ପାକ ଚଂଚକତା : ପ୍ରତିବାଦରେ ବୈଠକ ବହିଷ୍କାର କଲା ଭାରତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ସ୍ୱତନ୍ତ୍ର ପ୍ରତିନିଧି) :  ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସଦସ୍ୟ ଭୁକ୍ତ ରାଷ୍ଟ୍ରଗୁଡିକର ସଦସ୍ୟ ରାଷ୍ଟ୍ରର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଏକ ସୁରକ୍ଷା ସମ୍ପର୍କିତ ଭାର୍ଚ୍ୟୁଏଲ ବୈଠକ ଚାଲିଥିବା ଅବସରରେ ଭାରତ ଓ ପାକିସ୍ଥାନ ଦୁଇ ଦେଶର ସୀମାକୁ ଭୁଲ ଭାବରେ ଚିତ୍ରଣ କରାଯାଇଥିବା ଏକ ମାନଚିତ୍ର ପାକିସ୍ଥାନୀ ପ୍ରତିନିଧିଙ୍କ ଦ୍ୱାରା ଉପସ୍ଥାପିତ ହେବା ପରେ ଏହାର ଦୃଢ ପ୍ରତିବାଦ କରି  ମଙ୍ଗଳବାର ଦିନ ଭାରତ ବୈଠକରୁ ୱାକ ଆଉଟ କରିଛି | 

 ରୁଷିଆ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏସସିଓ ସଦସ୍ୟ ରାଷ୍ଟ୍ରର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଙ୍କ ବୈଠକରେ  ପାକିସ୍ତାନୀ ସୁରକ୍ଷା ପରାମର୍ଶ ଡାଟା  ଜାଣିଶୁଣି  ଏକ କାଳ୍ପନିକ ମାନଚିତ୍ର ପ୍ରସ୍ତୁତକରି ମିଥ୍ୟା ପ୍ରଚାର ଚାଳାଇଛନ୍ତି ବୋଲି କହିଛନ୍ତି , ”କହିଛନ୍ତି ଵୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ।

 ଏହା ଆୟୋଜକଙ୍କ ପକ୍ଷରୁ ନିର୍ଦ୍ଧାରିତ ଗାଇଡଲାଇନ ସର୍ବୋପରି ବୈଠକର ଭାବଧାରାର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରୁଛି | ତେଣୁ ଆୟୋଜକଙ୍କ ସହ ଆଲୋଚନା କରି ପାକିସ୍ଥାନୀ ପ୍ରତିପକ୍ଷଙ୍କୁ ଏତାଦୃଶ ଆଚରଣ ପ୍ରତିବାଦରେ ଭାରତ ବୈଠକରୁ ଓହରି ଆସିଥିଲା ବୋଲି ଶ୍ରୀ ଶ୍ରୀବାସ୍ତବ କହିଛନ୍ତି | 

ଶ୍ରୀବାସ୍ତବ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଆଗରୁ ଯାହା ଆଶଙ୍କା କରିଥିଲୁ  ସେଭଳି ଏକ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରିବାକୁ ପାକିସ୍ଥାନ ଅପଚେଷ୍ଟା କରୋଥିଲା |  ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଭର୍ଚ୍ୟୁଏଲ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକ ଅବସରରେ ପାକିସ୍ଥାନ ସୁରକ୍ଷା ପରାମର୍ଶଦାତାଙ୍କ ପଛପଟେ ଭାରତ ପାକିସ୍ଥାନର ତ୍ରୁଟିପୂର୍ଣ୍ଣ ମ୍ୟାପକୁ ବ୍ୟାକଡ୍ରପ ଭାବେ ବ୍ୟବହାର କରାଯାଇଥିଲା | ସେଥିରେ ଭାରତର ଏକ ଅଞ୍ଚଳକୁ ପାକିସ୍ତାନର ଏକ ଅଂଶ ଭାବରେ ଚିତ୍ରଣ କରାଯାଇଥିଲା |ଯାହାକୁ ଭାରତ ତୁରନ୍ତ ଆପତ୍ତି ଜାହିର କରିଥିଲା | ଅଧ୍ୟକ୍ଷତା କରୁଥିବା ରୁଷିଆ ପାକିସ୍ଥାନକୁ ଯେତେ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ | 

 ଏହା  ସହିତ ରୁଷୀୟ ପ୍ରତିନିଧି ଏସସିଓ ସମ୍ମିଳନୀରେ ଯୋଗ ଦେଇଥିବାରୁ ସେ ତାଙ୍କ ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲଙ୍କୁ ବ୍ୟକ୍ତିଗତ ଭାବେ କୃତଜ୍ଞତା ଜଣାଇଛନ୍ତି | ଭାରତକୁ ଆଶ୍ୱସ୍ତ କରିଛନ୍ତି ଯେ ପାକିସ୍ତାନ ଯାହା କରିଛି ତାହାକୁ  ରୁଷିଆ ସମର୍ଥନ କରେ ନାହିଁ |

0
0
0
s2sdefault