"କେନ୍‌ଟା ନୁଆଁଖାଇ "

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଆଧୁନିକତାର୍‌ ଚାକଚକ୍ୟ ଭିତ୍‌ରେ ହଜି ଗଲାନ ଆଝିର୍‌ ଆମର୍‌ ରୀତି ନୀତି, ସଂସ୍କୃତି ଆର୍‌ ପରମ୍ପରା l ହଜି ଗଲନ ନୁଆଁଖାଇ l ପିଢ଼ି ପରେ ପିଢ଼ି ଜେନ୍‌ ରୀତି ନୀତିଥିଁ ଆମର୍‌ ପୁର୍‌ଖା ଲୁକେ ନୁଆଁଖାଇ ଆସୁଥିଲେ ସେ ସବୁ ଆଝିର୍‌ ବଦଳି ଯାଇଛେ l ଯଦି ଆମକୁ କିଏ ପଚ୍‌ରେ " କେନ୍‌ଟା ନୁଆଁଖାଇ, କେନ୍ତା ଖାଇସନ ନୁଆଁ " ଦୁଇପଦ କହେବାର୍‌ କେ ହେଲେଁ ଫେର୍‌ ଘାଏ ଆମକୁ ଘୁଚି ଯିବାର୍‌କେ ହେବା ଆମର୍‌ ସେ ଶହ ଶହ ବଛରର୍‌ ପରମ୍ପରା ପାସ୍‌କେ l ଆଝିରର୍‌ ନୁଆଁଖାଇ ବଏଲେଁ ଆମେ ବୁଝସୁ ଭୂଜି ଭାତି, ଢୋଲ, ନିଶାନ୍‌, ଡାଲଖାଇ ରସରକେଲି, ନାଚ୍‌ ଗିତ୍‌ ଜୁହାର୍‌ ଭେଟ l ଇଟା ସେ ନୁଆଁଖାଇ ନୁହେ !! ଇଟା ସବୁ ନୁଆଁଖାଇର୍‌ ପରର୍‌ କଥା ଆଏ l ଆମର୍‌ ଅସଲ୍‌ ନୁଆଁଖାଇ ହଉଛେ...
ଆମର୍‌ ନୁଆଁଖାଇର୍‌ ପରମ୍ପରା ଇହାଦେ ଗୁର୍‌ଦୁ ବଦଳି ଗଲାନ l ଆଘୋ ଆମର୍‌ ପରମ୍ପରା ହିସାବେ ଅଲ୍‌ଗା ଅଲ୍‌ଗା ଗାଁର୍‌ ଲୋକ ଅଲ୍‌ଗା ଅଲ୍‌ଗା ଦିନ ନୁଆଁ ଖାଉଥିଲେ l ନୁଆଁଖାଇର୍‌ ଆଘୋନୁ ଫି ବଛର୍‌ ଜନ୍ମାଷ୍ଟମୀ ଦିନ ଗାଁ ଜାକର୍‌ ସଭେ ଗୁଟେ ଠାନେ ମିଟିଙ୍ଗ ବସୁଥିଲେ l ସବ୍‌କର୍‌ ସୁବିଧା ଅସବିଧା କେ ଦେଖିକରି ଅମ୍‌କା ଦିନ ନୁଆଁ ଖାଏମା ବଲି ଦିନ୍‌ ଟେ ଠିକ୍‌ କରୁଥିଲେ l ହେଲେଁ 1995 ସାଲୁଁ ସାରା ପଶ୍ଚିମ୍‌ ଓଡ଼ିଶାର୍‌ ଲୁକେ ଭୁଦୋ ମାସର୍‌ ଉଜଲ୍‌ ପଖର୍‌ ପଞ୍ଚମୀ ତିଥିନେ ଗୁଟେ ଦିନ ନୁଆଁ ଖାଏଲେ l ଆମର୍‌ ପରମ୍ପରା ହିସାବେଁ ରାତି ନୁଆଁ ଲଗା ହଉଥିଲା l ଆଏଜ୍‌ ଭି ବରଗଡ଼ର୍‌ ସମଲେଇ ଗୁଡ଼ିନ ରାତି ନୁଆଁ ଲଗା ହେସି l ସମ୍ବଲପୁରର୍‌ ସମଲେଇ ଗୁଡ଼ିନ ଇ ପରମ୍ପରା ଉଠି ଗଲାନ l ଦିନେ ନୁଆଁ ଲାଗୁଛେ l କିନ୍ତୁ ଆମର୍‌ ପରମ୍ପରା କହେସି ରାତି ନୁଆଁ ଲଗା ହେବାର୍‌ କଥା l ଯେନଟାକେ କି ଗୁପ୍ତ ପୂଜା