ହେଡଲାଇନସ୍:

ତୈଳଦର ଅଣାୟତ, କେନ୍ଦ୍ର ସରକାର ନୀରବଦ୍ରଷ୍ଟା: ବିଜେଡ଼ି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୨୮ ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ସହ ରାଷ୍ଟ୍ରପତିଙ୍କ  ଉଦ୍ଦେଶ୍ୟରେ  ସ୍ମାରକପତ୍ର

ଚଳିତମାସ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଭୁବନେଶ୍ୱର : ଦେଶରେ ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି ଅଣାୟତ ହୋଇପଡ଼ିଛି । ଏହା ଗ୍ରାହକଙ୍କ ପକେଟ୍ ଉପରେ ବଡ଼ ଧରଣର ପ୍ରଭାବ ପକାଇଛି । ଏଭଳି ଅହେତୁକ ଦରବୃଦ୍ଧି ଯୋଗୁ ସବୁ ବର୍ଗର ଲୋକ ପ୍ରଭାବିତ ହୋଇଛନ୍ତି  । ଓଡ଼ିଶାରେ ଆଜି ଡ଼ିଜେଲର ଲିଟର ପିଛା ଦର ୭୩.୨୬ ଟଙ୍କାରେ ପହଞ୍ଚôଥିବା ବେଳେ ପେଟ୍ରୋଲର ଲିଟର ପିଛା ଦର ୭୫.୯୮ ଟଙ୍କାରେ ପହଞ୍ଚିଛି । ଫଳରେ ·ଷୀଙ୍କଠାରୁ ଆରମ୍ଭ କରି ସାଧାରଣ ଖାଉଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଦରବୃଦ୍ଧିର ପ୍ରଭାବ ପଡ଼ିଛି । ବାରମ୍ବାର ତୈଳଦର ବୃଦ୍ଧି ଯୋଗୁ ନିତ୍ୟବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢି·ଲିଛି ।

୨୦୧୪ ମସିହାରେ କେନ୍ଦ୍ରରେ ଏନ୍ଡ଼ିଏ ସରକାର ଶାସନ ଭାର ଗ୍ରହଣ କଲା ବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଆଶାତୀତ ଭାବେ କମୁଥିଲା । ସେତେବେଳେ ଆଶା କରାଯାଉଥିଲା ଯେ, ଏହି ସ୍ଥିତିର ଫାଇଦା ସାଧାରଣ ଖାଉଟିଙ୍କ ପାଖରେ ପହଞ୍ଚିବ କିନ୍ତୁ ଏହା ହେଲା ନାହିଁ  । ଓଲଟି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବୃଦ୍ଧି କରି ଲୋକମାନଙ୍କୁ ନ୍ୟାଯ୍ୟ ସୁବିଧାରୁ ବଞ୍ଚିତ କଲେ । ଏହି ଜନତା ଶୋଷଣ ମାନସିକତା ଏବେ ମଧ୍ୟ ବଳବତ୍ତର ରହିଛି ଏବଂ ସାଧାରଣ ଲୋକଙ୍କ ତଣ୍ଟି ଚିପି କେନ୍ଦ୍ର ସରକାର ଏହି କ୍ଷେତ୍ରକୁ ଆୟର ପ୍ରମୁୁଖ ଉତ୍ସ ଭାବେ ବ୍ୟବହାର କରୁଛନ୍ତି  । ଏହା ଅର୍ଥନୈତିକ ଦୂରଦୃଷ୍ଟିହୀନତାର ପରି·ୟକ  । 

