ହେଡଲାଇନସ୍:

ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦେଶରେ ଗ୍ୟାସ ଭିତିଭୂମିକୁ ବିକଶିତ କରିବା ପାଇଁ ଆମେରିକୀୟ କମ୍ପାନୀଙ୍କୁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର ପ୍ରଧାନ

• ଦ୍ୱିପାକ୍ଷିକ ସାମରିକ ଉର୍ଜା ଉପରେ ଗୁରୁତ୍ୱାରୋପ

• ଚଳିତବର୍ଷ ଆରମ୍ଭ ହୋଇଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାର କର୍ପୋରେସନର ସମୀକ୍ଷା 

ନୂଆଦିଲ୍ଲୀ/ଭୁବନେଶ୍ୱର : ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନିଥ୍ ଜଷ୍ଟରଙ୍କ ସହ ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶରେ ଗ୍ୟାସ ଭିତିଭୂମିକୁ ବିକଶିତ କରିବା ପାଇଁ ଆମେରିକୀୟ କମ୍ପାନୀ ମାନଙ୍କୁ ଆଗେଇ ଆସିବାକୁ ନିମନ୍ତ୍ରଣ କରିଛନ୍ତି ।

ଆଲୋଚନା କାଳରେ ଭାରତ ଓ ଆମେରିକା ଦ୍ୱିପାକ୍ଷିକ ସାମରିକ ଉର୍ଜା ଉପରେ ଉଭୟ ଆଲୋଚନା କରିଛନ୍ତି । ଦ୍ୱିପାକ୍ଷିକ ସାମରିକ ଭାଗିଦାରୀରେ ଉର୍ଜା ଏକ ମହତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛି ବୋଲି ଆମେରିକାର ରାଷ୍ଟ୍ରଦୂତ ମତପ୍ରକାଶ କରିଥିଲେ ।

ଏହାସହ ପ୍ରାକୃତିକ ଗ୍ୟାସ କ୍ଷେତ୍ରକୁ କିପରି ଅଧିକ ମଜବୁତ୍ କରାଯିବ ସେ ଦିଗରେ ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା । ଏହାବ୍ୟତିତ ଚଳିତବର୍ଷ ଜୁନରେ ଆରମ୍ଭ ହୋଇଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାର କର୍ପୋରେସନ ଉପରେ ଉଭୟ ସମୀକ୍ଷା କରିଥିଲେ । 

 

0
0
0
s2sdefault