ହେଡଲାଇନସ୍:

ଶିକ୍ଷକ ଅଭାବ ନେଇ ଅଭିଵାଭାବକ ପକାଇଲେ ସ୍କୁଲରେ ତାଲା, ରାସ୍ତାରେ ପିଲା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣୁପୁର/ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ ଅମଡିଙ୍ଗ୍ ସରକାରି ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅଭିଭାବକ ଓ ସ୍କୁଲ କମିଟି ବିଦ୍ୟାଳୟ ମୁଖ୍ୟ ଫାଟକ ରେ ତାଲା ପକାଇଲେ । ରାସ୍ତା ଉପରେ ଛାତ୍ର ଛାତ୍ରୀ ଓ କିଛି ଅଭିଭାବକ ବସି ରହିଥିବା ଦେଖିବାକୁ ମିଳିଥିଲା । ଦିର୍ଘଦିନ ଧରି ଶିକ୍ଷକ ଅଭାବ ସମସ୍ୟା ଲାଗି ରହିଥିବା ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ହୋଇଥିଲେ ସୁଦ୍ଧା କୈାଣସି ଫଳପ୍ରଦ ହୋଇନାହିଁ । ପୁର୍ବରୁ ଡିସେମ୍ବର ୧୯ ତାରିଖ ରେ ଶିକ୍ଷକ ଅଭାବ ନେଇ ଅଭିଭାବକ ତାଲା ପକାଇଥିଲେ। 

ଏହାପରେ ଶିକ୍ଷା ବିଭାଗ ପକ୍ଷରୁ ୧୫ ଦିନ ସୁଦ୍ଧା ସ୍କୁଲ ରେ ଦୁଇଟି ଶିକ୍ଷକ ପଦବି ପୁରଣ ନେଇ ପ୍ରତିଶ୍ରୁତି ଦେଇଥିଲେ | କିନ୍ତୁ ୧ ମାସ ବିତିଗଲେ ସୁଦ୍ଧା ପ୍ରତିଶ୍ରୁତି ପୁରଣ ନ ହେବାରୁ ଆଜି ପୁଣି ସ୍କୁଲ ସଭାପତି ଓ କମିଟି ର ସଦସ୍ୟ ଏଥିସହ ଅଭିଭାବକ ଛାତ୍ର ଛାତ୍ରି ସ୍କୁଲ ବିଦ୍ୟାଳୟ ମୁଖ୍ୟ ଫାଟକ ରେ ତାଲା ଦେଇ ରାସ୍ତା ଉପରେ ବସିଥିବାର ଦେଖିବାକୁ ମିଳିଥିଲା |ସ୍କୁଲ ରେ ପ୍ରଥମ ରୁ ଦଶମ ଶ୍ରେଣି ପର୍ଯ୍ୟନ୍ତ ୨୦୧ ଜଣ ପିଲା ଶିକ୍ଷା ଅର୍ଜନ କରୁଛନ୍ତି।  ଶିକ୍ଷକ ସଂଖ୍ୟା ମାତ୍ର ୮ ଜଣ। ଫଳରେ ବିଦ୍ୟାର୍ଥୀ ଉଚିତ ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବା ଅଭିଭାବକ ମହଲରେ ଅଭିଯୋଗ ହେଉଛି।

 

0
0
0
s2sdefault