ହେଡଲାଇନସ୍:

 କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡି-ବ୍ରଦର୍ସ ଲିଙ୍କ୍ ପ୍ରସଙ୍ଗ ଅଭିଯୋଗ  ଉଠାଇବା ଗାଲୁଆଙ୍କ ବାରବାଟୀ ଚାଷ: ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୂବନେଶ୍ୱର:: ବିଜେଡି ନେତାଙ୍କ ମାଫିଆ ଡନ୍ ଡି-ବ୍ରଦର୍ସ ଲିଙ୍କ୍ ଓ ସଙ୍ଗୀନ ହତ୍ୟା ଷଡଯନ୍ତ୍ରର ପର୍ଦ୍ଧାଫାସ୍ ପରେ ବିଜେଡି ବିଧାୟକ ଦେବାଶୀଷ ସାମନ୍ତରାୟ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡି-ବ୍ରଦର୍ସ ଲିଙ୍କ୍ ପ୍ରସଙ୍ଗ ଉଠାଇବା ଗାଲୁଆଙ୍କ ବାରବାଟୀ ଚାଷ  ବୋଲି ବିଜେପି କହିଛି । ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି  ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ କଟକର ଗଳିକନ୍ଦିର ଲୋକ ଜାଣିଛନ୍ତି ବିଧାୟକ ଦେବାଶିଷ ସାମନ୍ତରାୟ ମାଫିଆ ଡନ୍ ଧଳସାମନ୍ତଙ୍କ ମଟର ସାଇକେଲ ପଛରେ ବସି ଦଳୀୟ ପ୍ରଚାର କରୁଥିଲେ  ।  ଶ୍ରୀ ମହାନ୍ତି କହିଛନ୍ତି ଯେ  ଦେବାଶିଷ ବାବୁଙ୍କ ଡ୍ରାଇଭର ଜଣେ ମର୍ସିଡିଜ୍ ବେଂଜର ମାଲିକ । କେଉଁ ଅପରାଧର ଲିଙ୍କ୍ ଥିବା ଲୋକଙ୍କଠାରୁ ବେନାମୀ କାରର ମାଲିକାନା ବିଧାୟକ ସାମନ୍ତରାୟ ନେଇଛନ୍ତି ତାହା ସେ ସ୍ପଷ୍ଟ କରନ୍ତୁୁ ବୋଲି ଶ୍ରୀ ମହାନ୍ତି ଆହ୍ୱାନ କରିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ ଧଳ-ଭ୍ରାତାଙ୍କ  ସହ ବିଧାୟକ ସାମନ୍ତରାୟଙ୍କ ସମେତ ଅନେକ ବିଜେଡି ନେତାଙ୍କ ସମ୍ପର୍କ ସ୍ପଷ୍ଟ ହେଲାଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇନ୍ ତା ବାଟରେ ନୁହେଁ ଦଳୀୟ ନେତାଙ୍କ ସୁରକ୍ଷାରେ ନିୟୋଜିତ କରିଛନ୍ତି ବୋଲି ସେ କହିଛନ୍ତି । 

 

0
0
0
s2sdefault