ହେଡଲାଇନସ୍:

ଗୃହ ବ୍ୟାପାର ଷ୍ଟାଣ୍ଡିଂ କମିଟିରୁ ବୈଜୟନ୍ତଙ୍କୁ ବାଦ୍‍ ଦେବାକୁ ଲୋକସଭା ବାଚସ୍ପତିଙ୍କୁ ପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

06-03-18-JAYPANDA.jpg - 40.66 kB
ଭୁବନେଶ୍ୱର,: ସଂସଦୀୟ ଗୃହ ବ୍ୟାପାର ଷ୍ଟାଣ୍ଡିଂ କମିଟିରେ ସଦସ୍ୟ ଥିବା ବିଜେଡିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ‘ଜୟ’ ପଣ୍ଡାଙ୍କୁ ଏଥିରୁ ବାଦ୍‍ ଦେବାକୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ବିଜେଡି ସଂସଦୀୟ ଦଳ (ଲୋକସଭା) ନେତା ଭର୍ତ୍ତୃହରି ମହତାବ ଓ ମୁଖ୍ୟ ସଚେତକ ତଥାଗତ ସତପଥୀ ଆଜି ପତ୍ର ଲେଖି ଜଣାଇଛନ୍ତି ।
ଏଥିରେ ଉଲ୍ଲେଖ କରାଯାଇଛି ଯେ ୨୦୧୮ ଜାନୁଆରୀ ୨୪ ତାରିଖରୁ ସାଂସଦ ବୈଜୟନ୍ତଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଦଳୀୟ ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ କରିଛନ୍ତି । ସେଥିଯୋଗୁ ଲୋକସଭା ଗୃହରେ ବିଜୁ ଜନତା ଦଳ ସାଂସଦମାନଙ୍କ ପାଇଁ ଚିହ୍ନିତ ଆସନଗୁଡିକରୁ ଶ୍ରୀ ପଣ୍ଡାଙ୍କ ଆସନକୁ ଅଲଗା କରି ସ୍ୱତନ୍ତ୍ର ଆସନ ଦେବା ବ୍ୟବସ୍ଥା କରାଯାଉ । ସେହିପରି ସଂସଦୀୟ ଗୃହ ବ୍ୟାପାର ଷ୍ଟାଣ୍ଡିଂ କମିଟି ସଦସ୍ୟ ପଦରୁ ମଧ୍ୟ ବୈଜୟନ୍ତଙ୍କୁ ଅବ୍ୟାହତି ଦିଆଯାଇ ବିଜେଡିର ଅନ୍ୟ ସାଂସଦଙ୍କୁ କମିଟିରେ ନେବା ଲାଗି ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଶ୍ରୀ ମହତାବ ଓ ଶ୍ରୀ ସତପଥୀ ପତ୍ର ଲେଖି ଲୋକସଭା ବାଚସ୍ପତିଙ୍କୁ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ବିଜେଡିରୁ ପ୍ରଥମେ ରାଜ୍ୟସଭାକୁ ଓ ପରେ ଦୁଇଥର ଲୋକସଭାକୁ ଶ୍ରୀ ପଣ୍ଡା ପ୍ରତିନିଧିତ୍ୱ କରୁଥିଲେ । ୨୦୧୪ରେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହେବା ପରେ ଲୋକସଭାର ଅର୍ଥ ବ୍ୟାପାର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ହେବାକୁ ସେ ଦଳୀୟ ନେତୃତ୍ୱ ନିକଟରେ ଇଚ୍ଛା ପ୍ରକାଶ କରିଥିଲେ । ଯଦି ତାଙ୍କୁ ଏହି ପଦବୀ ପାଇଁ ମନୋନୀତ କରାଯାଏ, ତେବେ ସେ ଉପର ମହଲରେ ଆବଶ୍ୟକୀୟ ଲବି କରି ଉକ୍ତ ପଦବୀ ହାତେଇପାରିବେ ବୋଲି ଦଳର ସଭାପତିଙ୍କୁ ଶ୍ରୀ ପଣ୍ଡା ଅବଗତ କରିଥିଲେ । । କିନ୍ତୁ ଗୋଟିଏ ପଟେ ରାଜ୍ୟ ଓ ଦେଶର ସ୍ୱାର୍ଥ ଏବଂ ଅନ୍ୟପଟେ ଏକ ଶିଳ୍ପଗୋଷ୍ଠୀ ର ଲବିକୁ ଦୃଷ୍ଟିରେ ରଖି ଦଳର ମାନ୍ୟବର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏଭଳି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ । ଏହାପରେ ୪ବର୍ଷ ଧରି ଶ୍ରୀ ପଣ୍ଡା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଦଳକୁ ଦୁର୍ବଳ କରିବା ଭଳି କାର୍ଯ୍ୟରେ ଲିପ୍ତ ରହିବାରୁ ୨୦୧୮ ଜାନୁଆରୀରେ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି । ତେଣୁ ବିଜେଡି ନିଜର ନିର୍ମଳ ଭାବମୂର୍ତ୍ତିକୁ ବଜାୟ ରଖିବା ପାଇଁ ଶ୍ରୀ ପଣ୍ଡାଙ୍କୁ ଗୃହ ମନ୍ତ୍ରାଳୟର ଷ୍ଟାଣ୍ଡିଂ କମିଟିରୁ ବାଦ୍‍ ଦେବାକୁ ଅନୁରୋଧ କରିଛି ।

0
0
0
s2sdefault