ହେଡଲାଇନସ୍:

ଗଣତନ୍ତ୍ରରେ ସେବା ଓ ବିନମ୍ରତାର ବିକଳ୍ପ ନାହିଁ: ମୁଖ୍ୟମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜନ୍ମ ଜୟନ୍ତୀ ପାଳିତ

05-03-18-BJD-KARJYALAYA-RE-BIJU-JAYANTI-PALANA-12.jpg - 658.91 kB

ଭୁବନେଶ୍ୱର: ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜନ୍ମ ଜୟନ୍ତୀ ଆଜି ଭୁବନେଶ୍ୱରସ୍ଥିତ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠିତ  ଜୟନ୍ତୀ ସଭାରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଅବସରରେ ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ବିଜୁବାବୁଙ୍କ ଆଦର୍ଶରେ ଗଠିତ ବିଜୁ ଜନତା ଦଳ ୨୦ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାବାସୀଙ୍କ ସେବା କରିଆସୁଛି । ଓଡ଼ିଶାବାସୀ ଆମ ଦଳକୁ ଯେଭଳି ଭାବରେ ଆଶୀର୍ବାଦ କରିଛନ୍ତି, ଦଳର ନୀତି ଓ ଆଦର୍ଶକୁ ସମର୍ଥନ କରିଛନ୍ତି, ସେଥିପାଇଁ ମୁଁ ଓଡ଼ିଶାବାସୀଙ୍କ ନିକଟରେ ଋଣୀ । ବିଜୁବାବୁ ଥିଲେ ସାହସୀ ଓ ସ୍ୱାଭିମାନୀ । ମହିଳା ସଶକ୍ତିକରଣ ଠାରୁ ଆରମ୍ଭ କରି ପଞ୍ଚାୟତକୁ ଶକ୍ତିଶାଳୀ କରିବା ଓ ପ୍ରଶାସନିକ ସଂସ୍କାର କରି ପ୍ରଶାସନକୁ ଲୋକଙ୍କ ପାଖରେ ପହଞ୍ଚାଇବା ଭଳି ଐତିହାସିକ ପଦକ୍ଷେପ ନେଇ ସେ ଆଜି କିମ୍ବଦନ୍ତୀ ହୋଇଯାଇଛନ୍ତି । ତାଙ୍କର ବ୍ୟକ୍ତିତ୍ୱ ଥିଲା ସାହସ ଓ ଦୟା, ଦୃଢ଼ତା ଏବଂ ସମର୍ପଣ ମନୋଭାବର ଅପୂର୍ବ ସମିଶ୍ରଣ । ବିଜୁବାବୁଙ୍କ ବଡ଼ ଏଜେଣ୍ଡା ଥିଲା ବିକାଶ ଓ ସଶକ୍ତିକରଣ । ତେଣୁ ତାଙ୍କ ସ୍ମୃତିରେ ଆଜି ମଧ୍ୟ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ସଚିବାଳୟକୁ ସିଧାସଳଖ ଗାଁ ସହିତ ଯୋଡ଼ିବା ଏବଂ ଗାଁର ବିକାଶ ସହିତ ଗାଁ ଲୋକଙ୍କ ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ଭଲ କାର୍ଯ୍ୟକ୍ରମ । ନିକଟରେ ଉପ-ନିର୍ବାଚନରେ ବିଜେପୁରବାସୀ ଆମକୁ ବିପୁଳ ଆଶୀର୍ବାଦ ଦେଇଛନ୍ତି । ସେମାନେ ଆମକୁ ଏହି ବାର୍ତ୍ତା ଦେଇଛନ୍ତି ଯେ ‘ଗଣତନ୍ତ୍ରରେ ସେବା ଓ ବିନମ୍ରତାର ବିକଳ୍ପ ନାହିଁ ।’ ତେଣୁ ଆମକୁ ଆମର ସେବା କାର୍ଯ୍ୟକ୍ରମକୁ ନିଷ୍ଠାର ସହ ଜାରି ରଖିବାକୁ ହେବ । ଆମକୁ ପ୍ରତି ଗାଁ, ପ୍ରତି ପରିବାର ସହିତ ଯୋଡ଼ି ହୋଇ ଓଡ଼ିଶାର ବିକାଶ କାମକୁ ଆହୁରି ଆଗକୁ ନେବାକୁ ହେବ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ । ପୂର୍ବରୁ ଦିନ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପାର୍କ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଏହି ଜୟନ୍ତୀ ସମାରୋହରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅଶୋକ ଚନ୍ଦ୍ର ପଣ୍ଡା, ବିଜେଡି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ନରେନ୍ଦ୍ର କୁମାର ସ୍ୱାଇଁ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁଲି ମିଶ୍ର, କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଡେପୁଟି ମେୟର କେ. ଶାନ୍ତି, ମହିଳା ବିଜେଡି ଜିଲ୍ଲା ସଭାନେତ୍ରୀ ଭାରତୀ ସିଂହ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ ।

ବିଜୟ ନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜୁବାବୁ ଏପରି ଜଣେ ନେତା, ଯାହାଙ୍କୁ ଏକାଧାରରେ ସମର୍ଥକ ଓ ବିରୋଧୀ ଖୁବ୍‍ ଭଲ ପାଇଆସୁଥିଲେ । ବିଜୁବାବୁଙ୍କ ପ୍ରତିଷ୍ଠା  ମାଧ୍ୟମରେ ଦେଶବ୍ୟାପୀ ଓଡ଼ିଶା ଓ ଓଡ଼ିଆ ପାଇଛି ନିଜର ସ୍ୱତନ୍ତ୍ର ପରିଚୟ । ବିଜୁବାବୁ ସଂକ୍ଷିପ୍ତରେ ଥିଲେ ଜଣେ ଟଲ୍‍ମ୍ୟାନ୍‍, ଯାହାଙ୍କ ଛାତି ଥିଲା ବିଶ୍ୱପ୍ରସାରୀ । ଓଡ଼ିଆ ଜାତିକୁ ଆଗେଇ ନେବାକୁ ବିଜୁବାବୁ ଯେଉଁ ଅହରହ ପ୍ରୟାସ ଜାରି ରଖିଥିଲେ, ଏବେ ସେହି ପ୍ରୟାସକୁ ଦ୍ୱିଗୁଣିତ କରିଛନ୍ତି, ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକ । ଆଗକୁ ମଧ୍ୟ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁବାବୁଙ୍କ ଆଦର୍ଶରେ ପରିଚାଳିତ ବିଜୁ ଜନତା ଦଳ ପ୍ରବାଦ ପୁରୁଷଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ସମସ୍ତଙ୍କ ସହଯୋଗ ହିଁ ତାଙ୍କ ପ୍ରତି ହେବଶ୍ରେଷ୍ଠ  ଶ୍ରଦ୍ଧାଞ୍ଜଳି । ଏହି ଜୟନ୍ତୀ ସମାରୋହରେ ଦଳୀୟ କାର୍ଯ୍ୟକର୍ତ୍ତା, ଯୁବ-ଛାତ୍ରର କର୍ମୀ, ବହୁ କର୍ପୋରେଟର୍‍ ପ୍ରମୁଖ ଉପସ୍ଥିତ ଥିଲେ ।

05-03-18-BIJU-JAYANTI.jpg - 626.58 kB

0
0
0
s2sdefault