ହେଡଲାଇନସ୍:

ଚାଷୀଙ୍କ ଅପେକ୍ଷା ନିଜ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବିରୋଧୀ ଦଳ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୃଷି ବିଲକୁ ସଂସଦରେ ବିରୋଧୀଙ୍କ ବିରୋଧ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍

• କଂଗ୍ରେସ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ସବୁ ସଂସ୍କାରକୁ ବିରୋଧ କରିଆସୁଛି

• ସଂସଦରେ କୃଷି ବିଲ ପାରିତ ଦ୍ୱାରା ବିରୋଧୀଙ୍କ ଚାଷୀ ବିରୋଧୀ ଅସଲ ମୁଖା ପଦାରେ ପଡ଼ିଛି

ନୂଆଦିଲ୍ଲୀ/ଭୁବନେଶ୍ୱର, (ଶାସକ ପ୍ରଶାସକ) – ରାଜନୈତିକ ଦଳର ନେତାମାନେ ବିଶେଷ ଭାବରେ ଯେଉଁମାନେ ଚାଷୀ ମାନଙ୍କ ସମସ୍ୟା କଥା ଉଠାଇଥିଲେ ସେମାନେ ଆବଶ୍ୟକ ସମୟରେ ଏହାକୁ ଅନ୍ୟ ଦିଗରେ ଭାବୁଛନ୍ତି  । ବିରୋଧୀ ଦଳମାନେ କୃଷକଙ୍କ ଅପେକ୍ଷା ନିଜ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି  । ଯାହା ଦୁଃଖର ବିଷୟ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦେଶରେ ବ୍ରିଟିଶ ଯୁଗର ଆଇନକୁ ହଟାଇବା ଏବଂ ଲାଇସେନ୍ସ ରାଜ୍ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ଇଚ୍ଛା ସହ କାର୍ଯ୍ୟ କରୁଛନ୍ତି  । ବିଭିନ୍ନ ସଂସ୍କାରମୂଳକ ପରିବର୍ତ୍ତନ କରି ଦେଶବାସୀଙ୍କ ଦୀର୍ଘଦିନର ଦାବୀକୁ ପୂରଣ କରି ସେମାନଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରୁଛନ୍ତି । ଭାରତୀୟ କଂଗ୍ରେସ ୨୦୧୪ ପର ଠାରୁ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ସବୁ ଭଲ ପଦକ୍ଷେପ ଗୁଡିକୁ ବିରୋଧ କରିଆସୁଛି ଏବଂ ବିରୋଧ କରିବାର ଆଗରେ ରହିଛି କଂଗ୍ରେସ  । ନିଜ ପ୍ରତିଶ୍ରୁତିକୁ କଂଗ୍ରେସ ପୂରଣ ନକରି ନିଜ ଦାୟିତ୍ୱରୁ ମଧ୍ୟ ଓହରୁଛି  । ସଂସଦରେ କୃଷି ବିଲ୍ ପାରିତ ହେବା ଦ୍ୱାରା ବିରୋଧୀଙ୍କ ଚାଷୀମାନଙ୍କ ବିରୋଧୀ ଥିବା ଅସଲ ମୁଖା ପଦାରେ ପଡ଼ିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି  ।

କୃଷି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆମ କୃଷକମାନଙ୍କୁ ସ୍ୱାଧୀନତା ପ୍ରଦାନ କରିବା ସହ ସଶକ୍ତ କରିବ  । ବିରୋଧୀ ଦଳର ଅନେକ ଚାଷୀ ମାନଙ୍କ ନେତୃତ୍ୱ ନେଉଥିବା ନେତାଙ୍କ ଦ୍ୱାରା କୃଷି ବିଲ୍ ଉପରେ ଅପପ୍ରଚାର ସତ୍ତ୍ୱେ ୧୩୦ କୋଟି ଜନତା ପୁଣି ଥରେ ମିଥ୍ୟାପ୍ରଚାରକାରୀଙ୍କ ମୁଖା ଖୋଲିବେ ବୋଲି ସେ କହିଛନ୍ତି । 

cartoon issued by BJP

 

0
0
0
s2sdefault