" ବ୍ୟସ୍ତ ବହୁଳ ତାହା ଭୋଗବାଦୀ ମାନସିକତା ଭିତରେ ବାପାମା ମାନେ ଅନେକ କ୍ଷେତ୍ରରେ ପିଲା ମାନଙ୍କ ଉପରେ ଧ୍ୟାନ ଦେଇ ପାରନ୍ତି ନାହିଁ ଆଉ ତା ମନର ଚାପ ଲାଘବ କରିବା ପାଇଁ ପିଠି ଥାପୁଡ଼ାଇ ପାରନ୍ତି ନାହିଁ ଆଉ ଛାତିରେ ଆଉଜାଇ ପାରନ୍ତି ନାହିଁ | ତେଣୁ ଯେ କୌଣସି ବୟସର ଲୋକଙ୍କ ଭିତରେ ସୃଷ୍ଟି ହେଉଥିବା ଅନ୍ୟମନସ୍କତା ଓ ଅସ୍ୱାଭାବିକତାକୁ ଠିକଣା ସମୟରେ ଚିହ୍ନଟ କରି ସେମାନଙ୍କ ପ୍ରତି ସହୃଦୟ ପୁର୍ଣ ଆଚରଣ ପ୍ରଦର୍ଶନ କଲେ ଅନେକାଂଶରେ ଆତ୍ମହତ୍ୟା ପ୍ରବଣତାକୁ ହ୍ରାସ କରାଯାଇପାରିବ |"
ନୂଆଦିଲ୍ଲୀ : ଦେଶରେ ଏବେ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଛି ଆତ୍ମହତ୍ୟା । ଖାସ କରି ଯୁବକ ଓ ମଧ୍ୟ ବୟସ୍କଙ୍କ ଭିତରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଥିବା ଜଣାପଡିଛି ଏକ ରିପୋର୍ଟରୁ । ୨୦୦୦ରୁ ୨୦୧୫ ମଧ୍ୟରେ ଆତ୍ମହତ୍ୟା ୨୩ ପ୍ରତିଶତ ବୃଦ୍ଧି ପାଇଛି ଓ ଆତ୍ମହତ୍ୟା କରୁଥିବା ଲୋକଙ୍କ ଭିତରେ ଏକ ତୃତୀୟାଂଶ ହେଉଛନ୍ତି ଯୁବକ ବୋଲି ନ୍ୟାସନାଲ ହେଲଥ ପ୍ରୋଫାଇଲ ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି । ଆତ୍ମହତ୍ୟା କରିଥିବା ଲୋକଙ୍କ ଭିତରେ ଅଧିକ ହେଉଛନ୍ତି ୩୦-୪୫ ବର୍ଷ ମଧ୍ୟରେ । ସେମାନଙ୍କ ପଛକୁ ଅଛନ୍ତି ୧୮ରୁ ୩୦ବର୍ଷ ମଧ୍ୟର ଯୁବକ ଯୁବତୀ ।
୨୦୧୫ ମସିହାରେ ସାରା ଦେଶରେ ୧, ୩୩, ୬୨୩ ଜଣ ଆତ୍ମହତ୍ୟା କରିଛନ୍ତି । ୨୦୦୦ ମସିହାରେ ଏହି ସଂଖ୍ୟା ୧, ୦୮, ୫୯୩ଜଣ ଆତ୍ମହତ୍ୟା କରିଥିଲେ । ଏଥିମଧ୍ୟରେ ୩୦-୪୫ବର୍ଷ ବୟସ୍କଙ୍କ ସଂଖ୍ୟା ୩୩ ପ୍ରତିଶତ ହୋଇଥିବା ବେଳେ ୧୮ରୁ ୩୦ବର୍ଷ ମଧ୍ୟରେ ଯୁବକ ଯୁବତୀ ହେଉଛନ୍ତି ୩୨.୮୧% । ଅର୍ଥାତ ଏହି ଦୁଇବର୍ଗଙ୍କୁ ମିଶାଇ ଦେଲେ ମୋଟମୋଟି ୧୮ରୁ ୪୫ ବର୍ଷ ମଧ୍ୟରେ ଯୁବକଯୁବତୀ ଆତ୍ମହତ୍ୟା ମୋଟ ଆତ୍ମହତ୍ୟାର ପ୍ରାୟ ୬୬ ପ୍ରତିଶତ । ଆତ୍ମହତ୍ୟା କରିଥିବା ଲୋକଙ୍କ ଭିତରେ ୧୪ ବର୍ଷରୁ କମ୍ ବୟସ୍କଙ୍କ ଭାଗ ୧% ଥିବା ବେଳେ ୧୪ରୁ ୧୮ବର୍ଷଙ୍କ ପରିମାଣ ୬% । ଆତ୍ମହତ୍ୟା କରିଥିବା ଲୋକଙ୍କ ଭିତରେ ୪୫ରୁ ୬୦ ବର୍ଷ ମଧ୍ୟରେ ଲୋକଙ୍କ ସଂଖ୍ୟା ୧୯ ପ୍ରତିଶତ ଥିବା ବେଳେ ୬୦ ବର୍ଷରୁ ଉ୍ର୍ମ ଲୋକଙ୍କ ଅଂଶ ହେଉଛି ୭.୭୭ ପ୍ରତିଶତ ।
