ହେଡଲାଇନସ୍:

ପିଆଜ ଯିବନି ବାହାରକୁ : ରପ୍ତାନି ତୁରନ୍ତ ପ୍ରଭାବ ସହିତ ନିଷିଦ୍ଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ(ସ୍ୱତନ୍ତ୍ର ପ୍ରତିନିଧି ) : ଦେଶରୁ ବାହାରକୁ ପିଆଜ ରପ୍ତାନି ଉପରେ ଲାଗିଲା ରୋକ | ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି)  ଏ ସମ୍ପର୍କିତ ଏକ ବିଜ୍ଞପ୍ତି ପ୍ରକାଶ କରିଥିବା ଜଣାପଡିଛି| ସମସ୍ତ ପ୍ରକାରର ପିଆଜ ରପ୍ତାନି  ତୁରନ୍ତ ପ୍ରଭାବ ସହିତ ନିଷିଦ୍ଧ କରାଗଲା ବିଜ୍ଞପ୍ତିରେ ଉଲ୍ଲେଖ ଥିବା ଜଣାପଡିଛି | ସୋମବାର ଦିନ ସରକାର ସମସ୍ତ ପ୍ରକାରର ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପଛରେ ମୁଖ୍ୟ କାରଣ ହେଉଛି ଘରୋଇ ବଜାରରେ ପିଆଜର ଉପଲବ୍ଧତା ନିଶ୍ଚିତ କରିବା ଓ  ମୂଲ୍ୟ ସ୍ଥିର ରଖିବା । ସୂଚନାଯୋଗ୍ୟ ଯେ ବାଣିଜ୍ୟ ମନ୍ତ୍ରଣାଳୟର ଏକ ଶାଖା ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି) ରପ୍ତାନି ଏବଂ ଆମଦାନୀ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ସହିତ ଉପରେ ନିଷ୍ପତ୍ତି ନେଇଥାଏ | 

ସୂଚନାଯୋଗ୍ୟ ଯେ ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ  କେତେକ ସ୍ଥାନରେ 40 ଟଙ୍କା ପର୍ଯ୍ୟନ୍ତ ଚାଲିଯାଇଥିଲା | 

0
0
0
s2sdefault