ହେଡଲାଇନସ୍:

 କାର ପୋଡ଼ି ଅଭିଯୋଗ,୫ ଯୁବକଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଣ୍ଡକିମାଲ ଗ୍ରାମରେ ଚୋରି ଆତଙ୍କ,ଉତ୍ତେଜନା

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କଦଳୀଗଡ଼ ପଞ୍ଚାୟତ ଅନ୍ତର୍ଗତ ପଣ୍ଡକିମାଲ ଗ୍ରାମରେ ଶୁକ୍ରବାର ରାତିରେ ଏକ ଫୋର୍ଡ କାର କୁ ପୋଡ଼ି ଦେବା ନେଇ ରେଢ଼ାଖୋଲ ଥାନାରେ ଅଭିଯୋଗ ହୋଇଛି l ଏସଂକ୍ରନ୍ତରେ ପଣ୍ଡକିମାଲ ଗ୍ରାମର ତୋପବନ ବେହେରା ଲିଖିତ ଅଭିଯୋଗ କରିଛନ୍ତି l ଥାନାପକ୍ଷରୁ ଏହି ଘଟଣାକୁ ନେଇ ଖବର ଲେଖାହେବା ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ପୋଲିସ୍ ୫ଜଣକୁ ଯୁବକଙ୍କୁ ଅଟକ ରଖିତଦନ୍ତ ଜାରି ରଖିଥିବା ପୋଲିସ ଏସଆଇ ରାଜକୁମାର କହିଛନ୍ତି l ପ୍ରାପ୍ତ ସୂଚନା ଅନୁଶାରେ ଗୁରୁବାର ଦିନ ତୋପବନ ବେହେରା ତାଙ୍କ ଅପା ପୁଅ ମନୋଜ ବେହେରା ଙ୍କ ଓଆର୦୨ବିଏଚ୬୯୫୧ ବିଶିଷ୍ଟ ଏକ ଫୋର୍ଡ କାରକୁ ମାଗିଆଣି ଶୁକ୍ରବାର ସମ୍ବଲପୁର ଡ଼ାକ୍ତରଖାନା କାମରେ ଯିବାପଇଁ ଘର ସାମ୍ନାରେ ଉକ୍ତ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ l କରଟି ନିଆଁ ଲାଗି ପୋଡ଼ିବା ଆରମ୍ଭ ହୋଇ ଟାୟାର ଗୁଡ଼ିକ ଫୁଟିବାରୁ ଗ୍ରମବାସୀ ମାନେ ଜାଣି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିବା ସହ ରେଢ଼ାଖୋଲ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ lଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ପହଁଚି ନିଆଁକୁ ଆୟତ କରିଥିଲେ l ଏହିଘଟଣାକୁ କେନ୍ଦ୍ର କରି ଗ୍ରାମ ବାସୀ ମାନେ ସେହି ଗ୍ରମରୁ ମୁନା ସିଂ,ମହଦେବ ପ୍ରଧାନ,ସୁଶିଲ ମୁଣ୍ଡା ,ଅଜିତ ଦେହୁରୀ,ମନୋରଂଜନ ନାଗକୁ କାବୁ କରି ପୋଲିସକୁ ଜିମା ଦେଇଛନ୍ତି l ଏ ମାନଙ୍କ ପାଖରୁ ଗ୍ରାମବାସୀ ଏକ ଭୁଜାଲି ଓ ଠେଙ୍ଗା ଜବତ୍ କରି ମଧ୍ୟ ପୋଲିସ କୁ ଦେଇଛନ୍ତି l

0
0
0
s2sdefault