ହେଡଲାଇନସ୍:

ମୋଦି ସରକାରଙ୍କ ଫାର୍ମ (ଚାଷ) ବିଲକୁ ଦୃଢ ବିରୋଧ କରି ସରକାର ଛାଡିଲା ଶିରୋମଣି  ଅକାଳୀ ଦଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୋଦୀ କ୍ୟାବିନେଟକୁ ହରସିମ୍ରତ କୌର ବାଦଲଙ୍କ ବାଏ ବାଏ 

ନୂଆଦିଲ୍ଲୀ : ମୋଦୀ କ୍ୟାବିନେଟରୁ ହରସିମ୍ରତ କୌର ବାଦଲ ଇସ୍ତଫା ଦେବେ ବୋଲି ଶିରୋମଣି ଅକାଳୀଦଳ  ମୁଖ୍ୟ ଲୋକସଭାରେ ଘୋଷଣା କରିଛନ୍ତି। ଚାଲିଥିବା ଅଧିବେଶନରେ ସଂସଦରେ ଉପସ୍ଥାପିତ  ହୋଇଥିବା ତିନିଟି ଫାର୍ମ ବିଲକୁ  ବିରୋଧ କରି କେନ୍ଦ୍ର ମନ୍ତ୍ରୀ ହରସିମ୍ରତ କୌର ବାଦଲ ମୋଦୀ ସରକାର ଛାଡିଛନ୍ତି। ଶିରୋମଣି  ଅକାଳୀ ଦଳର ସଭାପତି ସୁଖବୀର ସିଂ ବାଦଲ ଗୁରୁବାର ଲୋକସଭାରେ ଘୋଷଣା ପରେ ହରସିମ୍ରତ କୌର ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ମୋଦୀ ସରକାରର ଏକମାତ୍ର ଶିରୋମଣି  ଅକାଳୀ ଦଳ ପ୍ରତିନିଧୀ ହେଉଛନ୍ତି ହରସିମ୍ରତ |

ଦୁଇଟି ଫାର୍ମ ବିଲ୍  Farmers Produce Trade and Commerce (Promotion and Facilitation) Bill and the Farmers (Empowerment and Protection) Agreement on Price Assurance and Farm Services Bill ଉପରେ ଆଲୋଚନା ସମୟରେ ତାଙ୍କ ଅଭିଭାଷଣରେ ସୁଖବୀର ସିଂ ବାଦଲ କହିଥିଲେ  ଯେ ପ୍ରସ୍ତାବିତ ଆଇନଗୁଡ଼ିକ ଚାଷ କ୍ଷେତ୍ର ନିର୍ମାଣ ପାଇଁ କ୍ରମାଗତ ପଞ୍ଜାବ ସରକାରଙ୍କ ଦ୍ୱାରା କରାଯାଇଥିବା 50 ବର୍ଷର କଠିନ ପରିଶ୍ରମକୁ “ନଷ୍ଟ” କରିବ | ସେ ଖାଦ୍ୟ ଶସ୍ୟ ଉତ୍ପାଦନରେ ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ପଞ୍ଜାବର ବିପୁଳ ଅବଦାନକୁ ମନେ  ପକାଇବା ସହ କେନ୍ଦ୍ର ସରକାରଙ୍କ ଏହି ଦୁଇଟି ବିଲକୁ  ତୀବ୍ର ବିରୋଧ କରିଥିଲେ। ଆଉ ଏହାର ପ୍ରତିବାଦରେ କେନ୍ଦ୍ର ସରକାରରୁ ଶିରୋମଣି  ଅକାଳୀ ଦଳ ପ୍ରତିନିଧୀ ହେଉଛନ୍ତି ହରସିମ୍ରତ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ |

0
0
0
s2sdefault