କହେସନ୍‌ l ଗଁତିଆ ଘରୁ ପାହୁର୍‌ ଯିବା ଝାଁକର୍‌ ଘର୍‌କେ l ପାହୁର୍‌ ବଏଲେଁ ପୂଜା ଖଞ୍ଜା l ତାର୍‌ ପରେ ଝାଁକର ଆଦେଶ ଦେବା " କାଏଲ୍‌କେ ନୁଆଁ ଖାଏମା ରାତି କିହେ ଘରୁ ନାଇଁ ବାହାରବ ହୋ " ବଲି l ଝାଁକର୍‌ ତାର୍‌ ଗାଁର୍‌ ବନ୍ଧକେ ପାଏନ୍‌ ବୁଡେଇ ଯିବା l ପାଏନ୍‌ ବୁଡେଇ ଯିବାର୍‌ ଟା ସଭେ ଦେଖି ପାର୍‌ବେ ହେଲେଁ ପାଏନ୍‌ ଆନି କରି ଆସବାର୍‌ ଟା କିହେ ନାଇଁ ଦେଖବାର୍‌ କଥା l କାହାରିର ଭି ନଜର ପଡିଗଲେ ପାଏନ ମାରା ହେଇ ଯାଉଥିଲା, ପାଏନ ଢାଳି କରି ନୂଆତିରି ନେବାର କେ ପଡୁଥିଲା l ତାର ପରେ ଝାଁକର ଭୋଗ ରାଗ ବନାବା l ବନେଇ ସାରି ରାତିର 12 ବଜେ ପରେ ଯିବା ନୁଆଁ ଲଗେଇ l 3-4 ବଜେ ଭିତରେ ନୁଆଁ ଲଗାବା l ଝାଁକର ଗୁଡ଼ି କେ ଯିବାର ଟା ଭି କେହି ନାଇଁ ଦେଖବାର କଥା l ଝାଁକର ର ଆଘେ ଆଘେ ଝନେ ଚାଲବା ଆର ତାର ପଛେ ପଛେ ଝାଁକର l ପ୍ରଥା ଥିଲା ସେ ଦିନ ରାତି ସେ ରୁଡେ କିହେ ଚଲା ବୁଲା ନାଇଁ କରନ l ଗାଁ ର ଯେତକି ଗ୍ରାମ ଦେବୀ ଅଛନ ସମକୁ ନୁଆଁ ଲଗାବା ଝାଁକର l ଝାଁକରର ଆସବାର ଟା ସଭେ ଦେଖି ପାରବେ l ନୁଆଁ ଲାଗଲା ପରେ ଝାଁକର ଦେବୀ କର ପ୍ରସାଦ ହିସାବେ ନୁଆଁ ଧାନ କେ ସବକର ଘରେ ଦେବା, ସେ ଧାନ କେ ଗାଁର ଭିନ ଭିନ ଗୁଡ଼ି ମାନକୁ ଭି ଦେବା l ସେ ଧାନ କେ ଆମେ ଆମର ଦେବା ଦେବୀ ମାନକୁ ନୁଆଁ ଲଗାମା l ଆମେ ଘରେ ନୁଆଁ ଖାଉ କି ନାଇଁ ଖାଉ କିଛି ନାଇଁ, ଗ୍ରାମ ଦେବୀ କର ପାଖେ ନୁଆଁ ଲାଗି ଗଲେ ଆମେ ସଭେ ନୁଆଁ ଖାଏଲା ଲେଖେ ଆଏ l ଗାଁର ପାଏନ ପବନ ଠାନୁ ସଭେ ନୁଆଁ ଖାଉଥିଲେ l ଏନ୍ତା ଭି ହଉଥିଲା ଯଦି ଇ ଗାଁର ଲୁକେ ନୂଆଖାଇ ସାରିଛନ ସେ ଗାଁର ପାଏନ ଜେନ ଗାଁ କେ ଯଉଥିଲା ସେ ଗାଁର ଲୁକେ ଯଦି ନୁହେ ନୁଆଁ ଖାଇ ସାରନ ତେଲ ବେଲେ ସେ ପାଏନ କେ ନାଇଁ ଛୁ ଥାଇ l ନୁଆଁ ନାଇଁ ଖାଏଲା ଲୋକ ନୁଆଁ ଖାଇ ସାରି ଥିବାର ଗାଁ କେ ଗଲେ ସେ ଗାଁ ନ ଖାଏବାର ପିବାର ତ ଦୂରର କଥା ପିସାଵ ଭି ନାଇଁ କରୁ ଥାଇ l ହେଲେ ହଜି ଗଲାନ ଆମର ଇ ପରମ୍ପରା l