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୧୪ ଜୁଲାଇ ୧୦ରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ପ୍ରତି ଲିଟର ପେଟ୍ରୋଲ ଉପରେ ୯ ଟଙ୍କା ୨୦ ପଇସା ଥିଲା  । ଏହା ୨୦୧୮ ପେବୃୟାରୀ ୨ରେ ୧୧୦ ପ୍ରତିଶତ ବୃଦ୍ଧି ପାଇଁ ୧୯ ଟଙ୍କା ୪୮ ପଇସାରେ ପହଞ୍ଚିଲା  । ସେହିପରି ଡ଼ିଜେଲ ଉପରେ ଉତ୍ପାଦ ଶୁକ୍ଳ ୨୦୧୪ ଜୁଲାଇ ୧୦ରେ ଲିଟର ପିଛା ୩ ଟଙ୍କା ୪୬ ପଇସା ଥିବା ବେଳେ ୨୦୧୮ ଫେବୃୟାରୀ ୨ରେ ୩୫୦ ପ୍ରତିଶତ ବୃଦ୍ଧି ପାଇ ୧୫ ଟଙ୍କା ୩୩ ପଇସାରେ ପହଞ୍ଚିଲା । ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ତୈଳ ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ଦାୟୀ  । କେନ୍ଦ୍ର ସରକାରଙ୍କ ଦ୍ୱାରା ଆଦାୟ ହେଉଥିବା ବହିଃଶୁଳ୍କ ଉଭୟ ପେଟ୍ରୋଲ ଓ ଡ଼ିଜେଲ ଉପରେ ୨.୫ ପ୍ରତିଶତ ଥିବା ବେଳେ ପ୍ରତି ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ଉପରେ ମଧ୍ୟ କେନ୍ଦ୍ର ସରକାର ୫୦ଟଙ୍କା ରାଷ୍ଟ୍ରୀୟ ଆକସ୍ମିକ ବିପର୍ଯ୍ୟୟ ଶୁଳ୍କ ବାବଦରେ ନେଉଛନ୍ତି । ତୈଳ କ୍ଷେତ୍ରରେ ଜାତୀୟ ରାଜସ୍ୱ ୨୦୧୩-୧୪ରେ ୮୮ହଜାର ୬ଶହ କୋଟି ଟଙ୍କା ଥିବା ବେଳେ ଏହା ୨୮୫ ପ୍ରତିଶତ ବୃଦ୍ଧି ପାଇ ୨୦୧୬-୧୭ରେ ୨,୫୩,୨୫୪ କୋଟି ଟଙ୍କାରେ ପହଞ୍ଚିଥିଲା । ଏଥିରୁ ସ୍ପଷ୍ଟ ଅନୁମେୟ ଯେ, କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ଟିକସ ଜାଲରେ ଫସାଇ ହନ୍ତସନ୍ତ କରାଉଛନ୍ତି  । 

ପେଟ୍ରୋଲ ଦର ୨୦୧୬ ମାର୍ଚ୍ଚ ୧ରେ ଲିଟର ପିଛା ୫୬ଟଙ୍କା ୬୧ ପଇସା ଥିବା ବେଳେ ତାହା ୧୯ ଟଙ୍କା ୩୭ ପଇସା ବୃଦ୍ଧି ପାଇ ଆଜିର ଦିନରେ ୭୫.୯୮ ଟଙ୍କାରେ ପହଞ୍ଚିଛି  । ସେହିପରି ଡ଼ିଜେଲ ଦର ୨୦୧୬ ମାର୍ଚ୍ଚ ୧ରେ ଲିଟର ପିଛା ୪୬ ଟଙ୍କା ୪୩ ପଇସା ଥିବା ବେଳେ ଏହା ୨୬ ଟଙ୍କା ୮୩ ପଇସା ବୃଦ୍ଧି ପାଇ ୭୩ ଟଙ୍କା ୨୬ ପଇସାରେ ପହଞ୍ଚିଛି  । ଦରବୃଦ୍ଧି ପଛରେ ବିଶେଷ କୌଣସି ଯୁକ୍ତି ନାହିଁ ଏବଂ କେନ୍ଦ୍ର ସରକାର ଏହି କ୍ଷେତ୍ରରୁ ଅତ୍ୟଧିକ ରାଜସ୍ୱ ଆଦାୟ କରିବା ଲକ୍ଷ୍ୟ ହିଁ ଏହାର ମୂଳ କାରଣ ।

୨୦୧୫ ଜୁଲାଇ ୩୧ରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୪୯.୬୪ଡ଼ଲାର ଥିବା ବେଳେ ଦେଶରେ ପେଟ୍ରୋଲ ଓ ଡ଼ିଜେଲ ଲିଟର ପିଛା ଯଥାକ୍ରମେ ୬୪.୪୭ ଟଙ୍କା ଓ ୪୬.୧୨ଟଙ୍କା ଥିଲା  । ସେହିପରି ୨୦୧୬ ଜାନୁୟାରୀ ୧୯ରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୨୮.୮୪ ଡଲାରକୁ ଖସିଯାଇଥିଲା, କିନ୍ତୁ ଏହି ଦର ହ୍ରାସର ସୁଫଳରୁ କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ବଞ୍ଚିତ କରିଥିଲେ  । ଆନୁପାତିକ ଭାବେ ପେଟ୍ରୋଲ ଓ ଡ଼ିଜେଲ ଦର ହ୍ରାସ ପାଇଲା ନାହିଁ । ୨୦୧୬ ଜାନୁୟାରୀ ୧୯ରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦର ୫୯.୯୯ ଟଙ୍କା ଓ ୪୪.୭୧ ଟଙ୍କା ରହିଥିଲା  । ଆଜି ପେଟ୍ରୋଲ ଦର ୭୫.୯୮ ଟଙ୍କା ଓ ଡ଼ିଜେଲ ଦର ଲିଟର ପିଛା ୭୩.୨୬ ଟଙ୍କାରେ ପହଞ୍ଚିଛି । ଯେତେବେଳେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି, ସେତେବେଳେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କକୁ କମାଇବା ପରିବର୍ତ୍ତେ ୯ ଥର ବୃଦ୍ଧି କରିଛନ୍ତି । ଖାଉଟିଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଏହା ଅପରିଣାମଦର୍ଶୀ ପଦକ୍ଷେପ ନୁହେଁ କି ? 

