ହେଡଲାଇନସ୍:

ନକ୍ସଲଙ୍କ ହାତଲେଖା ଧମକ ପୂର୍ଣ୍ଣ ପୋଷ୍ଟର, ଟାର୍ଗେଟରେ ପଦ୍ମପୁର ତହସିଲଦାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ପଦ୍ମପୁର କଲେଜ ରୋଡ ରେ ନକ୍ସଲଙ୍କ ହାତଲେଖା ଧମକ ପୂର୍ଣ୍ଣ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ନକ୍ସଲ ଙ୍କ ଘୁମୁସୁର ନାଗାବଳି ଡିଭିଜନ ତରଫରୁ ଏହି ପୋଷ୍ଟର ଲଗାଯାଇଛି ।

ଏହି ପୋଷ୍ଟର ରେ ପଦ୍ମପୁର ତହସିଲଦାର ଙ୍କୁ ଦଣ୍ଡ ଦିଆଯିବା ନେଇ ଚେତାବନୀ ଦିଆ ଯାଇଛି । ପଦ୍ମପୁର ମୁଖ୍ୟ ରାସ୍ତା କଡରେ କିଛି ଲୋକେ ଦୋକାନ କରିଥିଲେ । ସେମାନଙ୍କୁ ଜୋର ଜବରଦସ୍ତ ଉଚ୍ଛେଦ କରାଯାଇଥିବାରୁ ତହସିଲଦାର ଙ୍କୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟର ଲେଖାଯାଇଛି । ଅନ୍ୟ ପକ୍ଷରେ ପୁଲିସ୍ ଙ୍କୁ ସୁଚନା ଦେଉଥିବା ନେଇ ଗୋଟିଏ ପରିବାରର ୭ ଜଣ ଙ୍କୁ ଦଣ୍ଡ ଦିଆଯିବ ବୋଲି ଲେଖା ହୋଇଥିବା ଦେଖିବାକୁ ମିଳିଛି । ଏହାର ସତ୍ୟାସତ୍ୟ ନେଇ ପୁଲିସ୍ ତଦନ୍ତ କରିବା ଆରମ୍ଭ କରିଛି ।

0
0
0
s2sdefault