ହେଡଲାଇନସ୍:

ପଦ୍ମପୁର ଏନଏସି ଅଧ୍ୟକ୍ଷା ପଦ ପାଇଁ ବିଜେଡିରୁ ନାମାଙ୍କନ ଦାଖଲ କଲେ ସାବିତ୍ରି ବାଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର : ଆଜି ପୌର ନିର୍ବାଚନ ପାଇଁ ନାମାଙ୍କନ କରିବାର ଶେଷ ତାରିଖ ଥିଲା । ବରଗଡ ଜିଲ୍ଲା ପଦ୍ମପୁର ଏନ ଏ ସି ପାଇଁ ଆଜି ବିଜୁ ଜନତା ଦଳ ତରଫରୁ ସମସ୍ତ ୱାର୍ଡ ଓ ଚେୟାରମେନ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି  । ୧୧ ଗୋଟି ୱାର୍ଡ ବିଶିଷ୍ଟ ପଦ୍ମପୁର ଏନଏସିର ନିର୍ବାଚବନ ପାଇଁ ଆଜି ବିଜୁ ଜନତା ଦଳ ପକ୍ଷରୁ ନାମାଙ୍କନ ଦାଖଲ କରାଯାଇଇଛି । ପଦ୍ମପୁର ବିଧାୟକ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ବିଜୟ ରଂଜନ ସିଂହ  ବରିହା ଙ୍କର ନେତୃତ୍ୱରେ ଓ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କର ଉପସ୍ଥିତିରେ ଏକ ପଟୁଆରରେ ବାହାରି ପଦ୍ମପୁର ଏନଏସି ଅଫିସକୁ ଆସି ନାମାଙ୍କନ ଦାଖଲ କରିଥିଲେ ।  ୧୧ ଗୋଟି ୱାର୍ଡ  ପାଇଁ  ସମସ୍ତ କାଉନସିଲର ଓ ଅଧ୍ୟକ୍ଷା ପଦପାଇଁ ନାମଙ୍କନ ଦାଖଳ କରିଛନ୍ତି । ପଦ୍ମପୁର ଏନଏସି ଅଧ୍ୟକ୍ଷା ପଦ ପାଇଁ ସାବିତ୍ରି ବାଗ ଓ କାଉନସିଲର ପଦ ପାଇଁ କ୍ଷୀର ସନବର୍ଷା,ଅରବିନ୍ଦ ପାଣୀଗ୍ରାହୀ,ପ୍ରିୟରଂଜନ ଭୋଇ,ଭାରତୀ ପଟନାୟକ,ଗୌରୀ ସାହୁ,କବିତା ସେଠ,ଯୋଗେରନ୍ଦ୍ର ରଣା,ଲତା ମେହେର,ପ୍ରେମଜିତ ମେହେର,ସଂଜୁକ୍ତା ପୃଷ୍ଟି, ଓ ସବିତା ବରିହା ପ୍ରମୁଖ ବିଜୁ ଜନତା ଦଳ ପକ୍ଷରୁ ନାମାଙ୍କନ ଦାଖଳ କରିଛନ୍ତି ।

0
0
0
s2sdefault