ହେଡଲାଇନସ୍:

“ସମାଜରେ ସୌହାର୍ଦ୍ୟ ବଜାୟ  ରଖିଛି ନୁଆଁଖାଇ ଭେଟଘାଟ”

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ/ ଗାଇସିଲେଟ  :  ପଲ୍ଲିଶ୍ରୀ ଯୁବକ ସଂଘ ବୁରୋମୁଣ୍ଡା ଦ୍ୱାରା ନୁଆଖାଇ ଭେଟଘାଟ ଆୟୋଜିତ ହୋଇଯାଇଛି । ପ୍ରଥମେ କ୍ଲବର ସଦସ୍ୟ ତଥା ଅତିଥିମାନେ ମାଁ ସମଲେଇ ଠାରେ ଦୀପ ପ୍ରଜ୍ଜଳନ କରି ପୂଜା କରିଥିଲେ । ଉତ୍ସବରେ ହାସ୍ୟକବି ସଚିଦାନନ୍ଦ ପଣ୍ଡା, ଦେବେନ୍ଦ୍ର ସାହୁ, ନିତୀଶ ଆଚାର୍ଯ୍ୟ, ରଂଜିତ ପ୍ରଧାନ, ଭରତ ନାଏକ, ଭାଗବତ ସାହୁ ପ୍ରମୁଖ ହାସ୍ୟ କବିତା ପରିବେଷଣ କରିଥିଲେ । ସଭାରେ ଅନ୍ୟାନ୍ୟ ଅତିଥି ମାନଂକ ମଧ୍ୟରେ ଗାଇସିଲାଟ ବ୍ଲକ ଉପାଧ୍ୟକ ପ୍ରଣୟ କୁମାର ସାହୁ, ଭୁବନେନ୍ଦ୍ର କୁମାର ସାହୁ, ସରୋଜ ଶ୍ରୀଭୂଷଣ ସାହୁ, ସଂଜୀବ ପଣ୍ଡା ପ୍ରମୁଖ ନିଜ ବକ୍ତବ୍ୟରେ ନୁଆଖାଇର ବିଶେଷତ୍ୱ ତଥା ଏହା ସମାଜରେ ଭାଇଚାରା ଓ ସୌହାର୍ଦ୍ୟ ବଜାଇ ରଖିବାର ମହାନ ପରଂପରା ବୋଲି ମତ ରଖିଥିଲେ । ଉତ୍ସବରେ ବର୍ଷାରାଣୀ ସାହୁ, ରିମା ସାହୁ, ରିତୁ ପାଣ୍ଡେ, ଅନୁପମା, ବିନୋଦିନି, ଶ୍ରୀତମ ବେହେରା, ଶୁଭେନ୍ଦୁ ସା, ଅଏଁଲାଭଟାର ସୁବାସ ସାହୁ ଘୁଡକା ନୃତ୍ୟ ପରିବେଷଣ କରିଥିଲେ । ଚନ୍ଦନ ପଧାନ ତାଂକର ମିମିକ୍ରିରେ ଦଶକଂକୁ ବାନ୍ଧି ରଖିଥିଲେ । ସାକେତ ଶ୍ରୀଭୁଷଣ ସାହୁ ମଂଚ ପରିଚାଳନା କରିଥିଲେ । ଦୀନମଣି ଦାଶ, ସିଦେ୍ଧଶ୍ୱର ଛତର, ଅଶି୍ୱନୀ ପାଣ୍ଡେ ପ୍ରମୁଖ ସହଜୋଗ କରିଥିଲେ । 

 

 

0
0
0
s2sdefault