ହେଡଲାଇନସ୍:

ବିଜେପିର ସମାଲୋଚନା କେବଳ ବିଜେପୁର ହତାଶାର ପ୍ରତିଫଳନ : ବିଜୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

05-03-18-bijay.jpg - 35.99 kB

ଭୁବନେଶ୍ୱର,:  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜୟନ୍ତୀ ଅବସରରେ ରାଜ୍ୟବ୍ୟାପୀ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଥିଲା ବେଳେ ଆଉ ଏ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଗାଁ-ଆମ ବିକାଶ’ କାର୍ଯ୍ୟକ୍ରମ ଶୁଭାରମ୍ଭ କରୁଥିବା ବେଳେ  ସେତେବେଳେ ବିଜେପି ଯେପରି ଭାବେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସମାଲୋଚନା କଲା, ସେଥିରୁ ବିଜେପିର ଅସହିଷ୍ଣୁ ମନୋଭାବ ଓ ହତାଶା ବଢ଼ି ଶତ ପ୍ରତିଶତ ହୋଇଥିବା ଜଳ ଜଳ ହୋଇ ଦିଶୁଛି | ବିଜେପିର ଅଭିଯୋଗ ସଂପୂର୍ଣ୍ଣ ଭ୍ରମାତ୍ମକ, ଷଡ଼ଯନ୍ତ୍ରମୂଳକ, ଉଦ୍ଦେଶ୍ୟପ୍ରଣୋଦିତ ବୋଲି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

  ଶ୍ରୀ ନାୟକ କହିଛନ୍ତି, କେବଳ ସମାଲୋଚନା କଲେ ସତ କେବେ ମିଛ ପାଲଟିଯିବ ନାହିଁ କିମ୍ବା ଗରମ ପାଣିରେ ଘର ପୋଡ଼ିଯିବନି । ସଂଘୀୟ ବ୍ୟବସ୍ଥା ମଧ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ନିଜ ନିଜର ଦାୟିତ୍ୱ ଠିକ୍‍ ଭାବେ ତୁଲାଇବା ଉଚିତ୍‍ । ତା’ନକରି ଯଦି କେବଳ ସମାଲୋଚନା ପାଇଁ ରାଜ୍ୟ ସରକାରଙ୍କୁ ବିନା କାରଣରେ ସମାଲୋଚନା କରାଯାଏ, ତେବେ ଏହା ବିଜେପିର ଜାଣିଶୁଣି ନବୀନ ସରକାରଙ୍କୁ ନିନ୍ଦିତ କରିବା ଲାଗି ଏକ ବିଫଳ ଉଦ୍ୟମ ବ୍ୟତୀତ ଆଉ କିଛି ନହୋଇପାରେ । ବିଜେପି କହିଛି, ଯୋଗ୍ୟ ହିତାଧିକାରୀ ଚୟନକୁ ଦଳୀୟ ଆଧାରରେ ସୀମିତ ରଖିବାକୁ ରାଜ୍ୟ ସରକାର ଅପଚେଷ୍ଟା ଚଳାଇଛନ୍ତି । ଏ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା, ଯାହାର ଜ୍ୱଳନ୍ତ ପ୍ରମାଣ ହେଉଛି ସଦ୍ୟ ପ୍ରକାଶ ପାଇଥିବା ବିଜେପୁର ଉପ-ନିର୍ବାଚନ ଫଳାଫଳ । ବିଜେପୁର ଉପ-ନିର୍ବାଚନରେ ବିପୁଳ ଭୋଟ ପାଇ ବିଜେଡି ଜିତିବା ପ୍ରମାଣ କରିଦେଉଛି ଯେ ଗ୍ରାମାଞ୍ଚଳ ପାଇଁ ନବୀନ ସରକାରଙ୍କ ଯୋଜନାଗୁଡିକ ସଦାସର୍ବଦା ଲୋକାଭିମୁଖୀ । ସେହିପରି ପଲ୍ଲୀସଭାଗୁଡିକ କଳି ସଭାରେ ପରିଣତ ହୋଇଛି କହି ବିଜେପି ଭୁଲିଯାଉଛି ଯେ ଗଣତନ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତି ସ୍ୱାଧୀନ ମତ ରଖିବା ତା’ର ସାମ୍ବିଧାନିକ ଅଧିକାର । ଲୋକମାନଙ୍କ ସଭା କୁ ବିଜେପି  କଳି ସଭା ବୋଲି କହି ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକଙ୍କୁ ଅପମାନିତ କରିଛି | 

ଆଉ ମଧ୍ୟ ପକ୍କାଘର, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନେଇ ଯେପରି ସମାଲୋଚନା ବିଜେପି କରିଛି, ତାହା ଯଦୁମଣିଙ୍କ କବିତା ‘ଅନ୍ଧ ଦେଶକୁ ଗଲି ଦର୍ପଣ ବିକି’ ଭଳି ବିଜେପି ଆଖି ଥାଇ ଅନ୍ଧ ହେବା କଥା ମନେ ପକାଇଥାଏ । ବିଜେପି ଜାଣିବା ଉଚିତ୍‍, ୨୦୦୦ ମସିହାରେ ରାଜ୍ୟରେ ମାତ୍ର ୪୫୯ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁଥିଲା ବେଳେ ଏବେ ଏହି ସଂଖ୍ୟା ୧୦ ହଜାରକୁ ଟପିଯାଇଛି ଓ ଆଗକୁ ଆହୁରି ବଢ଼ିବ । ସେହିପରି ଦୁଇବର୍ଷ ପୂର୍ବେ କରାଯାଇଥିବା ଆକଳନରୁ ପ୍ରକାଶ ଯେ ୧୦ଲକ୍ଷ କଚ୍ଚା ଘରକୁ ପକ୍କା ଘର କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ କାର୍ଯ୍ୟକାରୀ କରି ୭୯.୫୯ ଲକ୍ଷ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଗାଇବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ବିଜେପି ଯଦି ଭାବୁଥାଏ, ‘ରାତାରାତି ଲମ୍ବା ଦାଢ଼ି’ ହୋଇ ପାରିବ, ତେବେ ବିଜେଡି ନାଚାର ବୋଲି ଶ୍ରୀ ନାୟକ କହିଛନ୍ତି ।ବିଜେପି ପାଗଳଙ୍କ ଭଳି ପ୍ରଳାପ ନକରି କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ରିପୋର୍ଟ ବା ଅନ୍ୟ ମନ୍ତ୍ରଣାଳୟର ରିପୋର୍ଟ ପଢ଼ାଇଦେଲେ ଜାଣିପାରିବ ଯେ ବିଜେପି ଶାସିତ ରାଜ୍ୟଙ୍କଠୁ ଓଡ଼ିଶାର ନବୀନ ପଟନାୟକଙ୍କ ନେତୃତ୍ୱରେ ଚାଲିଥିବା ସରକାର କେତେ ସଫଳ | ତେଣୁ କିଏ ମିଛ କହୁଛି ବା ପ୍ରଚାର ସର୍ବସ୍ବ ତାହା ଭାରତ ବାସୀ ଓ ଖାସ କରି ଓଡିଶାବାସୀ ଠିକ ପରଖି ସାରିଲେଣି ବୋଲି ଶ୍ରୀ ନାୟକ କହିଛନ୍ତି | 

0
0
0
s2sdefault