ହେଡଲାଇନସ୍:

ପିଠା କାର୍ଯ୍ୟକ୍ରମରେ ମହିଳାଙ୍କ ସଂଘକୁ ଅସମ୍ମାନ ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ : ସରକାରଙ୍କ ପକ୍ଷରୁ ମହିଳା ସଶକ୍ତିକରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି l ହେଲେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନ୍ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ପିଠା କାର୍ଯ୍ୟକ୍ରମରେ ପୁରୁଣା ମହିଳା ସଂଘର ସଭ୍ୟାମାନଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି I ଗତ ୧୫ ତାରିଖ ଠାରୁ ସହର ଉପକଣ୍ଠ ୩ଟି ସ୍ଥାନରେ ପିଠା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇ ଜାରି ରହିଛି I ଏହି କାର୍ଯ୍ୟକ୍ରମରେ ମହିଳା ସଂଗଠନକୁ ସରକାରଙ୍କ ଥିବା ବିଭିନ୍ନ ଯୋଜନା ଉପରେ ସଚେତନ କରାଯାଇଛି I ହେଲେ ପିଠା ଯୋଜନା କାର୍ଯ୍ୟକ୍ରମରେ ପୁରୁଣା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାନପତ୍ର ସହିତ ଆର୍ଥିକ ସହାୟତା କରୁନଥିବା ନେଇ ଅଭିଯୋଗ ହୋଇଛି I କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସିଡ଼ିପିଓ ଓ ଅଙ୍ଗନଓ୍ୱାଡ଼ି କର୍ମୀମାନଙ୍କ ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ଼କାଯାଇ ପିଠା କାର୍ଯ୍ୟକ୍ରମକୁ ସାମିଲ କରି ଅସମ୍ମାନ କରାଯାଇଛି 

 | ନୂତନ ଗଠିତ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଏହି କାର୍ଯ୍ୟକ୍ରମରେ ମାନପତ୍ର ସହିତ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି I ମାତ୍ର ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ହେବ ଅନେକ ଏସଏଚଜି ଗୁପ ସୂଚାରୁ ରୂପେ କାର୍ଯ୍ୟକରି ଆସୁଥିଲେ ମଧ୍ୟ ତାଙ୍କୁ ମାନପତ୍ର କିମ୍ବା ଆର୍ଥିକ ସହୟତା ମିଳପାରି ନାହିଁ I ଫଳରେ ସଭ୍ୟାମାନଙ୍କ ମଧ୍ୟ ରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ସରକାର ପାତର ଅନ୍ତର ନୀତି  ଅବଲମ୍ବନ କରୁଥିବା ଅଭିଯୋଗ କରି ସ୍ଥାନୀୟ ସିଡ଼ିପିଓ ନାମଲେନ ଗୁଡ଼ଆଙ୍କୁ ଲିଖିତ ଅଭିଯୋଗ କରିଛନ୍ତି I ଏହା ସହିତ ଏହାର ନକଲ କପି ଉପଜିଲ୍ଲାପାଳ,ଜିଲ୍ଲାପାଳ,ଆରଡ଼ିସି,ବିଧାୟକ ଓ ମହିଳା ସଶକ୍ତି କରଣ ସଚିବଙ୍କୁ ପ୍ରେରଣ କରାଯାଇଛି I ଦିର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ମହିଳା ସଦସ୍ୟାମାନଙ୍କୁ ସହାୟତା ମିଳୁଥିବାରୁ ପୁରୁଣା ସଭ୍ୟାମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଅସମ୍ମାନ କରାଯାଇଥିବା ପ୍ରକାଶ କରିଛନ୍ତି I ଏଣୁ ସହାୟତା ପାଇନଥିବା ଗୋଷ୍ଠୀର ସଭ୍ୟାମାନଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି I ଦାବୀ ପୂରଣ ନହେଲେ ସରକାର ଙ୍କ କୌଣସି ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମ ରେ ସହଯୋଗ ନକରିବାକୁ ସଭ୍ୟା ମାନେ ଚେତାବନୀ ଦେଇଛନ୍ତି I

0
0
0
s2sdefault