୨୦୦୫ ମସିହାରେ ସାରା ଦେଶରେ ଆତ୍ମହତ୍ୟା ସଂଖ୍ୟା ୧, ୧୩, ୯୧୪ ଥିବା ବେଳେ ୨୦୧୦ରେ ତାହା ୧,୩୪,୫୯୯ ଥିଲା । ଭାରତରେ ହାରାହାରି ଜୀବନ ୬୮.୩୫ ରହିଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସାମାଜିକ ସାଂସ୍କୃତିକ କାରଣ, ବାଛବି·ର ଓ ଉଚ୍ଚଦରମାରେ ·କିରି ପାଇଁ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଯୁବକଙ୍କ ଭିତରେ ଆତ୍ମହତ୍ୟାର ପ୍ରମୁଖ କାରଣ । ଶିଶୁ, ବା କିଶୋରଙ୍କ ଭିତରେ ସୃଷ୍ଟ ଅସ୍ୱାଭାବିକ ଅନ୍ୟମନସ୍କତା ଆଉ ବିଷାଦଗ୍ରସ୍ଥତା, ଚାପ କୁ ଅଭିଭାବକମାନେ ନିହାତି ଭାବେ ଲଖ୍ୟ କରିବା ଦରକାର ଆଉ ତାକୁ କାଉନ୍ସେଲିଂ ଦ୍ୱାରା ତା ମନର ଭାବନାରେ ପରିବର୍ତନ ଆଣିବା ଦରକାର | ବ୍ୟସ୍ତ ବହୁଳ ତାହା ଭୋଗବାଦୀ ମାନସିକତା ଭିତରେ ବାପାମା ମାନେ ଅନେକ କ୍ଷେତ୍ରରେ ପିଲା ମାନଙ୍କ ଉପରେ ଧ୍ୟାନ ଦେଇ ପାରନ୍ତି ନାହିଁ ଆଉ ତା ମନର ଚାପ ଲାଘବ କରିବା ପାଇଁ ପିଠି ଥାପୁଡ଼ାଇ ପାରନ୍ତି ନାହିଁ ଆଉ ଛାତିରେ ଆଉଜାଇ ପାରନ୍ତି ନାହିଁ | ତେଣୁ ଯେ କୌଣସି ବୟସର ଲୋକଙ୍କ ଭିତରେ ସୃଷ୍ଟି ହେଉଥିବା ଅନ୍ୟମନସ୍କତା ଓ ଅସ୍ୱାଭାବିକତାକୁ ଠିକଣା ସମୟରେ ଚିହ୍ନଟ କରି ସେମାନଙ୍କ ପ୍ରତି ସହୃଦୟ ପୁର୍ଣ ଆଚରଣ ପ୍ରଦର୍ଶନ କଲେ ଅନେକାଂଶରେ ଆତ୍ମହତ୍ୟା ପ୍ରବଣତାକୁ ହ୍ରାସ କରାଯାଇପାରିବ | ଆତ୍ମହତ୍ୟା ପ୍ରବଣତା ହ୍ରାସ କରାଇବାରେ ପରିବାରର ଗୁରୁ ଦାଇତ୍ୱ ରହିଛି ବୋଲି ବିଶେଷଜ୍ଞ ମାନେ କହିଛନ୍ତି |
ଆମ ସମାଜରେ ମାନସିକ ରୋଗକୁ ବା ଅସନ୍ତୁଳନତାକୁ ସେମିତି ଗୁରୁତ୍ୱର ସହ ନିଆଯାଏ ନାହିଁ । ହେଲେ ନିକଟରେ ମାନସିକ ବିଷାଦଗ୍ରସ୍ତତା ଜନିତ ଭୟାବହ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଭାରତ ସରକାର ମାନସିକ ସ୍ୱାସ୍ଥ୍ୟନୀତି ପ୍ରସ୍ତୁତ କରିଛନ୍ତି । ସମଗ୍ର ବିଶ୍ୱରେ ହାରାହାରି ୮ଲକ୍ଷ ଲୋକ ଆତ୍ମହତ୍ୟା କରୁଥିବା କାରଣରୁ ୨୦୧୭ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ ସତ୍ତେ୍ୱ ବହୁତ କମ୍ ଦେଶ ଆତ୍ମହତ୍ୟା ପ୍ରବଣତା ହ୍ରାସ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ମାନସିକ ବିଷାଦଗ୍ରସ୍ତତାକୁ ଚିକିତ୍ସା କରିବା ବା ପ୍ରଶମିତ କରିବା ପାଇଁ ସମଗ୍ର ବିଶ୍ୱରେ ତାଲିମପ୍ରାପ୍ତ ବିଶେଷଜ୍ଞଙ୍କ ଅଭାବ ରହିଛି ଓ ଏ ସମସ୍ୟା ଗୋଷ୍ଠୀ ସ୍ତରରେ ମୁକାବିଲା କରିବା ପାଇଁ ଆବଶ୍ୟକ ଅର୍ଥ ବରାଦ ମଧ୍ୟ ସରକାରଙ୍କ ପକ୍ଷରୁ କରାଯାଉନାହିଁ । ମାନସିକ ବିଷାଦଗ୍ରସ୍ତତା କେବଳ ଆତ୍ମହତ୍ୟାର କାରଣ ନୁହେଁ, ଏହା ଏହା ଅନେକ ଲୋକଙ୍କୁ ମାନସିକ ସ୍ତରରେ ଅକ୍ଷମ କରିଦିଏ ବୋଲି ସେଣ୍ଟ୍ରାଲ ବ୍ୟୁରୋ ଅଫ ହେଲଥ ଇଣ୍ଟେଲିଜେନ୍ସ ପକ୍ଷରୁ କୁହାଯାଇଛି ।