ହେଡଲାଇନସ୍:

ସଡ଼କ ଦୁର୍ଘଟଣାରେ ୨୫ ବର୍ଷର ଯୁବକର ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,/ସୁମନ୍ତ କୁମାର ଦାସ": ଜଗତସିଂହପୁର ଜିଲ୍ଲା ନାଉଙ୍ଗା ଥାନା ଅନ୍ତର୍ଗତ ମୁଣ୍ଡାଳ ସ୍ଥିତ ପଲି ଟେକ୍ନିକ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨୫ ବର୍ଷର ଯୁବକ ଏକ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି l ମୃତ ଯୁବକ ଜଣକ ଖଇରା ଗ୍ରାମର ବ୍ରିଜେଶ ରୋଶନ ରାୟ l ସକାଳେ ପ୍ରାୟେ ୦୯.୩୦ ବେଳେ ବ୍ରିଜେଶ ମୁଣ୍ଡାଳ ଛକରୁ ତାଙ୍କ ଘରକୁ ନିଜର ବାଇକରେ ଫେରୁଥିବାବେଳେ ଅଭିରାମ ନାମକ ଏକ ଘରୋଇ ବସ ତାଙ୍କୁ ଧକ୍କା ଦେଇଥିଲା ତେବେ ଘଟଣା ସମୟରେ ବ୍ରିଜେଶଙ୍କ ମୃତ୍ୟୁ ଘଟିଥିଲା l ଯାତ୍ରୀବାହୀ ବସଟି ଘଟଣା ସ୍ଥଳରୁ ଯାଇ ନାଉଙ୍ଗା ଥାନାରେ ହାଜର ହୋଇଯାଇଥିଲା l ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଜଗତସିଂହପୁର ନାଉଙ୍ଗା ଯୋଡୁଥିବା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ l ଘଟଣା ସ୍ଥଳରେ ନାଉଙ୍ଗା ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କଲେ ମଧ୍ୟ କ୍ଷତିଗ୍ରସ୍ତ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ ଦାବି କରି ରାସ୍ତା ଅବରୋଧକୁ ଜାରି ରଖିଥିଲେ ଉତ୍ୟକ୍ତ ଜନତା l ଗତ ୨୦୧୫ ମସିହାରେ ବ୍ରିଜେଶଙ୍କ ବାପା ରାଜେନ୍ଦ୍ର କୁମାର ରାୟ ମଧ୍ୟ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ l ପ୍ରଶାସନ ପକ୍ଷରୁ ଦାବିକୁ ପୂରଣ କରିବାର ପ୍ରତିଶୃତି ଦିଆଗଲେ ରାସ୍ତାରୋକ କଟାଯିବ ବୋଲି ସ୍ଥାନୀୟ ଲୋକ କହିଛନ୍ତି l

0
0
0
s2sdefault