ହେଡଲାଇନସ୍:

ପାର୍ଥସାରଥିଙ୍କ ମନଛୁଆଁ  ଗୀତଗୋବିନ୍ଦର ଭାବ ଆଉ  କୁଚିପୁଡ଼ି ନୃତ୍ୟରେ ବାତ୍ସଲ୍ୟ ରସରେ ଭିଜିଲା ପ୍ରେକ୍ଷାଳୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଦ୍ୱିତୀୟ ସଂଧ୍ୟା 

ଭୁବନେଶ୍ୱର(କୁମାର ଅଭିଶେଖ)  : ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସଂଧ୍ୟା ଥିଲା ପ୍ରସିଦ୍ଧ କଣ୍ଠଶିଳ୍ପୀ ପାର୍ଥସାରଥୀ ପାଣିଗ୍ରାହୀଙ୍କ ଦ୍ୱାରା ଗୀତଗୋବିନ୍ଦ ଏବଂ ବୈଜୟନ୍ତୀ କାସୀ ଓ ପ୍ରତିକ୍ଷା କାସୀଙ୍କ ଦ୍ୱାରା କୁଚିପୁଡ଼ି ନୃତ୍ୟ ପରିବେଷଣ  ।

ସଂଧ୍ୟର ପ୍ରଥମ ପ୍ରସ୍ତୁତି ଥିଲା ଗୀତଗୋବିନ୍ଦ ଉପରେ ଆଧାରିତ କଣ୍ଠ ସଙ୍ଗୀତ କାର୍ଯ୍ୟକ୍ତ୍ରମ । ଯାହାକୁ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ ବିଶାରଦା ସଂଯୁକ୍ତା ପାଣିଗ୍ରାହୀ ଓ ସୁରମଣୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସୁପୁତ୍ର ତଥା ସୁମଧୁର କଣ୍ଠଶିଳ୍ପୀ ପାର୍ଥସାରଥୀ ପାଣିଗ୍ରାହୀ  । ତାଙ୍କର ପ୍ରଥମ ସଙ୍ଗୀତ ପରିବେଷଣ ଥିଲା ଜୟ ଜୟଦେବ ହରେ ପରେ ପରେ ଶ୍ରୀତ କୋମଳ, ମମିୟମ ଚଲିତ ବିଲୋକ୍ୟ, ଧୀର ସମିରେ ଇତ୍ୟାଦି ଯାହା ଅତ୍ୟନ୍ତ ଚିତାକର୍ଷକ ଓ ହୃଦୟସ୍ପର୍ଶି ଥିଲା  ।

ସଂଧ୍ୟର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ବୈଜୟନ୍ତୀ କାସୀ ଓ ପ୍ରତିକ୍ଷା କାସୀଙ୍କ ଦ୍ୱାରା କୁଚିପୁଡ଼ି ଯୁଗ୍ମ ନୃତ୍ୟ ପରିବେଷଣ  । ସେମାନଙ୍କର ପ୍ରଥମ ପ୍ରସ୍ତୁତିରେ ଦେଖିବାକୁ ମିଳିଥିଲା ନୃସିଂହ ଓ ପ୍ରହଲ୍ଲାଦଙ୍କ ଉପରେ ଆଧାରିତ ଭକ୍ତ ଓ ଭଗବାନଙ୍କର ବାତ୍ସଲ୍ୟ ରସ ପରେ ପରେ ଶ୍ରୀକୃଷ୍ଣ ଓ ଯୋଶଦା, ମା ଓ ପୁତ୍ରର ବାତ୍ସଲ୍ୟ ରସ ଏବଂ ଶେଷରେ ଭୁମି ସୀତା, ମା ଓ ଝିଅର ବାତ୍ସଲ୍ୟ ରସକୁ କୁଚିପୁଡ଼ି ନୃତ୍ୟ ମାଧ୍ୟମରେ ମା ଓ ପୁତ୍ରୀ ବୈଜୟନ୍ତୀ କାସୀ ଓ ପ୍ରତିକ୍ଷା କାସୀଙ୍କ ପରିବେଷଣ ଅତ୍ୟନ୍ତ ଭାବୋବିହ୍ୱଳ ଥିଲା  । 

ଉତ୍ସବର ଅତିଥିମାନେ ଥିଲେ ଭାରତୀୟ ବିଦ୍ୟାଭବନର ଉପାଧ୍ୟକ୍ଷ ଡ଼. ଏସ.କେ. ତାମୋଟିଆ; କ୍ରାଉନ ହୋଟେଲର ଉପାଧ୍ୟକ୍ଷ ଶ୍ରୀ ଏ. କେ. ତାଲୁକଦାର; ପ୍ରୀୟଦର୍ଶିନୀ ହସ୍ତତନ୍ତର  ଲଲାଟେନ୍ଦୁ ମହାନ୍ତି ଏବଂ ସୃଜନର ନିର୍ଦ୍ଦେଶକ  ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର  । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ  ରଥ  ।

 

0
0
0
s2sdefault