ରାତି 3 ବଜେ ନୁଆଁ ଲାଗବା l ସଭେ ନୁଆଁ ଖାଏବେ, ଚରେ ଚିର ଗୁନ ଠାନୁ ମୁଲ କରି ଜିବ ଜନ୍ତୁ ତକ l ରାତି ନୁଆଁ ଲଗାଵାର ମାନେ ହଉଛେ ରାତ୍ରି ଚର ଜିବ ଜନ୍ତୁ ମାନେ ଚରା ବୁଲା ସାରି କରି ପଲେଇ ଥିବେ l ଦିନ ଚର ଜନ୍ତୁ ମାନେ ଖାଇ ନାଇଁ ବାହାରି ଥିବେ l ଏତକି ସମିଆ କେ ନୁଆଁ ଲାଗବା l ଯେ ଉଠବା ସେ ନୁଆଁ ଖାଏବା l କୁଳିହା କୁକୁର ଠାନୁ ସକାଳୁ ଉଠଲେ କି ନୁଆଁ ଖାଏବେ l ଇହାଦେ ଜେନ ପରମ୍ପରା 11 ବଜେ ନୁଆଁ ଲାଗୁଛେ ଜିବ ଜନ୍ତୁ ଆର ନୁଆଁ ନାଇଁ ଖାଇ ପାରବାର l ନୁଆଁଖାଇ ଦିନ ସକାଲୁ ଜୁନହା ଟା ଖାଉଛନ,ଆର ନୁଆଁଖାଇ ହେଲା କେନୁ ??? ସେମାନେ ଗୁଟେ ଜିବ ଦୁଇଟା ଆହାର କରୁଛନ l କିନ୍ତୁ ଆମର ପରମ୍ପରା ଗୁଟେ ଜିବ ଗୁଟେ ଆହାର କରବା l ନୁଆଁ ଟା ସଭେ ଖାଏବେ l ଆମର ପରମ୍ପରା ହିସାବେ ଜିବ ଜନ୍ତୁ ନୁ ନେଇ କରି ମୁନୁଷ ତକ ସଭେ ନୁଆଁଖାଇ ଦିନ ନୁଆଁ ଖାଏବେ,ପାଏନ-ପବନ ଭି ସଭେ ନୁଆଁ ଖାଉଥିଲେ l ଇଛନି ନୁଆଁଖାଇ ନାଇଁ ହେଇକରି ଖାଲି ପୂଜା ଟେ ହଉଛେ ନୁଆଁଖାଇ ନାଁ ଥି l
ଆମର ପରମ୍ପରା ହଉଛେ ନୁଆଁଖାଇ ଆଘୋନୁ ନିଜର ବନ୍ଧୁ ବାନ୍ଧବ ସମକୁ ନିଉତା ଦେମା l ସଭେ ଆଏବେ l ଦିନକର ଅଘୋନୁ ଘରକେ ଘର କୁମହାର ହାଣ୍ଡି ସରେଇ ଦେବା l ଧାନ,ଚଉଳ, ମୁଗ, ବିରହି,ସାରୁ, କରଡ଼ି ସାଙ୍ଗେ ବାକି ସବୁ ନୁଆଁ ଦରବ ଖଞ୍ଜା ବୁଡା ହେବା l ଆଗତିରିଆ ମିତା ମହାରସାଦ, ହଲିଆ, ଗୁତି, ନରିହା, ଧୂବା, ଭଣାରି ମାନକୁ ଅଢ଼ିଆ ଦିଆ ହେବା l ଗାଁର ଗୁଡ଼ି ମାନକୁ ଅଢିଆ ଦିଆ ହେବା l ଏନ୍ତା କି ଜେନ ଛୁଆ ମାନଙ୍କୁ ବିକା ହେଇଥିସି ଅଲଗା କାହାରିର ଘରେ ସେମାନକୁ ଭି ଅଢିଆ ଦିଆ ହେସି l ହେଲେ ଏଛନି ଆର କାହିଁ ପାଏଲ ଆର ସେ ଅଢିଆ ଦିଆ ପରମ୍ପରା l
