ହେଡଲାଇନସ୍:

ରଣପୁରରେ ଫଳକ ରଣ : ଉପାଧ୍ୟକ୍ଷଙ୍କ ଅଭିଯୋଗ, ଉପେକ୍ଷା କରିଛି ପ୍ରଶାସନ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରଣପୁର/ପ୍ରସନ୍ନ ସାମନ୍ତରାୟ : ନୟାଗଡ ଜିଲ୍ଲା ରଣପୁର ପଞ୍ଚାୟତ  ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ ଦ୍ୱାରା  ମିଶନଶକ୍ତି ଗୃହର ଶିଳାନ୍ୟାଶ ଓ ଭିତ୍ତି ପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି |ଖୋଦ ରଣପୁର ବ୍ଲକ  ଉପାଧକ୍ଷ ଲିଖିତ ଭାବେ ଏ ନେଇ ଅଭିଯୋଗ କରିବା ପରେ ଏବେ ରଣପୁରରେ ଫଳକ ରାଜନୀତି ଜୋର ଧରିଛି |
ଅଭିଯୋଗ ଅନୁସାରେ ରଣପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ବିଧାୟକ ସରକାରୀ ଅର୍ଥରେ ଏକ ମିଶନ ଶକ୍ତି ଗୃହ ଶିଳାନ୍ୟାଶ ଓ ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ୍ୟ ବ୍ଲକ ଉପାଧକ୍ଷଙ୍କୁ ଏ ବିଷୟରେ କିଛି ବି ସୂଚନା ପ୍ରଦାନ କରାଯାଇନଥିଲା | ନିଜେ ବି.ଡି. ଓ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରିବା ତଥା ଉପାଧକ୍ଷ ଙ୍କୁ ନଜଣେଇ  ଅଣଦେଖା କରି ଫଳକ ରେ ନାମ ନଲେଖି କାର୍ଯ୍ୟକ୍ରମ କରାଯାଇଥିଲା |ଏନେଇ ଉପାଧକ୍ଷ ପ୍ରଶାନ୍ତ କୁମାର ନାୟକ ଘଟଣା ସ୍ଥଳକୁ ଯାଇ ବିରୋଧ କରିବା ସହ  ଏକ ଲିଖିତ ଅଭିଯୋଗ କରି ରଣପୁର ବି.ଡି. ଓ, ଉପ ଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲାପାଳଙ୍କୁ ଜଣାଇଥିବା ଜଣାପଡିଛି | ବ୍ଲକ ପ୍ରଶାସନର ଏତାଦୃଶ କାର୍ଯ୍ୟ ଦ୍ୱାରା ଉପାଧକ୍ଷ ନିଜକୁ ଅସାମ୍ମାନିତ, ଅପମାନିତ ଓ ଲାଂଛିତ ବୋଧ କରିବା ସହ ଏହା ଗଣତନ୍ତ୍ର ପ୍ରତି କୁଠାରଘାତ ହୋଇଥିବା କହିଛନ୍ତି | ଆଗାମୀ ତିନି ଦିନ ଭିତରେ ପୁନର୍ବାର ଉକ୍ତ କାର୍ଯ୍ୟକ୍ରମର ଭିତ୍ତି ପ୍ରସ୍ଥର କରିବା ସହ ଫଳକରେ ଉପାଧକ୍ଷ ନାମ ଯୋଡିବାକୁ ଦାବି କରିଛନ୍ତି |

0
0
0
s2sdefault