କେନ୍ଦ୍ର ସରକାର ନିଜେ ଉତ୍ପାଦ ଶୁଳ୍କ ବଢାଇ ଦର ବୃଦ୍ଧିର ଅନ୍ୟ ଏକ କାରଣ ପାଲଟିଥିବା ବେଳେ ଓଲଟି ରାଜ୍ୟ ସରକାରଙ୍କୁ ଭାଟ୍ ହ୍ରାସ ପାଇଁ ପରାମର୍ଶ ଦେଉଛନ୍ତି । ଓଡ଼ିଶାରେ ତୈଳ ଉପରେ ଭାଟ୍ ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ କମ୍ ରହିଛି । ୨୦୧୮ ମାର୍ଚ୍ଚରୁ ମହାରାଷ୍ଟ୍ରର ବିଜେପି ସରକାର ପେଟ୍ରୋଲ ଉପରେ ୨୬ ପ୍ରତିଶତ ଭାଟ୍ ସହିତ ଲିଟର ପିଛା ୯ ଟଙ୍କା ଅତିରିକ୍ତ ଶୁଳ୍କ ଆଦାୟ କରୁଛନ୍ତି । ଆସାମର ବିଜେପି ସରକାର ପେଟ୍ରୋଲ ଉପରେ ଭାଟ୍ ୩୨.୬୬ ପ୍ରତିଶତ ଆଦାୟ କରୁଥିବା ବେଳେ ରାଜସ୍ଥାନର ବିଜେପି ସରକାର ୩୦ ପ୍ରତିଶତ ଭାଟ୍ ସହିତ ପ୍ରତି ୧୦୦୦ ଲିଟର ପିଛା ୧୫୦୦ ଟଙ୍କା ରାସ୍ତା ଉନ୍ନତିକରଣ ସେସ୍ ନେଉଛନ୍ତି । ସେହି ତୁଳନାରେ ଓଡ଼ିଶାରେ ୨୬ ପ୍ରତିଶତ ଭାଟ୍ ଆଦାୟ କରାଯାଉଥିବା ବେଳେ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରାଯାଉନାହିିଁ । ଯାହା ଅନ୍ୟମାନଙ୍କ ତୁଳନାରେ କମ୍ । 

ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ସ୍ପଷ୍ଟ ମତ ନରଖି ବରଂ ଲୋକମାନଙ୍କୁ ବିଭ୍ରାନ୍ତ କରିଚାଲିଛନ୍ତି । ନିଜ ଅପାରଗତାକୁ ଲୁ·ଇବାକୁ ବିଭିନ୍ନ ବାହାନା ନେଉଛନ୍ତି । ଏଭଳି ଛଳନା ଓ ଲୋକମାନଙ୍କ ସ୍ୱାର୍ଥ ସହ ଖେଳକୁ ଆଉ ବିଜେଡ଼ି ବରଦାସ୍ତ କରିବ ନାହିଁ ଓ ବିଜେଡ଼ି ତୈଳଦରର ଯୁକ୍ତି ସଙ୍ଗତ ତଥା ଖାଉଟି ସ୍ୱାର୍ଥ ଅନୁକୂଳ ଦର ଲାଗୁ ନକରିବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରଖିବ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ  ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ଡ. ଅରୁଣ କୁମାର ସାହୁ, ମୁଖପାତ୍ର ଡ. ସସ୍ମିତ ପାତ୍ର ଓ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର କହିଛନ୍ତି । ତୈଳଦର ବୃଦ୍ଧିକୁ ନେଇ ଆସନ୍ତା ୨୮ ତାରିଖ ଦିନ ଭୁବନେଶ୍ୱରସ୍ଥ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ସ୍ମାରକପତ୍ର ପ୍ରଦାନ କରାଯିବ । ସେହିପରି ୨୮ରୁ ୩୦ ତାରିଖ ୩ଦିନ ବ୍ୟାପୀ ରାଜ୍ୟର ସମସ୍ତ ବ୍ଲକରେ ପ୍ରତିବାଦ ସଭା କରାଯିବା ସହ ଜନସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନିଆଯିବ ଏବଂ ସ୍ଥାନୀୟ ପ୍ରଶାସନ ଜରିଆରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ଦାସବର୍ମା ଏବଂ ଶ୍ରୀ ସାହୁ କହିଛନ୍ତି ।

 

0
0
0
s2sdefault