଟି କାଉନସିଲର ପଦ ପାଇଁ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିଛନ୍ତି । ରାଜ୍ୟ ସରକାର ଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଓ ବିଜେପୁର ବିଧାୟିକା ଶ୍ରୀମତୀ ରିତା ସାହୁ ଙ୍କର ଉପସ୍ଥିତିରେ ଚେୟାରମେନ ପଦ ପାଇଁ ସୀତା ବାରିକ , ଓ କାଉନସିଲର ପାଇଁ କ୍ରମଶଃ ସୁଦେବୀ ଭୁଏ , ହରି ବିଶ୍ୱାଳ , ବଳଭଦ୍ର ପ୍ରଧାନ , ସାମିଲ ରକସା , ପଦ୍ମିନୀ ଲୁହା , ଉମା ବେଶନ , ସୁମିତ୍ରା ମେହେର , ଲଷ୍ମୀ ପ୍ରିୟା ପ୍ରଧାନ , ରେଣୁକା ସାହୁ , ବିକାଶ ପ୍ରଧାନ ପ୍ରମୁଖ ନାମାଙ୍କନ ଦାଖଲ କରିଥିଲେ । ପ୍ରାର୍ଥୀ ମାନେ , ବିଜୁ ଜନତା ଦଳର ଉପସଭାପତି ଶ୍ରୀ ଜନାର୍ଦ୍ଦନ ପାଣିଗ୍ରାହୀ , ଶକୁନ୍ତଳା ମହାପାତ୍ର ଓ ଦଳୀୟ ସମ୍ମର୍ଥକ ତଥା ସାଧାରଣ ଜନତା ଙ୍କର ଗହଣରେ ଏକ ଶୋଭାଯାତ୍ରାରେ ବାହାରି ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ପହଂଛି ଥିଲେ । ପ୍ରଥମ ଥର ପାଇଁ ବିଜେପୁର ରେ ପୌର ନିର୍ବାଚନ ହେଉଥିବା କାରଣରୁ ଭୋଟର ଙ୍କର ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

0
0
0
s2sdefault