ହେଡଲାଇନସ୍:

କୁନ୍ଦୁଲି ଗଣଦୁଷ୍କର୍ମ ଓ ଅଇଁଠାପାଲି ହାଜତ ମୃତ୍ୟୁ  ପ୍ରସଙ୍ଗକୁ ନେଇ ନୂଆଦିଲ୍ଲୀ ସ୍ଥିତ ପାର୍ଲାମେଣ୍ଟ ଷ୍ଟ୍ରିଟ ଠାରେ  ଆମରଣ ଅନଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର - କୋରାପୁଟ ବିଧାୟକ ତଥା ପ୍ରଦେଶ ଅନୂସୂଚିତ ଜାତି କଂଗ୍ରେସ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଶଗରିଆ ଏବଂ ପୂର୍ବତନ ସାଂସଦ ତଥା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ ଲୋକ କୁନ୍ଦୁଲି ଗଣ ଦୁର୍ଷ୍କମ ଓ ଅଇଁଠାପାଲି ହାଜତ ମୃତ୍ୟୁ ପ୍ରସଙ୍ଗରେ ଆସନ୍ତା ତା ୦୬.୦୩.୨୦୧୮ ରିଖ ଦିନ ନୂଆଦିଲ୍ଳୀ ସ୍ଥିତ ପାର୍ଲାମେଣ୍ଟ ଷ୍ଟ୍ରୀଟ୍ଠାରେ ଆମରଣ ଅନଶନ କରିବା ପାଇଁ ଦିଲ୍ଲୀ ଗ୍ରସ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କୁନ୍ଦୁଲୀ ପୀଡ଼ିତା ସ୍ୱର୍ଗତା ସୁସ୍ମିତା ଛାତିର ପରିବାର ଏବଂ ତାର ଗାଁ ମୂଷାଗୁଡ଼ା ଓ ଅଇଁଠାପାଲି ଥାନାରେ ପୋଲିିସ ହତ୍ୟା କରିଥିବା ଅବିନାଶ ମୁଣ୍ଡାର ପରିବାର ଅଂଶଗ୍ରହଣ କରିବେ । ଏଥିରେ କୁନ୍ଦୁଲି ଓ ଅଇଁଠାପାଲିର କଂଗ୍ରେସ ନେତୃମଣ୍ଡଳୀ ମଧ୍ୟ ଯୋଗଦେବେ ନବମଶ୍ରେଣୀର ଦଳିତ ଛାତ୍ରୀ କୁନ୍ଦୁଲି ପୀଡ଼ିତା ସ୍ୱର୍ଗତା ସସ୍ମିତା ଛାତିର ଦୁଷ୍କର୍ମକାରୀଙ୍କ ଉପରେ ଦଣ୍ଡବିଧାନ ଓ ଘଟଣାକୁ ଚାପିଦେବାକୁ ଷଡଯନ୍ତ୍ର କରୁଥିବାର ରାଜ୍ୟ ସରକାରଙ୍କ ଉପରେ ଦୃଷ୍ଟି ଓ କାର୍ଯ୍ୟାନୁଷ୍ଠାନ  ସହିତ ଅଇଁଠାପାଲି ଥାନା ହାଜତରେ ନିରୀହ ଆଦିବାସୀ ଯୁବକ ଅବିନାଶ ମୁଣ୍ଡାକୁ ହତ୍ୟାକରିଥିବା ପୋଲିସଙ୍କ ଉପରେ କଠୋର ଦଣ୍ଡବିଧାନ ପାଇଁ ଦାବି କରାଯିବା ସହ ଉଭୟ ପରିବାରକୁ ତୁରନ୍ତ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଏହି ଅନଶନରେ ଦାବି କରାଯିବ । 

 

0
0
0
s2sdefault