ସକାଳୁ ଖେତ ମାନକେ ଗୁରସ ଚାଉଳ ରୁକି ପୂଜା ପାଠ କରି ବନେ ଚାଷ ଟିକେ ଉତରି ଆସୁ ବାଲି ହାଏର ଗୁହେର କରି ଘରକେ ଆଏସି ଚାଷି l ନୁଆଁ ହାଣ୍ଡି ଥି ଭୋଗ ରନ୍ଧା ହେବା l ଘରର ମାହେଜି ମାନେ ଲଖମି ପୂଜା କରବେ l ତାର ଉତରୁ ଗାଏ ଗୁହାଳଲେ ଗୋରୁ ପୂଜା l ଘରର କାବଟା, ଦୁଆର ବନ୍ଧ , ନଙ୍ଗଲ, କୁଢ଼େର, ଦାଆ ଠାନୁ ମୁଲ କରି ସାଏକଲ ତକ ସମକୁ ରାଖୀ ବନ୍ଧା ହେବା l ଇଟା ହଉଛେ ଆମର ଅସଲ ରାଖୀ ପୁନି l ବନ୍ଧା ସରଲେ କୁଟୁମ ଜାକିର ସଭେ ଗୁଟେ ଠାନେ ବସବେ ପୁରୁବ ଦିଗ କେ ମୁହୁଁ କରି କରି l ଘରର ବଡ଼ଖା ଲୋକ ସମକୁ ନୁଆଁ ଚରା ଦେବେ l ଘରର ବଡ଼ଖା ବୁଢ଼ୀ ସମକୁ ମହାଲକ୍ଷ୍ମୀ ପ୍ରସାଦ ଦେଇ ସାରଲା ପରେ ନୂଆ ଚରା ଖ ବଳି ସମକୁ ଆଦେଶ ଦେବେ l ତାର ପରେ ସଭେ ଏକା ସାଙ୍ଗେ ଗୁଟେ ସମିଆ ଥି ନୁଆଁ ଖାଏବେ l ଖାଇ ସାରି କରି ଘରର ଦେବା ଦେବୀ ମାନକୁ ଦର୍ଶନ କରବେ l ବଡ଼ ନୁ ସାନ କ୍ରମେ ସଭେ ସମକୁ ଜୁହାର କରବେ l ଯାହାକେ ଜୁହାର ଭେଟ କହେସୁ l ତାର ପରେ ଜାକିର ଭୂଜି ଭାତି l ଭୂଜି ଭାତି ସରଲେ ମୁଲ ହେବା ଜୁହାର ଭେଟ କାର୍ଯ୍ୟକ୍ରମ l ଗାଁର ଯେତକି ଛୁଆ ନୁ ବଡ଼ ବଡ଼ଖା ସଭେ ଜୁହାର ଭେଟ ହେବେ l ଇଟା ଆମର ମହାନ ପରମ୍ପରା l ଆମର ମହାନ ସଂସ୍କୃତି l ଦିନକର ଲାଗି ହଉ ପଛେ ନୁଆଁଖାଇ ଦିନ ଗଁତିଆ ଭି ତାର ଗୁତି କେ ଜୁହାର କରବା ଯଦି ତାର ନୁ ବଡ଼ ହେଇଥିବା l ଘଁସିଏଁନ ମାହେଜି କେ ଭି ବାମହାନ ବୁଢ଼ା ଟେ ଜୁହାର କରବା ଯଦି ସେ ମାଏନ ରେ ବଡ଼ ହେଇଥିବା l ଇଟା ଆମର ସେ ମହାନ ପରମ୍ପରା ଆଏ l ଉଁଚା, ନୀଚା, ଧନୀ, ଗରିବ ଛୋଟ,ବଡ଼ ନୁ ବାହାରି କରି ଆମେ ସଭେ ଗୁଟେ ସଂସ୍କୃତି ପରମ୍ପରା ର ତଳେ ଏକ ଅଉ l ବିଭିନ୍ନତା ଭିତରେ ଏକତାର ବାର୍ତା ଦେଶି ଆମର ନୁଆଁଖାଇ l ଇଟା ଆମର ସେ ନୁଆଁଖାଇ l ଇଟା ସେ ମହାନ ପରମ୍ପରା, ଯେନ ଟା କି ଆମକୁ ଗୁଟେ ଏକତାର ଡୁରେ ବାନ୍ଧି ରଖସି ଯୁଗ ଯୁଗ ତକ l

ଉମାକାନ୍ତ ଭୋଇ
ପଡ଼ା, ବିଜେପୁର, ବରଗଡ଼
ମୋ 8984320964

0
0
0
s2sdefault